ପଣ୍ଡିତ ଗୋପବନ୍ଧୁ ଦାସଙ୍କର ୯୫ତମ ଶ୍ରାଦ୍ଧୋତ୍ସବ ଅବସରରେ ‘ବିଶ୍ବମଣି ପଣ୍ଡିତ ଗୋପବନ୍ଧୁ ସ୍ମୃତି ସମ୍ମାନ’ ପ୍ରଦାନ

କଳାପଥର : ପୂଜ୍ୟ ପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ବାଙ୍କୀ ତରଫରୁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ପଥୁରିପଡା ଠାରେ ପଣ୍ଡିତ ଗୋପବନ୍ଧୁ ଦାସଙ୍କର ୯୫ତମ ଶ୍ରାଦ୍ଧୋତ୍ସବ ପାଳିତ ହୋଇଯାଇଛି। ବିଦ୍ୟାଳୟ ପରିସରରେ ସ୍ଥାପିତ ପ୍ରତିମୂର୍ତ୍ତି ନିକଟରେ ଅନୁଷ୍ଠାନର ସଭାପତି କବି ସୁନୀଲ କୁମାର ମିଶ୍ର ବୈଦିକ ରୀତିରେ ଶ୍ରାଦ୍ଧ ତିଳ ତର୍ପଣ ପିଣ୍ଡ ଦାନ କରିଥିଲେ। ପଣ୍ଡିତ ନୃସିଂହ ଚରଣ ଦାଶ ବ୍ରାହ୍ମଣ କର୍ମ ସମ୍ପାଦନ କରିଥିଲେ। ଏହି ଅବସରରେ ପଶ୍ଚିମ ବାଙ୍କୀ ଉନ୍ନୟନ ପରିଷଦ ସଭାପତି ତଥା ବାଙ୍କୀ ବ୍ଲକ କେନ୍ଦୁପଲ୍ଲୀ ଗ୍ରାମ ପଞ୍ଚାୟତର ସରପଞ୍ଚ ପ୍ରଦ୍ୟୁମ୍ନ ସୁବୁଦ୍ଧିଙ୍କୁ ‘ବିଶ୍ବମଣି ପଣ୍ଡିତ ଗୋପବନ୍ଧୁ ସ୍ମୃତି ସମ୍ମାନ’ରେ ମାନପତ୍ର ଉତ୍ତରୀୟ ପୁଷ୍ପ ଗୁଚ୍ଛ ସହିତ ମୂଖ୍ୟ ଅତିଥି ବରପୁଟ ଗ୍ରାମ ପଞ୍ଚାୟତର ସରପଞ୍ଚ ପଣ୍ଡିତ ଅଶୋକ କୁମାର ମିଶ୍ର ସମ୍ବର୍ଦ୍ଧିତ କରିଥିଲେ। ଅନୁଷ୍ଠାନର ସଭାପତି ସୁନୀଲ ମିଶ୍ର ସୁନୀଲ ମିଶ୍ର ତାଙ୍କ ବକ୍ତବ୍ୟରେ ଗୋପବନ୍ଧୁ ଦାସ କେବଳ ଉତ୍କଳର ମଣି ନଥିଲେ, ସେ ଥିଲେ ସାରା ବିଶ୍ୱର ମଣି ବୋଲି କହିଥିଲେ।

prayash

ମୁଖ୍ୟ ଅତିଥି ଅଶୋକ ମିଶ୍ର, ସମ୍ପର୍କ ସାହିତ୍ୟ ଅନୁଷ୍ଠାନର ସମ୍ପାଦକ ରବି ନାରାୟଣ ମଙ୍ଗରାଜ, ମହାବେରେଣା ବିଦ୍ୟାପୀଠର ପ୍ରାକ୍ତନ ପ୍ରଧାନ ଶିକ୍ଷକ ଅଶୋକ କୁମାର ପଟ୍ଟନାୟକ, ମହାବେରେଣା ଉନ୍ନୟନ ପରିଷଦ ସଭାପତି କୃଷ୍ଣଚନ୍ଦ୍ର ତ୍ରିପାଠୀ ପ୍ରମୁଖ ବକ୍ତବ୍ୟ ରଖିଥିଲେ। ଅନୁଷ୍ଠାନର ସଂଯୋଜକ ବାଙ୍କୀ ସ୍ବୟଂ ଶାସିତ ମହାବିଦ୍ୟାଳୟ ର ଉପାଧ୍ୟକ୍ଷ ପ୍ରାଧ୍ୟାପକ ମନୋଜ କୁମାର ମହାପାତ୍ର, ମହାବେରେଣା କ୍ଲବର ସମ୍ପାଦକ ସଦାଶିବ ଦାସ, ଅବସରପ୍ରାପ୍ତ କାର୍ଗିଲ ସୈନ୍ୟ ତ୍ରିଲୋଚନ ଦାସ, ରକ୍ତଦାତା ରଣଜିତ୍ ସେଠ୍, ଅବସର ପ୍ରାପ୍ତ ଶିକ୍ଷକ ଅନନ୍ତ ଚରଣ ଦାସ, ଶିକ୍ଷକ ଜିତେନ୍ଦ୍ର ସାହୁ, ଅକ୍ଷୟ ବେହେରା, କବି ସୁରେଶ୍ବର ବେହେରା, ଶିକ୍ଷକ ଚିନ୍ମୟ ପଣ୍ଡା, ଅକ୍ଷୟ ତ୍ରିପାଠୀ, ସୁଶାନ୍ତ ଦଲେଇ, ସଦାନନ୍ଦ ସାହୁ, ସରୋଜିନୀ ଦେଇ, ପ୍ରଭାତୀ ତ୍ରିପାଠୀ, ସୌଭାଗିନୀ ନନ୍ଦ, ବିଦ୍ୟାଳୟ ସଭାପତି ଦିଲ୍ଲୀପ ମହାପାତ୍ର, କବି ଲଲାଟେନ୍ଦୁ ପଣ୍ଡା ପ୍ରମୂଖ ବହୁ ବିଶିଷ୍ଟ ବ୍ୟକ୍ତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଦିଲ୍ଲୀପ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

kalyan agarbati

Comments are closed.