ଡାକ୍ତର କାଫିଲ ଖାନଙ୍କ ଭାଇକୁ ଗୁଳିମାଡ଼

0

ଗୋରଖପୁର : ବିଆରଡ଼ି ଡାକ୍ତରଖାନା ମାମଲାରୁ ଚର୍ଚ୍ଚାକୁ ଆସିଥିବା ଡାକ୍ତର କାଫିଲ ଅହମଦ ଖାନଙ୍କ ସାନ ଭାଇ କାସିଫ ଜାମିଲଙ୍କୁ କେତେକ ଦୁର୍ବୃତ୍ତ ରବିବାର ଗୁଳି ମାରି ହତ୍ୟା ଉଦ୍ୟମ କରିଛନ୍ତି। କାଫିଲଙ୍କ ସାନ ଭାଇ ଦେହରେ ୩ଟି ଗୁଳି ବାଜିଛି। ତାଙ୍କୁ ଗୋରଖପୁରର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହି ଆକ୍ରମଣ ପୂର୍ବରୁ କାଫିଲ ନିଜ ଓ ସମ୍ପର୍କୀୟଙ୍କ ଉପରେ ମରଣାନ୍ତକ ଆକ୍ରମଣର ଆଶଙ୍କା ବ୍ୟକ୍ତ କରିଥିଲେ। ଏହି ଘଟଣା ପରେ ସେ ପୁଣି ଥରେ ସେହି କଥାକୁ ଦୋହରାଇଛନ୍ତି। ଉଲ୍ଲେଖ ଯେ ବିଆରଡି ଡାକ୍ତରଖାନା ଅକ୍ସିଜେନ ସିଲିଣ୍ଡର ଯୋଗାଣ ଓ ଶିଶୁମୃତ୍ୟୁ ମାମଲାରେ କାଫିଲ ଖାନଙ୍କୁ ଗିରଫ କରାଯାଇ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିଲା। ନିକଟରେ ତାଙ୍କୁ ଜାମିନ ମିଳିଛି।

Leave A Reply