ସିଙ୍ଗାରୀ ସଂରକ୍ଷିତ ଜଙ୍ଗଲରେ ଲାଗିଛି ନିଆଁ, ପୋଡି ପାଉଁଶ ହେଉଛି ବହୁ ମୂଲ୍ୟବାନ ଔଷଧିୟ ଗଛ

କଲମପୁର: ଗତ କିଛି ଦିନ ହେବ ଗ୍ରୀଷ୍ଣ ତାପର ପ୍ରଭାବ ବୃଦ୍ଧି ପାଇବାରେ ଲାଗିଛି। ଦିନକୁ ଦିନ ଅସହ୍ୟ ହେଉଛି ଗରମର ପ୍ରଭାବ। ଜନ ଜୀବନ ଅସ୍ତବ୍ୟସ୍ତ। ଏପରିସ୍ଥିତିରେ ଜନ ବସତିକୁ ଲାଗି ରହିଥିବା ବିଭିନ୍ନ ଜଙ୍ଗଲରେ ନିଆଁ ଲାଗିଯାଉଥିବାରୁ ତାରି ପ୍ରଭାବ ଗ୍ରୀଷ୍ଣ ତାପକୁ ବୃଦ୍ଧି କରୁଛି। ସୋମବାର ଦିନ ରାତି ସିଂରାରୀ ସଂରକ୍ଷିତ ଜଙ୍ଗଲ ଅଧିନସ୍ଥ ଦେବେଗିରୀ ପ୍ରସ୍ତାବିତ ସଂରକ୍ଷିତ ଜଙ୍ଗଲରେ ନିଆଁ ଲାଗିଥିବା ବେଳେ ପୁଣି ମଙ୍ଗଳବାର ଦିନ ତମାମ ସିଙ୍ଗାରୀ ସଂରକ୍ଷିତ ଜଙ୍ଗଲ ଅଞ୍ଚଳରେ ନିଆଁ ଲାଗି ରହିଛି। ଯାହାରି ପ୍ରଭାବରେ ବହୁ ମୂଲ୍ୟବାନ ଗଛ ସବୁ ପୋଡି ପାଉଁଶ ହେଇଯାଉଛି। ନିଆଁର ପ୍ରଭାବରେ ସମଗ୍ର ଜଙ୍ଗଲ ଅଂଚଳ ଧୁଆଁମୟ ହେଇଯାଇଛି। ରାତିରେ ଲାଗିଥିବା ନିଆଁରେ ଜଙ୍ଗଲ ସତେ ଯେମିତି ଆଲୋକ ମାଳାରେ ସଜ୍ଜିତ ହେଇଥିବାର ଭ୍ରମ ସୃଷ୍ଟି କରୁଛି। ହେକ୍ଟର ହେକ୍ଟର ଜଙ୍ଗଲ ପୋଡୁଛି। ଏହି ଜଙ୍ଗଲପୋଡି ଦ୍ୱାରା ବହୁ ମୂଲ୍ୟବାନ ଗଛର ମଞ୍ଜି ସବୁ ପୋଡିଯାଉଥିବାରୁ ଆଗାମୀ ଭବିଷ୍ୟତରେ ଜଙ୍ଗଲ ସୃଷ୍ଟି ଦିଗରେ ପ୍ରତିବନ୍ଧକ ହେବାର ଆଶଙ୍କା କରାଯାଉଛି। ପତ୍ରକୁ ପତ୍ର ଲାଗି ନିଆଁ ବ୍ୟାପିଯାଉଛି। କିଛି ଲୋକ ପୋଡୁ ଚାଷ ପାଇଁ ନିଆଁ ଲଗାଉଥିବା ବେଳେ ଅନ୍ୟ କଛିି ଲୋକ ମହୁଲ ଗୋଟାଇବା ପାଇଁ ନିଆଁ ଲଗାଉଛନ୍ତି। ଏହାସହ କିଛି କାଠ କଟାଳିଙ୍କ ଅସବଧାନତା ବସତଃ ମଧ୍ୟ ନିଆଁ ଲାଗୁଛି। ଜଙ୍ଗଲରେ ନିଆଁ ଲାଗୁଥିବାରୁ ଜଙ୍ଗଲ ଜନ୍ତୁ ପ୍ରଭାବିତ ହେଉଛନ୍ତି। ଜଙ୍ଗଲ ମଧ୍ୟରେ ପାଣି ନଥିବାରୁ ଜଙ୍ଗଲ ଜନ୍ତୁ ସବୁ ପାଣି ଟିକକ ପାଇବା ପାଇଁ ଜନ ବସତି ମୂହାଁ ହେଇ ଶିକାରୀ ଙ୍କ ଶିକାର ହେଉଛନ୍ତି। ଯାହା ପରିବେଶ ପ୍ରତି ସଚତେନ ଥିବା ଲୋକଙ୍କୁ ବ୍ୟଥିତ କରୁଛି। ନିଆଁ ଲାଗିଥିବା ନେଇ କଲମପୁର ବନପାଳଙ୍କୁ ସୁଚନା ଦିଆଯାଇଥିଲେ ମଧ୍ୟ ବନ ବିଭାଗ ଘଟଣା ସ୍ଥଳରେ ପହଂଚିନଥିବାରୁ ଆଉ ଅଳ୍ପ ସମୟ ପରେ ନିଆଁକୁ ଆୟତ କରିବା ସମ୍ଭବ ହେଇନପାରେ।

kalyan agarbati

Comments are closed.