କଲମପୁର ଅଞ୍ଚଳରେ ସାର୍ବଜନୀନ ଦୁର୍ଗା ପୂଜା ପାଳିତ

କଲମପୁର: କଲମପୁର ଅଞ୍ଚଳର କଲମପୁର ସମେତ ବଡକୁଟୃ ଏବଂ ବିଜମରା ଠାରେ ଜଗତ ଜନନୀ ମା’ ଦୁର୍ଗାଙ୍କ ଶରଦୀୟ ପୂଜା ଉତ୍ସବ ମହା ସମାରୋହର ସହିତ ପାଳିତ ହେଉଛି। କଲମପୁର ଦୁର୍ଗା ମଣ୍ଡପ ଠାରେ ଦୁର୍ଗତୀ ନାଶିନୀ ମା’ ଦୁର୍ଗାଙ୍କ ପୂଜାର୍ଚ୍ଚନା ବିଧି ମୁତାବକ କରାଯାଉଛି। ଦୀର୍ଘ ୫୦ ବର୍ଷ ଧରି କଲମପୁର ଦୁର୍ଗା ମଣ୍ଡପ ଠାରେ ଏହି ପୂଜା ଅନୁଷ୍ଠିତ ହେଇ ଆସୁଛି। ହାତୀ ନଦୀରୁ ପବିତ୍ର ଜଳ କଳସ ନେଇ ପୂଜା ମଣ୍ଡପ ଠାରେ ସ୍ଥାପନ କରିବା ସହ ବିଲ୍ୱ ବରଣ କରି ମାଁଙ୍କୁ ଆବାହନ କରାଯାଇ ପୂଜା କାର୍ଯ୍ୟ ଆରମ୍ଭ କରାଯାଇଥିଲା। ରବିବାର ମଣ୍ଡପ ଠାରେ ମହା ଅଷ୍ଟମୀ ପୂଜା ମହା ସମାରୋହର ସହିତ ଆୟୋଜନ କରାଯାଇଛି। କମିଟିର ସଭାପତି ଉମାଶଙ୍କର ଶର୍ମା, ଘନଶ୍ୟାମ ନାଏକ ପ୍ରମୁଖଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ମୁଖ୍ୟ ପୂଜକ ଫକିର ମୋହନ ପାତ୍ରଙ୍କ ନେତୃତ୍ୱରେ ବିରଂଚି ନାୟଣ ବେହେରା, ପ୍ରଦୀପ କୁମାର ଠାକୁର, ଅକ୍ଷୟ କୁମାର ପୁରୋହିତ, ଅକ୍ଷୟ କୁମାର ଠାକୁର ଏବଂ ଦିଲିପ କୁମାର ପଣ୍ଡା ପ୍ରମୁଖ ପୂଜା, ହୋମବିଧି ଆଦି ସମ୍ପାଦିତ କରୁଛନ୍ତି। କର୍ତା ଭାବରେ ବରିଷ୍ଟ ନାଗରୀକ କପୁରଚନ ଜୈନ ଏବଂ ତାଙ୍କ ଧର୍ମ ପତ୍ନୀ ନିୟୋଜିତ ହେଇଛନ୍ତି।

prayash

ସେହିଭଳି ବଡକୁଟୃ ପୂଜା ମଣ୍ଡପରେ ମଧ୍ୟ ମହାସମାରୋହର ସହିତ ପୂଜା ଉତ୍ସବ ସମ୍ପାଦିତ କରାଯାଉଛି। ଏହି ପୂଜା କମିଟିର ସଭାପି ଘନଶ୍ୟାମ ନାଏ, ୁପସଭାପତି ପ୍ରଦ୍ୟୁମ୍ନ ନିଆଲ, ସମ୍ପାଦକ ଅନିରୁଦ୍ଧ ନାଗ ଏବଂ ଷଷ୍ଟି ପ୍ରସାଦ ସୁନାନୀହ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ମୁଖ୍ୟ ପୂଜକ ସତ୍ୟ ନାରାୟଣ ବେହେରା ପୂଜା କାର୍ଯ୍ୟ ସମ୍ପାଦନ ଦାଇତ୍ୱ ନେଇଛନ୍ତି। ସନ୍ତୋଷ କୁମାର ପଟ୍ଟନାୟକ ଏବଂ ତାଙ୍କ ଧର୍ମପତ୍ନୀ କର୍ତା ଭାବେ ପୂଜା କାର୍ଯ୍ୟ ତୁଲାଉଛନ୍ତି। ପୂଜା ମଣ୍ଡପ ସବୁ ରଙ୍ଗିନ ଆଲୋକ ମାଳାରେ ସଜ୍ଜିତ ହେଇଥିବା ବେଳେ ପ୍ରତ୍ୟହ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ଆୟୋଜନ କରାଯାଉଛି। ଏହାସହ ଶନିବାର ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂହ ଦେଓ ଏବଂ ଧର୍ମଗଡ ବିଧାୟକ ମୌଷଧି ବାଗ କଲମପୁର ପୂଜା ମଣ୍ଡପରେ ପହଂଚି ପୂଜା ଅର୍ଚ୍ଚନା କରି ଦେବୀଙ୍କ କୃପା ଭିକ୍ଷା କାମନା କରିଥିଲେ।

Comments are closed.