କଳାପଥର(ବାଙ୍କୀ) : ବାଙ୍କୀ ଉପଖଣ୍ଡର କଳାପଥର -ଧଳାପଥର ଉଚ୍ଚ ବିଦ୍ୟାଳୟ ପଡିଆରେ ଆୟୋଜିତ ୨୪ ତମ ମାନସ ମେମୋରିଆଲ କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟର ପଞ୍ଚମ ଦିବସରେ ଆୟୋଜକ କଳାପଥର ବନାମ ଭାଲିଆବାଡି (ଖୋର୍ଦ୍ଧା ) ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଟସ୍ ଜିତି ଭାଲିଆବାଡି ଦଳ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତି ନେଇ ୨୦.୨ ଓଭରରେ ସମସ୍ତ ଓିକେଟ ହରାଇ ୧୫୫ରନ୍ କରିଥିଲା। ଦଳ ପକ୍ଷରୁ ଆଲୋକ ସାମନ୍ତରାୟ ୭୪(୪୬)ସଂଗ୍ରହ କରିଥିଲେ। ବିପକ୍ଷ ଦଳର ଏସ୍ ଆର ରାୟ ୫-୧୭-୪ଏବଂଶୁସିଲ ସାହୁ ୨ଟି ଓିକେଟ ନେଇ ଥିଲେ। ଅପର ପକ୍ଷେ ୧୫୬ ରନର ବିଜୟ ଲକ୍ଷକୁନେଇ ପଡିଆକୁ ଓହ୍ଲାଇଥିବା ଜୀବନ ଜ୍ୟୋତି କ୍ରିକେଟ କ୍ଳବର ଏସ୍ ଆର ରାୟ ୨୫(୧୮),ଶୁସିଲ ସାହୁ୨୭(୧୬),ପ୍ରକାଶ ସାହୁ ୧୮(୧୩)ଙ୍କ ଉପେଯାଗୀ ଇନିଂକ୍ସ ବଳରେ ଦଳକୁ ଜିତାଇଥିଲେ। ଏସ୍ ଆର ରାୟଙ୍କ ଅଲରାଉଣ୍ଡ ପ୍ରଦର୍ଶନ ପାଇଁ ମ୍ୟାନ ଅଫ ଦି ମ୍ୟାଚ ପୁରସ୍କୃତ ହୋଇଥିଲେ। ଆଜିର ମ୍ୟାଚକୁ ବରିଷ୍ଠ ଅମ୍ପାୟାର ଚିତରଞ୍ଜନ ପଣ୍ଡା ଏବଂ ପ୍ରଦୀପ ଦାସ ପରିଚାଳନା କରିଥିଲେ। ସ୍କୋରିଂରେ ଦୀପକ ନାୟକ ଏବଂ ଗୋରାଚାନ୍ଦ ମିଶ୍ର ସହେଯାଗ କରିଥିବା ବେଳେ ଭାଷ୍ୟକାରଭାବେ ମୁକେଶକୁମାର ଏବଂମନୋଜ ସାହୁ ଦାୟିତ୍ୱ ତୁଲାଇଥିଲେ। ଆଜିର ମ୍ୟାଚରେ ଅତିଥିଭାବେ ଷ୍ଟେଟ ବ୍ୟାଙ୍କ କଳାପଥର ଶାଖା ପରିଚାଳକ ହିମାଂଶୁ ଶେଖର ପାତ୍ର ଓ କଳାପଥର ଡିଗ୍ରୀ ମହାବିଦ୍ୟାଳୟର ପ୍ରଫେଶର କିଶୋରକୁମାର ସାହୁ ଯୋଗ ଦେଇଥିଲେ। ପ୍ରତେକ ମ୍ୟାଚର ମ୍ୟାନ ଅଫଦି ମ୍ୟାଚକୁ ଗୋଟିଏ ଲେଖାଏଁ ମୋବାଇଲ ପ୍ରଦାନ କରୁଛନ୍ତି ଅନିଲ କୁମାର ସାହୁ। ବୁଧବାର ପରଷ୍ପରକୁ ଭେଟିବାକୁ ଯାଉଛନ୍ତି ମଞ୍ଚେଶ୍ୱର , ବନାମ ଜାଁଳା କ୍ରିକେଟ କ୍ଳବ ମଧ୍ୟରେ ହେବ ବୋଲି କମିଟିର ସଦସ୍ୟ ପିୟୁସ କୁମାର ସାହୁ(ଜଗା ଭାଇ) ସୂଚନା ଦେଇଛନ୍ତି।



