ପ୍ରାଥମିକ ଶିକ୍ଷାର ଅସଲି ଚିତ୍ର, ଗୋଟିଏ କୋଠରୀରେ ୫ଟି ଶ୍ରେଣୀ

କଲମପୁର: ନାହିଁ ଆବଶ୍ୟକ ସଂଖ୍ୟକ ଶ୍ରେଣୀ କୋଠରୀ, ନାହିଁ ବିଦ୍ୟାଳୟର ସୁରକ୍ଷା ପାଇଁ ପାଚେରୀ ବ୍ୟବସ୍ଥା, ନାହିଁ ବିଦ୍ୟୁତ୍‍ ବ୍ୟବସ୍ଥା ପୁଣି ନାହିଁ ବିଦ୍ୟାଳୟ ପାଇଁ ରାସ୍ତାର ବ୍ୟବସ୍ଥା। ୟେ ହେଉଛି କଲମପୁର ବେଲପଡ଼ା ସରକାରୀ ପ୍ରାଥମିକ ବିଦ୍ୟାଳୟର ଅବସ୍ଥା। ୩୭ ଜଣ ଛାତ୍ର ଛାତ୍ରୀଙ୍କ ପାଇଁ ଦୁଇ ଜଣ ଶିକ୍ଷକ ନିୟୋଜିତ। ଅନେକ ସମୟରେ ଜଣେ ଶିକ୍ଷକଙ୍କୁ ସରକାରୀ କାର୍ଯ୍ୟରେ ନିୟୋଜିତ ହେବାକୁ ହେଇଥାଏ। ବର୍ତମାନ ସରକାରୀ ପ୍ରାଥମିକ ବିଦ୍ୟାଳୟ ଦାଇତ୍ୱ ଗ୍ରାମ ପଂଚାୟତ ଅଧିନସ୍ତ କିନ୍ତୁ ପରିତାପର ବିଷୟ ଖୋଦ କଲମପୁର ଗ୍ରାମ ପଂଚାୟତ ସରପଂଚଙ୍କ ଘର ପଛ ପଟରେ ଏହି ବିଦ୍ୟାଳୟ ଥିଲେ ମଧ୍ୟ ସରପଂଚଙ୍କ ବିଦ୍ୟାଳୟର ଅବ୍ୟବସ୍ଥା ପ୍ରତି ଦୃଷ୍ଟି ନପଡ଼ିବା। ଯେଉଁ ସବୁ କୋଠରୀ ଅଛି ତାହା ବ୍ୟବହାର ଅନୁପଯୋଗୀ। ଏପରିକି ବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କ ମଧ୍ୟାହ୍ନ ଭୋଜନ ପାଇଁ ଆସୁଥିବା ଚାଉଳ ଭଳି ସାମଗ୍ରୀ ରଖିବା ମଧ୍ୟ ନିରାପଦ ନୁହେଁ। ଯେଉଁଥିପାଇଁ ଶ୍ରେଣୀ କୋଠରୀରେ ହିଁ ଡାଲି ଚାଉଳ ରଖିବା ପାଇଁ ବାଧ୍ୟ ହେଉଛନ୍ତି।

ଅନ୍ୟପଟେ ବିଦ୍ୟାଳୟ ପାଇଁ ଥିବା ରୋଷେଇ ଘରର ଅବସ୍ଥା ମଧ୍ୟ ବ୍ୟବହାର ଅନୁପଯୋଗୀ। ଯେଉଁଥିପାଇଁ ଏକ ପରିତ୍ୟକ୍ତ କୋଠରୀରେ ମଧ୍ୟାହ୍ନ ଭୋଜନ ରନ୍ଧା ଯାଉଛି। ପାଚେରୀ ବ୍ୟବସ୍ଥା ନଥିବାରୁ ମଦ୍ୟପ ଓ ଜୁଆଡି ଭଳି ଅସାମାଜିକ ବ୍ୟକ୍ତିଙ୍କ ଆଡ୍ଡା ସ୍ଥଳୀ ପାଲଟିଛି ବିଦ୍ୟାଳୟ ପରିସର। ଏହାସହ ବିଦ୍ୟାଳୟକୁ ଲାଗି ରହିଛି ଏକ କେନାଲ, ଯାହା କୋମଳମତୀ ଶିଶୁଙ୍କ ପାଇଁ ବିପଦ ସୃଷ୍ଟି କରିଛି। ବିଦ୍ୟାଳୟକୁ ଯାତାୟତ କରିବା ପାଇଁ ରାସ୍ତାର ସୁବିଧା ନାହିଁ। ପାଣି କାଦୁଅରେ ଛାତ୍ର ଛାତ୍ରୀଙ୍କ ସମେତ ଶିକ୍ଷକ ମାନେ ଯାତାୟତ କରିବା ପାଇଁ ବାଧ୍ୟ ହେଉଛନ୍ତି। ବାରମ୍ବାର ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଇଲେ ମଧ୍ୟ କେହି ଅଧିକାରୀ ବିଦ୍ୟାଳୟ ପ୍ରତି ଦୃଷ୍ଟି ନଦେବା ଦୁଃଖର ବିଷୟ ବୋଲି କହିଛନ୍ତି ବିଦ୍ୟଆଳୟ ପରିଚାଳନା କମିଟିର ସଭାପତି ଅଣାକାର ରଣା।

Comments are closed.