www.samajalive.in
Sunday, December 7, 2025
26.1 C
Bhubaneswar

ନାବାଳିକା ଦୁଷ୍କର୍ମ ଅଭିଯୋଗ; ସ୍ୱତନ୍ତ୍ର ପକ୍ସୋ କୋର୍ଟକୁ ଚାଲାଣ ହେଲା ଅଭିଯୁକ୍ତ

କଲମପୁର: ପୁଣି ଜଣେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ମଙ୍ଗଳବାର ଜଣେ ଅଭିଯୁକ୍ତକୁ କଲମପୁର ପୁଲିସ ଗିରଫ କରି ସ୍ୱତନ୍ତ୍ର ପକ୍ସୋ ଅଦାଲତକୁ ଚାଳାଣ କରିଛି।

ସୂଚନା ଅନୁସାରେ, କଲମପୁର ଥାନା ଅଂଚଳର ଜଣେ ଦଳିତ ବର୍ଗର ନାବାଳିକାଙ୍କୁ ଜଣେ ସବର୍ଣ୍ଣ ବର୍ଗର ଯୁବକ ବିବାହର ପ୍ରତିଶୃତି ଦେଇ ଶାରୀରିକ ସମ୍ପର୍କ ରଖିଥିବା ଅଭିଯୋଗ ହୋଇଛି। ନାବାଳିକା ଜଣକ ଗର୍ଭବତୀ ହେବାରେ ବିବାହ ପାଇଁ ଯୁବକଙ୍କୁ ବୁଝାଇଥିଲେ। କିନ୍ତୁ ଯୁବକ ଘଟଣାକୁ ଏଡ଼ାଇଯିବାରୁ ପୀଡ଼ିତା ନାବାଳିକା ନିଜ ପରିବାର ସହଯୋଗରେ ନ୍ୟାୟ ପାଇଁ କଲମପୁର ପୁଲିସ ଥାନାର ଦ୍ୱାରସ୍ଥ ହୋଇଥିଲେ। ଘଟଣାର ଗୁରୁତ୍ୱ ଦୃଷ୍ଟିରୁ କଲମପୁର ଥାନା କେସନଂ ୬୭/୨୦୨୩ରେ ମାମଲା ରୁଜୁ କରି ତୁରନ୍ତ ଅଭିଯୁକ୍ତ ଯୁବକଙ୍କୁ ଥାନାରେ ଅଟକ ରଖିବା ସହ ନାବାଳିକାଙ୍କ ଡାକ୍ତରୀମାଇନା କରାଇଥିଲେ।

- Advertisement -

ସୂଚନାଯୋଗ୍ୟ, ପାତ୍ରବାସୀ ଗ୍ରାମର ରିତେଶ ରାଉତ ନାମକ ଯୁବକ ନାବାଳିକାଙ୍କୁ ବିବାହର ପ୍ରତିଶୃତି ଦେଇ ଦୁଷ୍କର୍ମ କରିଥିଲା। ଯାହାରି ଫଳରେ ନାବାଳିକା ଜଣକ ଏବେ ୫ ମାସର ଗର୍ଭବତୀ। ତେଣୁ ନ୍ୟାୟ ପାଇଁ ପରିବାର ସହ କଲମପୁର ଥାନାର ଦ୍ୱାରସ୍ଥ ହେଲେ ପୀଡ଼ିତା। ମଙ୍ଗଳବାର ରିତେଶକୁ ଗିରଫ କରି ଭବାନୀପାଟଣା ସ୍ୱତନ୍ତ୍ର ପକ୍ସୋ କୋର୍ଟକୁ ଚାଲାଣ କରାଯାଇଛି। ଏହି ଘଟଣାର ତଦନ୍ତକାରୀ ଅଧିକାରୀ ଭାବେ କଲମପୁର ଥାନାର ଏସଆଇ ଡୋଳାମଣି ବିଶି ଦାୟିତ୍ୱ ନେଇଛନ୍ତି। ଅନ୍ୟପଟେ ଅଭିଯୁକ୍ତ ଯୁବକ ଘଟଣାକୁ ଖଣ୍ଡନ କରିବା ସହ ସମସ୍ତ ପ୍ରକାର ତଦନ୍ତ ଏବଂ ପରୀକ୍ଷାର ସମ୍ମୁଖୀନ ହୋଇ ନିଜକୁ ନିର୍ଦ୍ଦୋଶ ପ୍ରମାଣ କରିବେ ବୋଲି ଦୃଢକ୍ତି ପ୍ରକାଶ କରିଛନ୍ତି। ତେଣୁ ଘଟଣାର ଅଧିକ ତଦନ୍ତ କରାଯିବା ପାଇଁ ସାଧାରଣରେ ଦାବି ହେଉଛି।

Hot this week

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories