କାବୁଲ୍‍ରେ ଆତ୍ମଘାତୀ ବିସ୍ଫୋରଣ : ୧୨ ମୃତ, ୩୧ ଆହତ

0

କାବୁଲ : ଆଫଗାନିସ୍ତାନ ରାଜଧାନୀ କାବୁଲସ୍ଥିତ ଏକ ସରକାରୀ ମନ୍ତ୍ରାଳୟ ଅଫିସ୍‍ ଆଗରେ ସୋମବାର ଏକ ଆତ୍ମଘାତୀ ବିସ୍ଫୋରଣରେ ଅନ୍ୟୁନ୍‍ ୧୨ ଜଣ ପ୍ରାଣ ହରାଇଥିବାବେଳେ ୩୧ ଜଣ ଆହତ ହୋଇଛନ୍ତି। ରମଜାନ ଉପଲକ୍ଷେ ମନ୍ତ୍ରାଳୟ କର୍ମଚାରୀମାନେ କାର୍ଯ୍ୟସାରି ଅଫିସ୍‍ରୁ ବାହାରକୁ ଯାଉଥିବାବେଳେ ଏହି ବିସ୍ଫୋରଣ ଘଟିଥିଲା। ମନ୍ତ୍ରାଳୟର ପ୍ରସ୍ଥାନ ଫାଟକ ନିକଟରେ ଏହି ବିସ୍ଫୋରଣ ଘଟିଛି ବୋଲି ଗ୍ରାମାଞ୍ଚଳ ଥଇଥାନ ଏବଂ ବିକାଶ ମନ୍ତ୍ରାଳୟ ମୁଖପାତ୍ର ଦାଉଦ୍‍ ନାଇମି ପ୍ରକାଶ କରିଛନ୍ତି। ବିସ୍ଫୋରଣରେ ମନ୍ତ୍ରାଳୟର କାର୍ଯ୍ୟରତ କର୍ମଚାରୀଙ୍କ ଛୁଆ ଏବଂ ପତ୍ନୀଙ୍କ ମୃତ୍ୟୁ ଘଟିଛି ବୋଲି ଆଭ୍ୟନ୍ତରୀଣ ମନ୍ତ୍ରାଳୟ ମୁଖପାତ୍ର ନାଜିବ୍‍ ଦାନିଶ କହିଛନ୍ତି। ପ୍ରକାଶ ଯେ ପବିତ୍ର ରମଜାନ ମାସ ଏବଂ ଇଦ୍‍ ଉପଲକ୍ଷେ ଆଫଗାନ ତାଲିବାନ ଆତଙ୍କବାଦୀ ସଂଗଠନ ସପ୍ତାହେ ପାଇଁ ଶନିବାର ଅସ୍ତ୍ରବିରତି ଘୋଷଣା କରିଥିଲା। ସେହିପରି ରବିବାର ଆଫଗାନ ସରକାର ମଧ୍ୟ ନିସର୍ତ୍ତ ଅସ୍ତ୍ରବିରତି ଘୋଷଣା କରିଥିଲେ। ମାତ୍ର ଏହାର ଦିନକ ପରେ ଏହି ଆତ୍ମଘାତୀ ବିସ୍ଫୋରଣ ଘଟିଛି।

Leave A Reply