www.samajalive.in
Tuesday, December 9, 2025
16.1 C
Bhubaneswar

ଭତ୍ତାରୁ ବଞ୍ଚିତ ଦୁଷ୍ଟିହୀନ ବୟସ୍କ ଆଦିବାସୀ

କଲ୍ୟାଣସିଂହପୁର: ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଳକ ସୁନାଖଣ୍ଡି ଗ୍ରାମର ଆଧିବାସୀ କଲୋନି ସାହିରେ ବସ ବାସ କରିଆସୁଛନ୍ତି ଶ୍ରୀମା ଅଣଙ୍ଗକା। ସେ ଜଣେ ଦୃଷ୍ଟିହୀନ ଆଦିବାସୀ ବୃଦ୍ଧ ହୋଇଥିବାବେଳେ ଭତ୍ତା ଟଙ୍କା ପାଇବାରୁ ବଞ୍ଚିତ ହୋଇରହିଛନ୍ତି। ମାଆ ବାପାଙ୍କୁ ଚାରି ପୁଅ ପାଖରେ ଥାଇ ମଧ୍ୟ ବୃଦ୍ଧ ମାଆ ଲାଛମି, ବାପା ଶ୍ରୀମାଙ୍କୁ ପଚାରୁନଥିବା ଗ୍ରାମବାସୀମାନେ କହିଛନ୍ତି।

ସରକାରଙ୍କ ତରଫରୁ ମିଳୁଥିବା ଭତ୍ତା ଓ ଖଣ୍ଡେ ଘର ପାଇଁ ପଞ୍ଚାୟତ ଠାରୁ ଆରମ୍ଭ କରି ସରପଞ୍ଚ ,ନେତା ବ୍ଲକ ପ୍ରଶାସନ ପାଖରେ ବାରମ୍ବାର ଗୁହାରି ଜଣେଇ ଆସୁଥିଲେ ସୁଦ୍ଧା ତାଙ୍କୁ ଆଜି ପର୍ଯ୍ୟନ୍ତ କୌଣସି ସରକାରୀ ସୁବିଧା ମିଳିନଥିବା ଗ୍ରାମ ବାସୀ ମାନେ ଅଭିଯୋଗ କରିଛନ୍ତି।

- Advertisement -

ଅନ୍ୟ ପଟେ ନିଜର ଚାରି ପୁଅ ବୋହୁ ନାତି ନାତୁଣୀ ଥାଇ ମଧ୍ୟ କେହି ହେଲେ ବୃଦ୍ଧବୃଦ୍ଧାଙ୍କୁ ପଚାରୁନାହାନ୍ତି । ସେମାନଙ୍କୁ ଶୀଘ୍ର ଭତ୍ତା ଟଙ୍କା ସହ ଆବାସ ଯୋଜନାରେ ଘର ଖଣ୍ଡେ ଯୋଗାଇଦେବାକୁ ଗ୍ରାମର ଲାକି ହୁଈକା, ଧବା କାଡ୍ରାକା,ଗୁରୁବାରୀ କରସିକା ମୁରଲୀ ମାର୍ଥ।,ବିଦ୍ୟାଧର ବଛା ଲୋକେ ଅନୁରୋଧ କରିଛନ୍ତି।
ଏହି ବିଷୟରେ ସୁନଖଣ୍ଡି ସରପଞ୍ଚ କହିଛନ୍ତି ଯେ ତାଙ୍କୁ କିଛି ଦିନ ତଳେ ଖବର ମିଳିଥିଲା। ଏହାପରେ ମୁଁ ତାଙ୍କ ଆଧାର କାର୍ଡ ନେଇ ବ୍ଳକ କାର୍ଯ୍ୟାଳୟକୁ ଯାଇଥିଲି। କିନ୍ତୁ ଆଧାର କାର୍ଡରେ ବୟସ କମି ଯାଇଥିବାରୁ ଭତ୍ତା ହୋଇ ପାରି ନାହିଁ। ଆଧାର କାର୍ଡରେ ସଂଶୋଧନ ପରେ ସେମାନଙ୍କୁ ଭତ୍ତା ମିଳିପାରିବ ବୋଲି କହିଛନ୍ତି।

Hot this week

ଆଜି ବାରବାଟୀ ମହାସମର: ଦକ୍ଷିଣ ଆଫ୍ରିକାକୁ ଟକ୍କର ଦେବ ଭାରତ

କଟକ: କ୍ରିକେଟ୍‌ ମହାସମର ପାଇଁ ବାରବାଟୀ ପ୍ରସ୍ତୁତ। ଏବେ କେବଳ ମୁକାବିଲାକୁ...

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

Related Articles

Popular Categories