www.samajalive.in
Saturday, December 6, 2025
14.1 C
Bhubaneswar

ଆଣବିକ ରାଜିନାମାରୁ ଆମେରିକା ଓହରିବା ବିପଜ୍ଜନକ: ରୁଷ୍‍

ମସ୍କୋ : ଦୀର୍ଘ ତିନି ଦଶନ୍ଧି ପୂର୍ବ ଆଣବିକ ରାଜିନାମାରୁ ଓହରିଯିବା ପାଇଁ ଆମେରିକା ରବିବାର ଧମକ ପରିପ୍ରେକ୍ଷୀରେ ‘ସମଗ୍ର ବିଶ୍ୱ ପାଇଁ ଏହା ଅଧିକ ବିପଜ୍ଜନକ ହେବ’ ବୋଲି ରୁଷ୍‍ ପ୍ରତିକ୍ରିୟା ପ୍ରକାଶ କରିଛି। ଶୀତଳ ଯୁଦ୍ଧ ସମୟରେ ଆଣବିକ ଅସ୍ତ୍ର ନିୟନ୍ତ୍ରଣ ତଥା ମଧ୍ୟମଗତି କ୍ଷେପଣାସ୍ତ୍ର ନିର୍ମାଣ ନିଷେଧ ସଂକ୍ରାନ୍ତରେ ରୁଷ ସହିତ ହୋଇଥିବା ବୁଝାମଣାରୁ ଓହରିଯିବା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରବିବାର ଧମକ ଦେଇଥିଲେ। ଏହାବ୍ୟତୀତ ୧୯୮୭ରେ ରୁଷ୍‍ ଏହି ବୁଝାମଣାରୁ ଉଲ୍ଲଙ୍ଘନ କରିଥିଲା ବୋଲି ମଧ୍ୟ ଟ୍ରମ୍ପ ଅଭିଯୋଗ କରିଥିଲେ। ଏଭଳି ଅଭିଯୋଗ ତଥା ଧମକ ରୁଷ୍‍ ପ୍ରତି ବଡ଼ ଧକ୍କା ବୋଲି ବିବେଚନା କରାଯାଉଥିଲାବେଳେ ସୋମବାର ରୁଷ୍‍ ରାଷ୍ଟ୍ରପତିଙ୍କ ମୁଖପାତ୍ର ଦିମିତ୍ରି ପେସ୍‍କୋଭ ପ୍ରତିକ୍ରିୟାରେ ଟ୍ରମ୍ପଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି, ‘ଏହି ବୁଝାମଣା ପ୍ରତି ରୁଷ୍‍ ଅତ୍ୟନ୍ତ ନିଷ୍ଠାବାନ୍‍ ରହିଆସିଛି। ଏହାର ଉଲ୍ଲଙ୍ଘନ ନେଇ ଆମେରିକାର ଅଭିଯୋଗ ସମ୍ପୂର୍ଣ୍ଣ ମିଛ। ତ’ଛଡ଼ା ଆମେରିକା ପୂର୍ବରୁ ଏହାକୁ ଅବମାନନା କରିଆସିଛି। ଏବେ ଯଦି ବୁଝାମଣାରୁ ଓହରିଯାଏ; ତେବେ ପୃଥିବୀ ପ୍ରତି ଏହା ଅଧିକ ବିପଜ୍ଜନକ ହେବ। ଆମେରିକାର ଏଭଳି ଯୋଜନା ମଧ୍ୟ ଚିନ୍ତାଜନକ। ରୁଷ୍‍ କେବେହେଲେ ଏହି ବୁଝାମଣାରୁ ଆଗୁଆ ଓହରିବ ନାହିଁ। ରାଷ୍ଟ୍ରପତି ବ୍ଲାଦିମିର ପୁତିନ୍‍ ଏ ସମ୍ପର୍କରେ ବହୁବାର ସୂଚନା ଦେଇଛନ୍ତି’ ବୋଲି ପେସ୍‍କୋଭ କହିଛନ୍ତି। ସୂଚନାଯୋଗ୍ୟ ଯେ ତତ୍କାଳୀନ ଆମେରିକା ରାଷ୍ଟ୍ରପତି ରୋନାଲ୍ଡ ରେଗନ ଓ ରୁଷ୍‍ ରାଷ୍ଟ୍ରପତି ତଥା ଶେଷ ସୋଭିଏଟ୍‍ ନେତା ମିଖାଇଲ ଗୋର୍ବାଚେଭ୍‍ଙ୍କ ମଧ୍ୟରେ ଏହି ରାଜିନାମା ସ୍ୱାକ୍ଷରିତ ହୋଇଥିଲା। ସମ୍ପ୍ରତି ଆମେରିକାର ଜାତୀୟ ସୁରକ୍ଷା ପରାମର୍ଶଦାତା ଜନ୍‍ ବୋଲ୍‍ଟନ୍‍ ଦୁଇ ଦିନିଆ ରୁଷ୍‍ ଗସ୍ତରେ ଅଛନ୍ତି। ଉଭୟ ପକ୍ଷ ମଧ୍ୟାରେ ଉପରୋକ୍ତ ପ୍ରସଙ୍ଗରେ ଆଲୋଚନା ସମ୍ଭାବନା ରହିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories