କଲ୍ୟାଣସିଂହପୁର : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସୁନାଖଣ୍ଡି ପଞ୍ଚାୟତର ଜଗନ୍ନାଥପୁର ଗ୍ରାମର ଢ଼ାବା ସାହିରେ ରହି ଆସୁଥିବା ନିର ନେମାଲପୁରୀ (୪୮) କୀଟନାଶକ ଔଷଧ ଖାଇ ମୃତ୍ୟୁ ବରଣ କରିଥିବା ଜଣାପଡ଼ିଛି । ଘରୋଇ କଳି ଝଗଡା ଲାଗି ରହିଥିବାରୁ ମଙ୍ଗଳବାର ଦିନ ଘରେ କେହି ନ ଥିବା ବେଳେ କପା ଔଷଧ ଖାଇ ଦେଇଥିଲେ। ଏହାକୁ ପରିବାର ଲୋକେ ଜାଣି ଏକ ଅଟୋରେ କଲ୍ୟାଣସିଂହପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ଏଠାରେ ଡାକ୍ତର ସୁମୀରନ ରାଉତ ଚିକିତ୍ସା କରିଥିଲେ। ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହୋଇ ଆସୁଥିବା ଦେଖି ଜିଲା ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇ ଦେଇଥିଲେ । ଜିଲାରେ ସ୍ୱାସ୍ଥ୍ୟ କେନ୍ଦ୍ରରେ ରାତ୍ରୀରେ ନିର ନେମାଲପୁରୀଙ୍କ ମୃତ୍ୟୁ ହୋଇ ଯାଇଛି। ଉକ୍ତ ଖବର ସ୍ଥାନୀୟ ପୁଲିସ ଏସଆଇ ସଞ୍ଜୟ କୁମାର ମୁର୍ମୁ ଜାଣି ଘଟଣାସ୍ଥଳରେ ପହଞ୍ଚି ସବୁ ବିଷୟରେ ଅନୁଧ୍ୟାନ କରି ଶବ ଜବତ କରି ବ୍ୟବଚ୍ଛେଦ କରିବା ପରେ ପରିବାରକୁ ହସ୍ତାନ୍ତର କରିଥିଲେ। ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛନ୍ତି।
Popular Categories



