www.samajalive.in
Saturday, December 6, 2025
16.1 C
Bhubaneswar

ବନ୍ଦେ ମାତରମ ଗାନ କରୁଥିବା ଲୋକ ଭାରତ ବିରୋଧୀ : ପ୍ରକାଶ ଆମ୍ବେଦକର

ନୂଆଦିଲ୍ଲୀ : ସମ୍ବିଧାନ ପ୍ରଣେତା ଡ଼. ବିଆର ଆମ୍ବେଦକରଙ୍କ ନାତି, ଭାରତୀୟ ବହୁଜନ ମହାସଂଘର ପ୍ରତିଷ୍ଠାତା ତଥା ରାଷ୍ଟ୍ରୀୟ ଅଧ୍ୟକ୍ଷ ପ୍ରକାଶ ଆମ୍ବେଦକର ବନ୍ଦେ ମାତରମ ଗୀତକୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ବନ୍ଦେ ମାତରମ ଗାନ କରୁଥିବା ଲୋକ ଭାରତ ବିରୋଧୀ ବୋଲି ସେ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି ଯେ ଜାତୀୟ ସଂଗୀତ (ଜନ ଗଣ ମନ) ଥିବା ବେଳେ ବନ୍ଦେ ମାରତମର କୌଣସି ଆବଶ୍ୟକତା ନାହିଁ। ପରଭନିଠାରେ ଏକ ର‍୍ୟାଲିରେ ମଙ୍ଗଳବାର ପ୍ରକାଶ ଆମ୍ବେଦକର ଏହି ମନ୍ତବ୍ୟ ଦେଇଛନ୍ତି। ସରକାରୀ ଭାବେ ‘ଜନ ଗଣ ମନ’ ଜାତୀୟ ସଂଗୀତ ଅଛି, ତେଣୁ ଆଉ କୌଣସି ଗୀତର କ’ଣ ଆବଶ୍ୟକତା ବୋଲି ସେ ପ୍ରଶ୍ନ କରିଛନ୍ତି। ବନ୍ଦେ ମାତରମ ଗାନ କରୁଥିବା ଲୋକ ଦେଶ ପ୍ରେମୀ ଓ ଗାଇବାକୁ ମନା କରୁଥିବା ଲୋକ ଦେଶ ବିରୋଧୀ ବୋଲି ଅଭିହିତ କରିବା ପାଇଁ ବିଜେପିକୁ କି’ଏ ଅଧିକାର ଦେଇଛି ବୋଲି ସେ ପ୍ରଶ୍ନ କରିଛନ୍ତି। ଏହାସହ କଂଗ୍ରେସ ସହ ମେଣ୍ଟ ପ୍ରସ୍ତାବକୁ ସେ ପ୍ରତ୍ୟାଖାନ କରିଛନ୍ତି। କଂଗ୍ରେସ ପାଇଁ ସେ ନିଜର ପୁରୁଣା ମେଣ୍ଟ ସାଥୀ ଅଲ ଇଣ୍ଡିଆ ମଜଲିସ୍‍ ଏ ଇତେହାଦୁଲ ମୁସଲମିନ୍‍ର ହାତ ଛାଡ଼ିପାରିବେ ନାହିଁ ବୋଲି ସିଧାସଳଖ କହିଛନ୍ତି। ସ୍ୱାର୍ଥ ପାଇଁ ରାଜନୈତିକ ସାଥୀଙ୍କୁ ତ୍ୟାଗ କରୁଥିବା ଲୋକଙ୍କ ମଧ୍ୟରେ ସେ ନାହାନ୍ତି ବୋଲି ସ୍ପଷ୍ଟ କରିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories