www.samajalive.in
Monday, December 15, 2025
24.1 C
Bhubaneswar

ବିଶ୍ଵବ୍ୟାଙ୍କର ୧୪ ହଜାର କୋଟି ବିହାର ନିର୍ବାଚନ ପାଇଁ ଖର୍ଚ୍ଚ ହୋଇଛି: ଜେଏସପି

ସମାଜଲାଇଭ ଡେସ୍କ: କିଛି ପ୍ରକଳ୍ପ ପାଇଁ ଆସିଥିବା ବିଶ୍ଵବ୍ୟାଙ୍କର ୧୪ ହଜାର କୋଟି ଟଙ୍କାକୁ ବିହାର ନିର୍ବାଚନରେ ବିନିଯୋଗ କରାଯାଇଛି। ରବିବାର ଏଭଳି ଅଭିଯୋଗ ଆଣିଛି ଜନ ସୂରାଜ ପାର୍ଟି(ଜେଏସପି)। ନିର୍ବାଚନ ଆଚରଣ ବିଧି ଲାଗୁ ହେବାର ୧ ଘଣ୍ଟା ପୂର୍ବରୁ ଏହି ପାଣ୍ଠିକୁ ମହିଳା ଭୋଟଙ୍କୁ ବାଣ୍ଟି  ଦିଆଯାଇଛି ଜେଏସପି ଅଭିଯୋଗ କରିଛି।

ଦଳର ମୁଖପାତ୍ର ପବନ ବର୍ମା କହିଛନ୍ତି, ବିହାର ନିର୍ବାଚନ ପାଇଁ ଆଚରର ବିଧି ଲାଗୁ ହେବାର ମାତ୍ର ୧ ଘଣ୍ଟା ପୂର୍ବରୁ ମୁଖ୍ୟମନ୍ତ୍ରୀ ମହିଳା ରୋଜଗାର ଯୋଜନାରେ ମହିଳାମାନଙ୍କୁ ୧୦ ହଜାର ଟଙ୍କା ଲେଖାଏ ଦିଆଯାଇଛି। ତାଙ୍କ ଦଳକୁ ମିଳିଥିବା ତଥ୍ୟ ଅନୁସାରେ, ୧ କୋଟ ୨୫ ଲକ୍ଷ ମହିଳାଙ୍କୁ ଦିଆଯାଇଥିବା ପ୍ରାୟ ୧୪ ହଜାର କୋଟି ଟଙ୍କା ବିଶ୍ଵ ବ୍ୟାଙ୍କର ଅର୍ଥ। ବିଶ୍ଵବ୍ୟାଙ୍କ ତରଫରୁ କିଛି ପ୍ରକଳ୍ପ ପାର୍ଇ ୨୧ ହଜାର କୋଟି ଟଙ୍କ ଦିଆଯାଇଥିଲା। ସେଥିରୁ ୧୪ ହଜାର କୋଟି ଟଙ୍କାକୁ ମୁଖ୍ୟମନ୍ତ୍ରୀ ମହିଳା ରୋଜଗାର ଯୋଜନାରେ ବିନିଯୋଗ କରାଯାଇଛି, ତାହା ପୁଣି ଆଚରଣ ବିଧି ଲାଗୁ ହେବାର ଘଣ୍ଟାଏ ପୂର୍ବରୁ।

- Advertisement -

ସେ କହିଛନ୍ତି, ବିହାର ସରକାରଙ୍କ ଉପରେ ୪ ଲକ୍ଷ ୬ ହଜାର କୋଟି ଟଙ୍କାର ଋଣ ରହିଛି। ଦୈନିକ ଏଥିପାଇଁ ୬୩ କୋଟି ଟଙ୍କା ସୁଧ ବୃଦ୍ଧି ପାଉଛି। ମାତ୍ର ରାଜକୋଷ ଖାଲି।

ତେବେ ଜେଏସପିର ଏଭଳି ଅଭିଯୋଗକୁ ଖଣ୍ଡନ କରିଛନ୍ତି ଚିରାଗ ପାଶଓ୍ବନ। ସେ ଏହି ତଥ୍ୟର ବିଶ୍ଵସନୀୟତା ଏବଂ ଏପରି ଅଭିଯୋଗର ଉଦ୍ଦେଶ୍ୟ ଉପରେ ପ୍ରଶ୍ନ ଉଠାଇଛନ୍ତି। ସେମାନେ ଏପରି ତଥ୍ୟ କେଉଁଠୁ ପାଇଲେ ବୋଲି ଚିରାଗ ପ୍ରଶ୍ନ କରିଛନ୍ତି। ଯଦି ତଥ୍ୟ ଅଛି ସରକାରଙ୍କୁ ଦିଅନ୍ତୁ ବୋଲି କହିଛନ୍ତି।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories