www.samajalive.in
Sunday, December 7, 2025
26.1 C
Bhubaneswar

ଅଭୟାରଣ୍ୟ ଭିତରେ ଚାଲିଛି ଅବାଧ ପଶୁ ଶିକାର

କଳାପଥର: କଟକ ଓ ଖୋର୍ଦ୍ଧା ଜିଲ୍ଲାର କିଛି ଅଂଶକୁ ନେଇ ୧୯୮୩ ମସିହାରେ ଚନ୍ଦକା-ଡମପଡା ହସ୍ତୀ ଅଭୟାରଣ୍ୟ ଘୋଷଣା କରାଯାଇଥିଲା। ସେତେବେଳେ ସରକାରଙ୍କ ଉଦ୍ଦେଶ୍ୟ ଥିଲା ଯେ , ପୃଥିବୀର ବୃହତମ ପ୍ରାଣୀ ହାତୀମାନେ ଯେପରି ଏଣେତେଣେ ବିଚରଣ ନକରିବେ ସେଥିନେଇ ଏକ ପ୍ରକଳ୍ପ ନିର୍ମାଣ କରିବା। କାଳକ୍ରମେ ସରକାର ଏହାକୁ ହସ୍ତୀ ଅଭୟାରଣ୍ୟ ଭାବରେ ଘୋଷଣା କରିଥିଲେ। ତେବେ ଏହି ପ୍ରକଳ୍ପ ଘୋଷଣା ସମୟରେ ବାଙ୍କୀର କେତେକ ଗାଁ ଉକ୍ତ ଅଭୟାରଣ୍ୟ ଭିତରେ ରହିଯାଇଥିଲା। ଯାହାକି ଆଜିପର୍ଯ୍ୟନ୍ତ ସେମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତରିତ କରାଯାଇପାରିନାହିଁ। ଘୋଷିତ ପ୍ରକଳ୍ପ ଭିତରେ ୫ ଗୋଟି ଗାଁ ରହିଯାଇଥିବାବେଳେ ସେମାନେ ବିଭିନ୍ନ ସମୟରେ ଜଙ୍ଗଲ ଭିତରେ ପଶି ଅବାଧ ପଶୁପକ୍ଷୀ ଶିକାର ସହିତ ଜାଳେଣିକାଠ ସଂଗ୍ରହ କରି ବଜାରରେ ବିକ୍ରି କରିବା ଏକ ନିତ୍ୟନୈମିତ୍ୟ ଘଟଣାରେ ପରିଣତ ହୋଇପଡ଼ିଛି। ପ୍ରତ୍ୟେହ ଉକ୍ତ ଗ୍ରାମଗୁଡିକର କିଛି ଲୋକ ଜଙ୍ଗଲରୁ କାଠ ସଂଗ୍ରହ କରି ବଜାରରେ ବିକ୍ରି କରିବା ସହିତ ଅବାଧ ପଶୁ ପକ୍ଷୀ ଶିକାର କରୁଥିବା ଅଭିଯୋଗ ହୋଇଆସୁଛି। ଏପରିକି ଅତି ବେଧଡକ ଭାବରେ ଜଙ୍ଗଲି ମାଂସ ବିକ୍ରିବଟା ହେଉଥିବା ଦେଖିବାକୁ ମିଲୁଛି। ଦିବାଲୋକରେ ଏମାନେ ଜଙ୍ଗଲ ଭିତରେ ପ୍ରବେଶ କରି ହରିଣ , ବାରାହା୍‍, କୁଟ୍ରା ଆଦି ପଶୁ ଶିକାର କରି ଏହାର ମାଂସ ବିକ୍ରି କରୁଥିବା ଦେଖିବାକୁ ମିଳୁଛି। ହେଲେ ବନବିଭାଗ କିମ୍ବା ପୁଲିସ ପକ୍ଷରୁ କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେଉନାହିଁ। ଯା ଫଳରେ ଅବାଧ ପଶୁ ଶିକାର ଦିନକୁଦିନ ବୃଦ୍ଧିପାଇବାରେ ଲାଗିଛି। ବିଭିନ୍ନ ସମୟରେ ଏହି ଅଭୟାରଣ୍ୟ ଭିତରେ ରହିଥିବା ଲୋକମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ଉଦ୍ୟମ ହେଉଥିଲେ ହେଁ ତାହା ଆଜି ପର୍ଯ୍ୟନ୍ତ ଫଳପ୍ରସୁ ହୋଇପାରୁନାହିଁ। ଯା ଫଳରେ ପଶୁ ଶିକାର ବଢି ଚାଲିଛି।

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories