www.samajalive.in
Saturday, December 6, 2025
17.1 C
Bhubaneswar

ବସ ଉପରେ ବଜ୍ରପାତ ; ହେଲ୍‍ପର ମୃତ

ବରଗଡ଼ : ବରଗଡ଼ ଜିଲା ସଦରମହକୁମାସ୍ଥିତ ଜୀରା ନଦୀ ପୋଲ ଉପରେ ମଙ୍ଗଳବାର ସନ୍ଧ୍ୟାରେ ଏକ ଅଭାବନୀୟ ଘଟଣା ଘଟିଛି। ପାଗ ଶୁଖିଲା ଥିବାବେଲେ ଆକସ୍ମିକଭାବେ ବଜ୍ରପାତ ହେବା ଯୋଗୁଁ ବସ୍‍ ଉପରେ କାର୍ଯ୍ୟରତ ଥିବା ଜଣେ ହେଲ୍‍ପର୍‍ଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ମୃତ ହେଲ୍‍ପର୍‍ ଜଣକ ବଳାଙ୍ଗିର ଜିଲ୍ଲା ପାଟନାଗଡ଼ ଅଞ୍ଚଳର ଲରମ୍ବା ଗ୍ରାମର ଶାନ୍ତନୁ ଠାକୁର (୨୨)। ସେ କୁମୁଦିନୀ ଟ୍ରାଭେଲ୍ସ ନାମକ ଏକ ବସରେ ହେଲ୍‍ପର୍‍ ଭାବେ କାମ କରୁଥିଲେ। ବରଗଡ଼ରୁ ବଲାଙ୍ଗିର ଯାଉଥିବା ଏହି ବସ ବାଟରେ ସାମାନ୍ୟ ବର୍ଷା ହେବାରୁ ବ୍ରିଜ୍‍ ଉପରେ ଡ୍ରାଇଭର୍‍ ଗାଡ଼ି ଅଟକାଇ ଦେ‌ଇଥିଲେ । ବସ୍‍ ଉପରେ ରଖିଥିବା ଯାତ୍ରୀମାନଙ୍କ ଜିନିଷପତ୍ରକୁ ଜରିପାଲ ଘୋଡ଼ାଇବା ପାଇଁ ଶାନ୍ତନୁ ବସ୍‍ ଉପରକୁ ଚଢ଼ିଥିଲେ। ଏହି ସମୟରେ ଅଚାନକ ବଜ୍ରପାତ ହୋଇଥିଲା। ବଜ୍ରପାତଟି ଏତେ ଜୋର ଥିଲା ଯେ, ବସର ଚକ ଲିକ୍ ହେବା ସହ ଶାନ୍ତନୁ ବସ୍‍ ଛାତରେ ଟଳି ପଡ଼ିଥିଲେ। ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ଖବର ପାଇ ବରଗଡ଼ ପୋଲିସ ଘଟଣା ସ୍ଥଳକୁ ପହଞ୍ଚି ଶବ ଜବତ କରି ମୃତ ଶାନ୍ତନୁଙ୍କ ଶବ ବରଗଡ଼ ଜିଲ୍ଳା ମୁଖ୍ୟ ଡାକ୍ତରଖାନାରେ ବ୍ୟବଚ୍ଛେଦ କରିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories