ବିଚାରପତି ସଞ୍ଜୟ କିଷନ କୌଲଙ୍କ ଆଦେଶନାମା ଓଡ଼ିଶାରେ ଚର୍ଚ୍ଚାରେ…..

ସର୍ବୋଚ୍ଚ ନ୍ୟାୟାଳୟରେ ବିଚାରପତି ସଞ୍ଜୟ କିଷନ କୌଲଙ୍କ ଅନ୍ତିମ କାର୍ଯ୍ୟଦିବସ
ଆଇନଜୀବୀଙ୍କ ଆନ୍ଦୋଳନରେ ଲଗାଇଥି​‌େ​‌ଲ ଅଙ୍କୁଶ
ନୂଆଦିଲ୍ଲୀ ): ଓଡ଼ିଶାରେ ଅଦାଲତ ପରିସରରେ ଆଇନୀଜୀବୀଙ୍କ ଆନ୍ଦୋଳନ ଉପରେ ଅଙ୍କୁଶ ଲଗାଇଥିବା ସର୍ବୋଚ୍ଚ ନ୍ୟାୟାଳୟର ବରିଷ୍ଠ ବିଚାରପତି ସଞ୍ଜୟ କିଷନ କୌଲଙ୍କ ଶୁକ୍ରବାର ଦିନ ଅନ୍ତିମ କାର୍ଯ୍ୟ ଦିବସ ଥିଲା। ଯଦିଓ ଆସନ୍ତା ଡିସେମ୍ବର ୨୫ରେ ବିଚାରପତି କୌଲ ଆନୁଷ୍ଠାନିକ ଭାବେ ଅବସରଗ୍ରହଣ କରିବେ, ସର୍ବୋଚ୍ଚ ନ୍ୟାୟାଳୟର ଶୀତକାଳିନ ଅବକାଶ ପୂର୍ବରୁ ଶୁକ୍ରବାର ନ୍ୟାୟାଳୟରେ ବିଚାରପତି ଭାବେ ସେ କାର୍ଯ୍ୟ କରିଛନ୍ତି। ରାଜ୍ୟରେ ଅଦାଲତ ପରିସରରେ ଯେପରି ନ୍ୟାୟିକ ପ୍ରକ୍ରିୟାରେ ବାଧା ସୃଷ୍ଟି ନହୁଏ ସେଥିପାଇଁ ଆନ୍ଦୋଳନକାରୀ ଆଇନଜୀବୀଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ବିଚାରପତି ସଞ୍ଜୟ କିଷନ କୌଲଙ୍କ ଆଦେଶନାମା ଓଡ଼ିଶାରେ ଚର୍ଚ୍ଚାରେ ରହିଥିଲେ।

୨୦୧୯ରେ ଓଡ଼ିଶା ଊଚ୍ଚ ନ୍ୟାୟାଜୟରେ ବିଚାରପତିଙ୍କ ନିଯୁକ୍ତି ପାଇଁ ଜଣେ ଆଇନଜୀବୀଙ୍କ ନାମକୁ ହାଇକୋର୍ଟ କଲେଜିଅମ ଦ୍ୱାରା ସୁପାରିସକୁ ବିରୋଧ କରି ହାଇକୋର୍ଟ ପରିସରରେ ଆଇନଜୀବୀଙ୍କ ଆନ୍ଦୋଳନ ଯୋଗୁଁ ବିଚାରପ୍ରକ୍ରିୟାରେ ବାଧା ସୃଷ୍ଟି ହୋଇଥିଲା। ଏଥିରେ ହସ୍ତକ୍ଷେପ ପାଇଁ ପିଏଲଆର ପ୍ରୋଜେକ୍ଟ ନାମକ କମ୍ପାନୀ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଦ୍ୱାରସ୍ଥ ହୋଇଥିଲା। ୧୬ ଅକ୍‌‌ଟୋବର ୨୦୧୯ ଦିନ ପ୍ରଥମ ଶୁଣାଣିରେ ହିଁ ବିଚାରପତି ସଞ୍ଜୟ କିଷନ କୌଲଙ୍କ ଖଣ୍ଡପୀଠ କଡ଼ା ଆଭିମୁଖ୍ୟ ଗ୍ରହଣ କରି ନ୍ୟାୟାଳୟ ପରିସରରେ ଆଇନଜୀବୀଙ୍କ ଆନ୍ଦୋଳନ ତଥା ଅଦାଲତ ପରିସରକୁ ପ୍ରବେଶରେ ଆନ୍ଦୋଳନକାରୀ ଆଇନଜୀବୀଙ୍କ ଦ୍ୱାରା ବାଧା ସୃଷ୍ଟି ଆଦୌ ଗ୍ରହଣୀୟ ନୁହେଁ ବୋଲି ଟିପ୍ପଣୀ କରିଥିଲେ। ସେତେବେଳେ ବିଚାରପତି କୌଲଙ୍କ ହସ୍ତକ୍ଷେପ ଯୋଗୁଁ ଆଇନଜୀବୀଙ୍କ ଆନ୍ଦୋଳନ ଥମି ଯାଇଥିଲା। ୨୦୨୨ରେ ପଶ୍ଚିମ ଓଡ଼ିଶାରେ ଉଚ୍ଚ ନ୍ୟାୟାଳୟ ପୀଠ ସ୍ଥାପନ ଏବଂ ଅନ୍ୟାନ୍ୟ ଦାବି ନେଇ ରାଜ୍ୟର ଆଇନଜୀବୀ ବିଭିନ୍ନ ଆଦାଲତ ପରିସରରେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଥିଲେ। ୧୯୧ ଜଣ ଆନ୍ଦୋଳନକାରୀ ଆଇନଜୀବୀଙ୍କ ବିରୋଧରେ ଅଦାଲତ ଅବମାନନା ମାମଲା ରୁଜ୍ଜୁ କରାଯିବା ସହ ସମ୍ବଲପୁର ଅଦାଲତ ପରିସର ଆନ୍ଦୋଳନରେ ସମ୍ପୃକ୍ତ ଆଇନଜୀବୀଙ୍କୁ ପୁଲିସ ଗିରଫ କରିଥିଲା। ଆନ୍ଦୋଳନକାରୀ ଆଇନଜୀବୀ ମାନେ ଭବିଷ୍ୟତରେ ଅଦାଲତ ପରିସରରେ ଆନ୍ଦୋଳନରେ ସାମିଲ ହେବେ ନାହିଁ ବୋଲି ଲିଖିତନାମା ଏବଂ ନିସର୍ତ୍ତ।ମାପ୍ରାର୍ଥନା ସତ୍ୟପାଠ ସର୍ବୋଚ୍ଚ ନ୍ୟାୟାଳୟରେ ଦାଖଲ କରି ସେମାନଙ୍କ ବିରୋଧରେ ଜାରି ଅଦାଲତ ଅବମାନନା ମାମଲା ପ୍ରତ୍ୟାହର କରିବାକୁ ନିବେଦନ କରିଥିଲେ। ନଭେମ୍ବର ୭ରେ ମାମଲାର ଶୁଣାଣି ବେଳେ ଆନ୍ଦୋଳନକାରୀ ଆଇନଜୀବୀଙ୍କ ବିରୋଧରେ ରୁଜ୍ଜୁ ଅଦାଲତ ଅବମାନାନ ମାମଲା ପ୍ରତ୍ୟାହର ପ୍ରସଙ୍ଗକୁ ସର୍ବୋଚ୍ଚ ନ୍ୟାୟାଳୟଙ୍କ ପରବର୍ତ୍ତୀ।ଣ୍ଡପୀଠଙ୍କ ଉପରେ ବିଚାରପତି କୌଲ ଛାଡ଼ି ଦେଇଛନ୍ତି। ଜାନୁଆରୀ ୨୩ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।

Comments are closed.