www.samajalive.in
Wednesday, December 10, 2025
23.1 C
Bhubaneswar

ବିଶ୍ଵବ୍ୟାଙ୍କର ୧୪ ହଜାର କୋଟି ବିହାର ନିର୍ବାଚନ ପାଇଁ ଖର୍ଚ୍ଚ ହୋଇଛି: ଜେଏସପି

ସମାଜଲାଇଭ ଡେସ୍କ: କିଛି ପ୍ରକଳ୍ପ ପାଇଁ ଆସିଥିବା ବିଶ୍ଵବ୍ୟାଙ୍କର ୧୪ ହଜାର କୋଟି ଟଙ୍କାକୁ ବିହାର ନିର୍ବାଚନରେ ବିନିଯୋଗ କରାଯାଇଛି। ରବିବାର ଏଭଳି ଅଭିଯୋଗ ଆଣିଛି ଜନ ସୂରାଜ ପାର୍ଟି(ଜେଏସପି)। ନିର୍ବାଚନ ଆଚରଣ ବିଧି ଲାଗୁ ହେବାର ୧ ଘଣ୍ଟା ପୂର୍ବରୁ ଏହି ପାଣ୍ଠିକୁ ମହିଳା ଭୋଟଙ୍କୁ ବାଣ୍ଟି  ଦିଆଯାଇଛି ଜେଏସପି ଅଭିଯୋଗ କରିଛି।

ଦଳର ମୁଖପାତ୍ର ପବନ ବର୍ମା କହିଛନ୍ତି, ବିହାର ନିର୍ବାଚନ ପାଇଁ ଆଚରର ବିଧି ଲାଗୁ ହେବାର ମାତ୍ର ୧ ଘଣ୍ଟା ପୂର୍ବରୁ ମୁଖ୍ୟମନ୍ତ୍ରୀ ମହିଳା ରୋଜଗାର ଯୋଜନାରେ ମହିଳାମାନଙ୍କୁ ୧୦ ହଜାର ଟଙ୍କା ଲେଖାଏ ଦିଆଯାଇଛି। ତାଙ୍କ ଦଳକୁ ମିଳିଥିବା ତଥ୍ୟ ଅନୁସାରେ, ୧ କୋଟ ୨୫ ଲକ୍ଷ ମହିଳାଙ୍କୁ ଦିଆଯାଇଥିବା ପ୍ରାୟ ୧୪ ହଜାର କୋଟି ଟଙ୍କା ବିଶ୍ଵ ବ୍ୟାଙ୍କର ଅର୍ଥ। ବିଶ୍ଵବ୍ୟାଙ୍କ ତରଫରୁ କିଛି ପ୍ରକଳ୍ପ ପାର୍ଇ ୨୧ ହଜାର କୋଟି ଟଙ୍କ ଦିଆଯାଇଥିଲା। ସେଥିରୁ ୧୪ ହଜାର କୋଟି ଟଙ୍କାକୁ ମୁଖ୍ୟମନ୍ତ୍ରୀ ମହିଳା ରୋଜଗାର ଯୋଜନାରେ ବିନିଯୋଗ କରାଯାଇଛି, ତାହା ପୁଣି ଆଚରଣ ବିଧି ଲାଗୁ ହେବାର ଘଣ୍ଟାଏ ପୂର୍ବରୁ।

- Advertisement -

ସେ କହିଛନ୍ତି, ବିହାର ସରକାରଙ୍କ ଉପରେ ୪ ଲକ୍ଷ ୬ ହଜାର କୋଟି ଟଙ୍କାର ଋଣ ରହିଛି। ଦୈନିକ ଏଥିପାଇଁ ୬୩ କୋଟି ଟଙ୍କା ସୁଧ ବୃଦ୍ଧି ପାଉଛି। ମାତ୍ର ରାଜକୋଷ ଖାଲି।

ତେବେ ଜେଏସପିର ଏଭଳି ଅଭିଯୋଗକୁ ଖଣ୍ଡନ କରିଛନ୍ତି ଚିରାଗ ପାଶଓ୍ବନ। ସେ ଏହି ତଥ୍ୟର ବିଶ୍ଵସନୀୟତା ଏବଂ ଏପରି ଅଭିଯୋଗର ଉଦ୍ଦେଶ୍ୟ ଉପରେ ପ୍ରଶ୍ନ ଉଠାଇଛନ୍ତି। ସେମାନେ ଏପରି ତଥ୍ୟ କେଉଁଠୁ ପାଇଲେ ବୋଲି ଚିରାଗ ପ୍ରଶ୍ନ କରିଛନ୍ତି। ଯଦି ତଥ୍ୟ ଅଛି ସରକାରଙ୍କୁ ଦିଅନ୍ତୁ ବୋଲି କହିଛନ୍ତି।

Hot this week

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣା; ଲୁଥ୍ରା ଭ୍ରାତାଙ୍କ ବିରୋଧରେ ବ୍ଲୁ କର୍ଣ୍ଣର ନୋଟିସ

ପାଣାଜୀ: ଗୋଆ ରାଜଧାନୀ ପାଣାଜୀସ୍ଥିତ ଏକ ନାଇଟ୍‌ କ୍ଲବରେ ଗତ ରବିବାର...

ଶରୀରରେ ଭିଟାମିନ୍‌ ବି-୧୨ର ଅଭାବ ହେଉଛି କି? ଏହି ଶାଗ ଖାଆନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶରୀରର ବିକାଶ ପାଇଁ ଭିଟାମିନ ଅତ୍ୟନ୍ତ ଜରୁରୀ।...

ବିଦ୍ୟୁତ୍ ଫାଶ ନେଲା ଜୀବନ

ପାଲଲହଡା : ପାଲଲହଡା କଣିହାଁ ବ୍ଲକ ଚିପିରିମା ଗାଁରେ ଅଭାବନୀୟ ଘଟଣା...

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

Related Articles

Popular Categories