କଛାରପଡ଼ା ଛକରେ ବିପଦସଂକୁଳ ଅବସ୍ଥାରେ ଥିବା ଗଛ ହଟାଇଲେ ଅଗ୍ନିଶମ ବାହିନୀ
କଲମପୁର: କଲମପୁର ଥୁଆମୁଳ ରାମପୁର ମୁଖ୍ୟ ରାସ୍ତା ଏବେ ଅଂଚଳର ବ୍ୟସ୍ତ ବହୁଳ ରାସ୍ତା। ଏହି ରାସ୍ତା ଦେଇ ଥୁଆମୁଳ ରାମପୁର, ମୁଖିଗୁଡା ଓ ଜୟପାଟଣା ଅଞ୍ଚଳ ସହ ସଂଯୋଗ ରହୁଥିବାରୁ ଯାନ ବାହାନ ବହୁଳ ପରିମାଣରେ ଚଳାଚଳ କରୁଛି। ଏଭଳି ସ୍ଥିତିରେ ଏହି ରାସ୍ତାର କଛାରପଡ଼ା ଛକ ନିକଟରେ ଏକ ବିରାଟକାୟ ଗଛ ବିପଦସଂକୁଳ ଅବସ୍ଥାରେ ଓହଳି ପଡ଼ି ଅନ୍ୟ ଏକ ଗଛରେ ଅଟକି ରହିଥିଲା। ଗଛ ପଡ଼ି ଜନ ଜୀବନ ପ୍ରଭାବିତ ହେବାର ଆଶଙ୍କା ଥିବାରୁ ଏହି ରାସ୍ତା ଦେଇ ଯାତାୟତ କରିବା ଲୋକଙ୍କ ପାଇଁ ନିରାପଦ ନଥିଲା। ଯାହା ଫଳରେ ଏହି ରାସ୍ତାରେ ଯାନ ବାହାନ ଅଟକି ରହି ରାସ୍ତା ଅବରୋଧ ହୋଇଥିଲା। ଏନେଇ ବ୍ଲକ ପ୍ରଶାସନ ତରଫରୁ ସୂଚନା ପାଇବା ପରେ ସ୍ଥାନୀୟ ଅଗ୍ନିଶମ ବାହିନୀର ଓଆଇସି ଶଙ୍କର ପ୍ରସାଦ ତ୍ରିପାଠୀଙ୍କ ନେତୃତ୍ୱରେ ଅଗ୍ନିଶମ ବାହିନୀର କର୍ମଚାରୀ ପହଞ୍ଚି ଗଛ କାଟିଥିଲେ। ଏହାପରେ ବିରାଟକାୟ ଗଛ ଗଣ୍ଡିକୁ ଏକ ଜେସିବି ସହାୟତାରେ ରାସ୍ତାକଡ଼କୁ ନିଆଯିବା ପରେ ଏହି ରାସ୍ତା ଦେଇ ଯାନବାହାନ ଚଳାଚଳ ସ୍ୱାଭାବିକ ହୋଇଛି।
Comments are closed.