କାଦୁଆ ଆଶ୍ରମ ପରିସରରେ ମାଗଣା ସ୍ବାସ୍ଥ୍ୟ ସେବା ଶିବିର
ସାକ୍ଷୀଗୋପାଳ: ଗୋପବନ୍ଧୁ ଡାକ୍ତରଖାନା, ମାଧବପୁର, କଟକ ଏବଂ ଗୋପବନ୍ଧୁ ଦରିଦ୍ର ନାରାୟଣ ସେବା ସଂଘ କାଦୁଆ ଆଶ୍ରମ, ସାକ୍ଷୀଗୋପାଳ ମିଳିତ ସହଯୋଗରେ ଆଜି କାଦୁଆ ଆଶ୍ରମ ପରିସରରେ ଏକ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରକୁ ଶତାଧିକ ରୋଗୀ ସେମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ଆସିଥିଲେ। ରୋଗୀମାନଙ୍କ ରକ୍ତଚାପ ଓ ମଧୁମେହ ପରୀକ୍ଷା କରାଯାଇଥିଲା। ଡାକ୍ତର ଲୋକବନ୍ଧୁ ଦାସଙ୍କ ସମେତ ଫାର୍ମାସିଷ୍ଟ ଓ ସେବିକାମାନେ ରୋଗୀମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ ଏବଂ ଉପଯୁକ୍ତ ଔଷଧ ସେବନ ପାଇଁ ପରାମର୍ଶ ଦେଇଥିଲେ।
ଏହି ଅବସରରେ ସ୍ବାସ୍ଥ୍ୟ ପରୀକ୍ଷା କରିଥିବା ସମସ୍ତ ରୋଗୀଙ୍କୁ ବିନା ମୂଲ୍ୟରେ ଔଷଧ ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମରେ କାଦୁଆ ଆଶ୍ରମ ସମ୍ପାଦକ ପ୍ରମୋଦ କୁମାର ମହାନ୍ତି, କାଦୁଆ ସରପଞ୍ଚ ସୁବାସ ମହାପାତ୍ର, ବିଶ୍ୱଜିତ ଶତପଥି, ଅମର ନନ୍ଦ, ବନମାଳୀ ଦାସ, ହୃଷିକେଶ ମିଶ୍ର, କାଦୁଆ ଆଶ୍ରମ କର୍ମଚାରୀ ଜଗନ୍ନାଥ ବାରିକ, ମନମୋହନ ମୁଦୁଲି ପ୍ରମୁଖ ଉପସ୍ଥିତ ଥିଲେ।
Comments are closed.