ବାର୍‌ହା ଫାସରେ ଫଶି ଯୁବତୀଙ୍କ ମୃତ୍ୟୁ ଘଟଣା; ମୃତକଙ୍କ ପରିବାରକୁ ଏକ ଲକ୍ଷ ଟଙ୍କାର ସହାୟତା

କଲମପୁର: ବାରହା ଶିକାର ପାଇଁ ବିଛା ଯାଇଥିଲା ବିଦ୍ୟୁତ୍ଫାସ ଏହି ବିଦ୍ୟୁତ୍ଫାସରେ ପସିଯାଇଥିଲେ ଥୁଆମୂଳ ରାମପୁର ବ୍ଲକ ଅଧିନସ୍ଥ ଉପରଟେମରା ଗ୍ରାମର ୧୮ ବର୍ଷିୟ ଯୁବତୀ ଯମୁନା ଜାନୀ ବିଦ୍ୟୁତ ଆଘାତ ଦ୍ୱାରା ଘଟଣା ସ୍ଥଳରେ ହିଁ ତାର ମୃତ୍ୟୁ ଘଟିଥିଲା ପ୍ରାପ୍ତ ସୂଚନା ଅନୁସାରେ ଗତ ୨୮ ନଭେମ୍ବର ୨୦୨୧ଦିନ ଉପରଟେମରା ଗ୍ରାମ ନିକଟସ୍ଥ ଜଙ୍ଗଲରେ  ବିଦ୍ୟୁତ୍ସଂଯୋଗର ଅପବ୍ୟବହାର କରି ବନ୍ୟ ଜନ୍ତୁ ଶିକାର ଉଦ୍ଦେଶ୍ୟରେ ବିଦ୍ୟୁତ୍ଫାସ ବିଛା ଯାଇଥିଲା ଏହା ଜାଣିନପାରେ ଶୌଚ ପାଇଁ ଯାଉଥିବା ବେଳେ ଯମୁନା ଏହି ଫାସରେ ପଡିଯାଇଥିଲା ଯାହାରି ଫଳରେ ଘଟଣା ସ୍ଥଳରେ ହିଁ ଯମୁନାର ମୃତ୍ୟୁ ହେଇଥିଲା ଏନେଇ ସ୍ଥାନୀୟ ପୁଲିସରେ ମାମଲା ରୁଜୁ ହେବା ସହ ସମାଜିକ କର୍ମୀ ଦିଲ୍ଲୀପ କୁମାର ଦାସ ଜାତୀୟ ମାନବାଧିକାର କମିଶନଙ୍କ ନିକଟରେ ଅଭିଯୋଗ ଦାଖଲ କରିଥିଲେ ବିଦ୍ୟୁତ୍ବିଭାଗର ଅବହେଳା ପାଇଁ ବିଦ୍ୟୁତର ଅପବ୍ୟବହାର କରାଯାଇ ଜଣେ ନିରୀହର ଜୀବନ ଅକାଳରେ ଝରି ପଡିଲା

prayash

ତେଣୁ କାର୍ଯ୍ୟରେ ଅବହେଲା କରିଥିବା ବିଦ୍ୟୁତ୍କର୍ମଚାରୀଙ୍କ ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ମୃତକର ପରିବାର ପ୍ରତି କ୍ଷତିପୂରଣ ଦେବା ପାଇଁ ଅନୁରୋଧ କରିଥିଲେ ମାନବାଧିକାର କମିଶନ କେସନଂ ୩୩୧୯ରେ ମାମଲା ରୁଜୁ କରି ବିଦ୍ୟୁତ୍ବିଭାଗ ସଚିବ, କଳାହାଣ୍ଡି ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ନୋଟିସ ଜାରି କରି ଆଠ ସପ୍ତାହ ମଧ୍ୟରେ ବିହିତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ ଏହି ନୋଟିସ ପାଇବା ପରେ ଟାଟାପାୱାର ପକ୍ଷରୁ ଯମୁନା ଜାନୀର ପିତା କାଂଚୁ ଜାନୀଙ୍କୁ ଚେକ ମାଧ୍ୟମରେ ଏକ ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରିଛନ୍ତି

kalyan agarbati

Comments are closed.