୩ମାସ ଧରି ଚାଉଳ ପାଇବାରୁ ବଞ୍ଚିତ ହିତାଧିକାରୀ

କଲମପୁର: ପ୍ରତି ମାସର ପ୍ରଥମ ସପ୍ତାହରେ ଖାଦ୍ୟ ସୁରକ୍ଷା ଯୋଜନାର ଖାଉଟିଙ୍କୁ ପଞ୍ଚାୟତ ମାଧ୍ୟମରେ ଦିଆଯିବ ଚାଉଳ। ସରକାରଙ୍କ ଏଭଳି ନିର୍ଦେଶ ରହିଛି। କିନ୍ତୁ ପରିତାପର ବିଷୟ ମାସେ କି ଦୁଇ ମାସ ନୁହେଁ ତିନି ମାସ ଧରି ଚାଉଳ ପାଇବାରୁ ବଞ୍ଚିତ ହେଉଛନ୍ତି ହିତାଧିକାରୀ। ବାରମ୍ବାର ପଞ୍ଚାୟତକୁ ଦୌଡି ଦୌଡି ନିରାଶ ହେଉଥିଲେ ମଧ୍ୟ କେହି ଶୁଣିବାକୁ ନାହାଁନ୍ତି। ସୋମବାର କିଛି ହିତାଧିକାରୀ ପଞ୍ଚାୟତ କାର୍ଯ୍ୟାଳୟକୁ ଯାଇ ଚାଉଳ ଯୋଗାଇବାକୁ ଦାବି କରିଥିଲେ। କିନ୍ତୁ ଗତ ମଇ ମାସରେ ଦେଖା ଦେଇଥିବା ଘୁର୍ଣ୍ଣି ଝଡ ସମୟରେ ଏକ ଗଛ ଭାଙ୍ଗି ପଞ୍ଚାୟତ ଗୋଦାମ ଉପରେ ପଡିଯାଇଥିଲା। ଯାହାରି ଫଳରେ ଗୋଦାମ ଛାତ ଭାଙ୍ଗିଯାଇଥିଲା ଏବଂ ଗୋଦାମରେ ଥିବା ଶହେ କ୍ୱିଣ୍ଟାଲରୁ ଅଧିକ ଚାଉଳ ଭିଜି ନଷ୍ଟ ହେଇଥିଲା। ଏହି ନଷ୍ଟ ଚାଉଳ ପ୍ରତି ବଦଳ ଚାଉଳ ଆସି ନଥିବାରୁ ସେ ହିତାଧିକାରୀଙ୍କୁ ଦେଇନଥିଲେ।

prayash

ସୋମବାର ଚାଉଳ ପହଞ୍ଚିବା ପରେ ମଙ୍ଗଳବାର ଦିନ ଚାଉଳ ଦିଆଯିବା ନେଇ ସୂଚନା ଦେଇଥିଲେ। ମଙ୍ଗଳବାର ହିତାଧିକାରୀମାନେ ଚାଉଳ ନେବା ପାଇଁ ଆସିଥିଲେ। କିନ୍ତୁ କିଛି ଚାଉଳ ନଷ୍ଟ ହେଇଥିବାରୁ ସେ ଚାଉଳ ନେବାକୁ ବାରଣ କରି ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିଜୟ କୁମାର ମାଣ୍ଡାଙ୍ଗିଙ୍କ ଦ୍ୱାରସ୍ଥ ହେଇଥିଲେ। ଶ୍ରୀ ମାଣ୍ଡାଙ୍ଗି ତୁରନ୍ତ ଯୋଗାଣ ନିରୀକ୍ଷକଙ୍କ ସମେତ ଯୋଗାଣ ସହାୟକଙ୍କ ସହ ଯୋଗାଯୋଗ କରି ତୁରନ୍ତ ଏହାର ସମାଧାନ ପାଇଁ ନିର୍ଦେଶ ଦେଇଥିଲେ। ଏହାସହ ଭଲ ଚାଉଳ ଦେଖି ଗ୍ରହଣ କରିବା ପାଇଁ ଉତ୍ୟକ୍ତ ହିତାଧିକାରୀଙ୍କୁ ବୁଝାଇଥିଲେ। ଏହାସହ ଆଗାମୀ ଜୁଲାଇ ମାସର ପ୍ରଥମ ସପ୍ତାହରେ ·ଉଳ ଆସିବା ପରେ ପ୍ରଥମେ ଗୁମାବାହାଲ ଏବଂ ବିରିପୁର ଗ୍ରାମର ହିତାଧିକାରୀଙ୍କୁ ଚାଉଳ ପ୍ରଦାନ କରାଯିବ ବୋଲି ମତବ୍ୟକ୍ତ କରିଥିଲେ। ଏହାପରେ ଗୁମାବାହାଲ ଗ୍ରାମର ହିତାଧିକାରୀ ମାନେ ଚାଉଳ ଗ୍ରହଣ କରିଥିବା ବେଳେ ବିରିପୁର ହିତାଧିକାରୀ ମାନେ ଭଲ ଚାଉଳ ଯୋଗାଇବା ପାଇଁ ଦାବି କରି ଫେରିଯାଇଛନ୍ତି।

kalyan agarbati

Comments are closed.