ଏଲଆରଡିଏଭି ପବ୍ଲିକ୍‍ ସ୍କୁଲରେ ଓଡ଼ିଶା ଦିବସ

0

କଟକ : ଗଣ୍ଡରପୁରସ୍ଥ ଏଲଆରଡିଏଭି ପବ୍ଲିକ୍‍ ସ୍କୁଲରେ ଓଡ଼ିଶା ଦିବସ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଅଧ୍ୟକ୍ଷା ନମିତା ମହାନ୍ତି ଅଧ୍ୟକ୍ଷତା କରିଥିଲେ। ପ୍ରାରମ୍ଭରେ ଦୀପ ପ୍ରଜ୍ଜ୍ୱଳନ କରିବା ସହ ଶ୍ରୀଜଗନ୍ନାଥ ଓ ଦେଶପ୍ରାଣ ମଧୁସୂଦନ ଦାସଙ୍କ ଫଟୋରେ ମାଲ୍ୟାର୍ପଣ କରାଯାଇଥିଲା। ପରେ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା। ଛାତ୍ରଛାତ୍ରୀ ରାଜ୍ୟର ବରପୁତ୍ରମାନଙ୍କର ସ୍ମୃତିଚାରଣ କରିଥିଲେ। ଉତ୍କଳ ଗୀତିକାର ତାଳେତାଳେ ଛାତ୍ରଛାତ୍ରୀ ନୃତ୍ୟ ପରିବେଷଣ କରିଥିଲେ। ବରପୁତ୍ରମାନଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାପାଇଁ ଅଧ୍ୟକ୍ଷା ଶ୍ରୀମତୀ ମହାନ୍ତି ଛାତ୍ରଛାତ୍ରୀଙ୍କ ମାର୍ଗ ଦର୍ଶନ କରିଥିଲେ।

Leave A Reply