www.samajalive.in
Saturday, December 6, 2025
17.1 C
Bhubaneswar

ଇତିହାସ ଅପେକ୍ଷାରେ କଳିଙ୍ଗ ଷ୍ଟାଡିୟମ୍‍

ଭୁବନେଶ୍ୱର : କଳିଙ୍ଗ ଷ୍ଟାଡ଼ିୟମ ନବୀକୃତ ହକି ଗ୍ରାଉଣ୍ଡରେ ଆଉ ମାତ୍ର ୩୪ ଦିନ ପରେ ପୁରୁଷ ହକି ବିଶ୍ୱକପ୍‍ ଖେଳାଯିବ। ନଭେମ୍ବର ୨୮ରୁ ଡିସେମ୍ବର ୧୬ ପର୍ଯ୍ୟନ୍ତ ଖେଳାଯିବାକୁ ଥିବା ପ୍ରତିଯୋଗିତା ଲାଗି କଳିଙ୍ଗ ଷ୍ଟାଡ଼ିୟମ ହକି କମ୍ପେ୍ଲକ୍ସ ପ୍ରସ୍ତୁତ। ଭାରତରେ ତୃତୀୟ ଓ ଓଡ଼ିଶାରେ ପ୍ରଥମ ଥର ପାଇଁ ଆୟୋଜିତ ହେବାକୁ ଥିବା ଉକ୍ତ ପ୍ରତିଯୋଗିତା ଲାଗି ଦେଶବିଦେଶର ଖେଳାଳି ଓ ପର୍ଯ୍ୟଟକଙ୍କୁ ଆକୃଷ୍ଠ କରିବା ପାଇଁ ସଜେଇ ହେବାରେ ଲାଗିଛି ସାରା ସହର। କଳିଙ୍ଗ ଷ୍ଟାଡ଼ିୟମ ନେଇଛି ନୂଆ ରୂପ। ଭୁବନେଶ୍ୱରରେ ସିନ୍ଥେଟିକ୍‍ ହକି ହକି ଷ୍ଟାଡ଼ିୟମ ନିର୍ମିତ ହେବାର ମାତ୍ର ୫ ବର୍ଷ ଭିତରେ ଆୟୋଜନ ହେବାକୁ ଯାଉଛି ହକି ବିଶ୍ୱକପ। ଏଭଳି ଗୌରବ ହାସଲ କରିବାରେ ଭାରତରେ ଓଡ଼ିଶା ପ୍ରଥମ।
ସୁନ୍ଦରଗଡ଼ ଜିଲାକୁ ବାଦ୍‍ ଦେଲେ ଓଡ଼ିଶାରେ ଅନ୍ୟ କୌଣସି ଜିଲାରେ ସିନ୍ଥେଟିକ୍‍ ହକି ଟର୍ଫ ନଥିଲା। ହକି ଖେଳକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ କଳିଙ୍ଗ ଷ୍ଟାଡ଼ିୟମରେ ନିର୍ମିତ ହୋଇଥିଲା ନୂତନ ସିନ୍ଥେଟିକ୍‍ ଟର୍ଫ। ୨୦୧୩ ଜୁଲାଇ ୨୯ରେ କଳିଙ୍ଗ ଷ୍ଟାଡିୟମ ହକି କମ୍ପେ୍ଲକ୍ସ ସିନ୍ଥେଟିକ୍‍ ଟର୍ଫ ଉଦ୍‍ଘାଟନ ହେବା ପରେ ଓଡିଶା ହକିରେ ଏକ ଉନ୍ମାଦନା ସୃଷ୍ଟି ହୋଇଥିଲା। ଜର୍ମାନ ବ୍ଲୁ ସିନ୍ଥେଟିକ୍‍ ଟର୍ଫ ବିଛାଯିବା ସହିତ ୬୦୦୦ ଦର୍ଶକ କ୍ଷମତା ବ୍ୟବସ୍ଥା ହୋଇଥିଲା। ନୂତନ ସିନ୍ଥେଟିକ୍‍ ଟର୍ଫ ହକି ଗ୍ରାଉଣ୍ଡ ନିର୍ମଣ ପରେ ଅନ୍ତର୍ଜାତୀୟ ହକିରେ ଓଡ଼ିଶା ଆଉ ଏକ ଫର୍ଦ ଯୋଡ଼ି ହୋଇ ଯାଇଥିଲା। ୨୦୧୪ ଡିସେମ୍ବର ୬ରୁ ୧୪ ପର୍ଯ୍ୟନ୍ତ ଏଠାରେ ପୁରୁଷ ଚମ୍ପିଆନ୍‍ସ ଟ୍ରଫି ହକି ପ୍ରତିଯୋଗିତା ଖେଳା ଯାଇଥିଲା। ଉକ୍ତ ପ୍ରତିଯୋଗିତାର ସଫଳ ଆୟୋଜନ ପରେ କଳିଙ୍ଗ ଷ୍ଟାଡ଼ିୟମ ହକି ଇଣ୍ଡିଆ ଓ ଅନ୍ତର୍ଜାତୀୟ ହକି ମହାସଂଘର ନଜରକୁ ଆସିଥିଲା। ୨୦୧୪ରେ ଓଡ଼ିଶା ସରକାର ଓଡ଼ିଶା ହକିରେ ଆଉ ଏକ ବିପ୍ଲବ ସୃଷ୍ଟି କରିଥିଲେ। ରାଜ୍ୟ ସରକାର କଳିଙ୍ଗ ଲାନ୍ସର୍ସ ଦଳ ଗଠନ କରିବା ସହିତ ହକି ଇଣ୍ଡିଆ ଲିଗ୍‍ର ୨ୟ ସଂସ୍କରଣରେ ମଧ୍ୟ ଅଂଶଗ୍ରହଣ କରିଥିଲେ। କଳିଙ୍ଗ ଲାନ୍ସର୍ସ କଳିଙ୍ଗ ଷ୍ଟାଡ଼ିୟମକୁ ଘରୋଇ ଭେନ୍ୟୁ ଭାବେ ଗ୍ରହଣ କରିଥିଲା। ଉକ୍ତ ବର୍ଷ କଳିଙ୍ଗ ଲାନ୍ସର୍ସ ୫ଟି ଲିଗ୍‍ ମ୍ୟାଚ ଏଠାରେ ଖେଳିଥିଲା। ୨୦୧୫ରେ ହକି ଇଣ୍ଡିଆ ଲିଗ୍‍ର ୫ଟି ମ୍ୟାଚ, ୨୦୧୬ରେ ୫ଟି ଓ ୨୦୧୭ରେ ୫ଟି ମ୍ୟାଚ ଖେଳା ଯାଇଥିଲା। ୨୦୧୭ ଡିସେମ୍ବର ୧ରୁ ୧୦ ପର୍ଯ୍ୟନ୍ତ ହକି ବିଶ୍ୱଲିଗ୍‍ ଫାଇନାଲ ପର୍ଯ୍ୟାୟ ମ୍ୟାଚ ମଧ୍ୟ କଳିଙ୍ଗ ଷ୍ଟାଡ଼ିୟମ ହକି କମ୍ପେ୍ଲ୍‍କ୍ସରେ ସଫଳତାର ସହିତ ଖେଳା ଯାଇଥିଲା। ହକି ବିଶ୍ୱକପ ଆୟୋଜନ ନେଇ ଅଧିକାର ମିଳିବା ପରେ ଓଡ଼ିଶା ସରକାରଙ୍କ ପକ୍ଷରୁ ବ୍ଲୁ ପ୍ରିଣ୍ଟ ସହକାରେ କାର୍ଯ୍ୟ ଆଗେଇ ଚାଲିଛି। ନୂତନ ଗ୍ୟାଲେରୀ ନିର୍ମିତ ହେବା ସହିତ ଦର୍ଶକ କ୍ଷମତା ୧୫ ହଜାରକୁ ବୃଦ୍ଧି କରାଯାଇଛି। ଖେଳାଳି ଡ୍ରେସିଂରୁମ୍‍, ଚେଞ୍ଜିଂରୁମ୍‍, ନୂତନ ଜର୍ମାନ ସିନ୍ଥେଟିକ୍‍ ଟର୍ଫ ବିଛା ଯାଇଥିବା ବେଳେ ସଫଳ ଆୟୋଜନ ଓଡ଼ିଶା ନେଇ ସରକାର ଲକ୍ଷ୍ୟ ରଖିଛନ୍ତି।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories