ଜ୍ୟୋତିଷ ଶାସ୍ତ୍ରରେ ସମ୍ମାନିତ ହେଲେ ମନୋରଞ୍ଜନ ତ୍ରିପାଠୀ
କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସଦର ମହକୁମା ତ୍ରିପାଠୀ ସାହିର ମନୋରଞ୍ଜନ ତ୍ରିପାଠୀ ଜ୍ୟୋତିଷ ଶାସ୍ତ୍ରରେ ସମ୍ମାନିତ ହୋଇଛନ୍ତି । ରବିବାର ଭୁବନେଶ୍ୱରର ୧୪ତମ ଜଗନ୍ନାଥ ଏସିଆନ ଜ୍ୟୋତିଷ କେନ୍ଦ୍ରରେ ଭୃଗୁ ଜ୍ୟୋତିଷ ପରିଚାଳନା ଜ୍ୟୋତିଷ ଶାସ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ସମସ୍ତ ଦେଶରୁ ଆସିଥିବା ଜ୍ୟୋତିଷ ଶାସ୍ତ୍ର, ବାସ୍ତୁ ଶାସ୍ତ୍ର, ଯୋଗ, କର୍ମକାଣ୍ଡର ୧୬୦ ଜଣ ପଣ୍ଡିତମାନଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ଵାରା ମାନପତ୍ର, ଉତ୍ତରୀୟ, ଭୃଗୁ ଜ୍ୟୋତିଷଙ୍କ ମେଡେଲ ପ୍ରଦାନ କରି ସମ୍ମାନିତ କରାଯାଇଛି । ସେଥିରେ କଲ୍ୟାଣସିଂହପୁରର ମନୋରଞ୍ଜନ ତ୍ରିପାଠୀଙ୍କୁ ମଧ୍ୟ ସମ୍ମାନୀତ କରାଯାଇଛି । ଏଥିରେ ଜ୍ୟୋତିଷ ଶାସ୍ତ୍ରର ମୁଖ୍ୟ ଡା. ପି.କେ ମିଶ୍ର, ଅଧ୍ୟକ୍ଷ ପଣ୍ଡିତ ଶ୍ରୀଧର ଆଚାର୍ଯ୍ୟଙ୍କ ସମେତ ଭୃଗୁଜ୍ୟୋତିଷ ଶାସ୍ତ୍ରର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହିଥିଲେ । ବିଜ୍ଞାନ ଯୁଗରେ ଜ୍ୟୋତିର୍ବିତ୍ ମାନଙ୍କୁ ମଧ୍ୟ ଉତ୍ସାହିତ କରିବା ସହ ଜ୍ୟୋତିଷ ବିଦ୍ୟାକୁ ଅଧିକ ଶସକ୍ତିକରଣ କରିବା ଦିଗରେ ଉତ୍ସାହିତ କରି ସମ୍ମାନିତ କରାଯାଇଥାଏ । ବିଜ୍ଞାନ ଓ ଜ୍ୟୋତିଷଶାସ୍ତ୍ରକୁ ଏକ ଧାରାରେ ସାମିଲ କରି ଏହାକୁ ଅଗ୍ରଗତି କରିବା ପାଇଁ ଭୃଗୁ ଜ୍ୟୋତିଷର ମୂଳ ଲକ୍ଷ୍ୟ । ଏହି କାର୍ଯ୍ୟକ୍ରମ ୩ବର୍ଷକୁ ଥରେ କରାଯାଉଥିଲା। ବର୍ତ୍ତମାନ ପ୍ରତି ବର୍ଷରେ କରିବାକୁ ନିଷ୍ପତ୍ତି ନିଆଯାଇଛି । ଏଥିରେ ଏସିଆନର ସମସ୍ତ ଦେଶର ପଣ୍ଡିତମାନେ ଭାଗ ନେଇଥିବା ବେଳେ ନେପାଳ ଦେଶକୁ ବାଦ ଦେଲେ ଅନ୍ୟ କୌଣସି ଦେଶର ପଣ୍ଡିତମାନେ ସାମିଲ ହୋଇପାରି ନଥିଲେ ।
Comments are closed.