ନୂଆଦିଲ୍ଲୀ : ଦ୍ବିତୀୟ ଥର ଏଭେରେଷ୍ଟ୍ ଆରୋହଣ ପରେ ଶିଖର ଦେଶରେ ପ୍ରାଣ ହରାଇଥିବା ରାଜ୍ୟର ସର୍ବପ୍ରଥମ ଏଭରେଷ୍ଟର୍ କଳ୍ପନା ଦାଶଙ୍କ ମୃତଦେହ ଶନିବାର ଦିଲ୍ଲୀରେ ପହଞ୍ଚିଛି। ତାଙ୍କ ମୃତଦେହକୁ କାଠମାଣ୍ଡୁର ଦିଲ୍ଲୀ ଅଣାଯାଇଛି। ରାତି ପ୍ରାୟ ୯ଟାରେ ଭୁବନେଶ୍ୱର ବିମାନବନ୍ଦରରେ ମରଶରୀର ପହଞ୍ଚିବ ବୋଲି ସୂଚନା ମିଳିଛି । ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ କଳ୍ପନାଙ୍କ ମୃତଦେହକୁ ରଖାଯିବ। ରାତି ସାଢ଼େ ୯ଟାରୁ ସାଢ଼େ ୧୦ଟା ଯାଏ ଲୋକେ ତାଙ୍କର ଶେଷ ଦର୍ଶନ କରିପାରିବେ।
ସୂଚନାଯୋଗ୍ୟ, ଢେଙ୍କାନାଳର କାଞ୍ଚନ ବଜାରର କୁମ୍ଭାର ସାହିରେ ଜନ୍ମିତ ୫୩ ବର୍ଷୀୟା କଳ୍ପନା ଦାଶ ଗତ ୨୨ ତାରିଖରେ ଏଭରେଷ୍ଟରୁ ଓହ୍ଲାଇବା ସମୟରେ ଅସୁସ୍ଥ ହୋଇପଡିଥିଲେ ଏବଂ ପରେ ତାଙ୍କର ମୃତ୍ୟୁ ଘଟିଥିଲା। ଏଭରେଷ୍ଟରୁ ମୃତଦେହ ଉଦ୍ଧାର କରି ଓଡିଶା ଆଣିବା ଲାଗି ରାଜ୍ୟ ସରକାର ଉଦ୍ୟମ କରିଥିଲେ। ଏକ ୩ ଜଣିଆ ଦଳ କଳ୍ପନାଙ୍କ ମୃତଦେହକୁ ଏଭରେଷ୍ଟରୁ ଉଦ୍ଧାର କରିବା ପରେ ଗତ ଶୁକ୍ରବାର ନେପାଳ କାଠମାଣ୍ଡୁରେ ପହଞ୍ଚିଥିଲା। ସେଠାରୁ କଳ୍ପନାଙ୍କ ମୃତଦେହ ହେଲିକେପ୍ଟର ଯୋଗେ ଲୁକଲା ପଠାଯାଇଥିଲା।



