www.samajalive.in
Tuesday, December 9, 2025
16.1 C
Bhubaneswar

ଗହଣ ଦଳ ପ୍ରତିଷ୍ଠାତାଙ୍କ ଜନ୍ମ ଉତ୍ସବ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

କଟକ -ଗହଣ ଦଳର ପ୍ରତିଷ୍ଠାତା ରାଜା ଶ୍ରୀ ନରସିଂହ ଦେବଙ୍କର ଜନ୍ମ ଉତ୍ସବ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । କଟକ କିଶୋରନଗର କେଶରୀନଗ୍ର ଉଆସରେ ଅନୁଷ୍ଠିତ ଏହି ବୈଠକରେ ଷୋଳ ମଣ୍ଡଳର ଭକ୍ତ ଯୋଗ ଦେଇଥିଲେ। ଆସନ୍ତା ମାଘ ମାସ ଶୁକ୍ଳ ପକ୍ଷ ଷଟ୍ ତିଳା ଏକାଦଶୀ ତିଥି ( ତା ୧୪ – ୦୧ – ୨୦୨୬ ) ରିଖ ଦିନ ତାଙ୍କର ଜନ୍ମ ଉତ୍ସବ ପାଳନ କରାଯିବ । ଜନ୍ମ ଉତ୍ସବକୁ ଅଧିକ ଭାବପୂର୍ଣ୍ଣ କରିବା ପାଇଁ ବୈଠକରେ ଆଲୋଚନା ହୋଇଥିଲା । ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବ ବୋଲି ଆକଳନ କରାଯାଇଥିବା ବେଳେ ଭିଡ଼ ନିୟନ୍ତ୍ରଣ ପାଇଁ ବ୍ୟାପକ ଶାନ୍ତି ଶୃଙ୍ଖଳା ରକ୍ଷା କରିବାକୁ ବୈଠକରେ ନିଷ୍ପତ୍ତି ହୋଇଥିଲା। ଜନ୍ମ ଉତ୍ସବ ପୂର୍ବଦିନ ମହାନଦୀରୁ କଳସ ଶୋଭାଯାତ୍ରା ଓ ବ୍ରହ୍ମଧୂନୀ ସ୍ଥାପନା ପାଇଁ ନିଷ୍ପତ୍ତି ହୋଇ ଥିଲା । ଏହା ସହ ଗହଣ ଦଳ ଷୋଳ ମଣ୍ଡଳରେ ଜନ୍ମ ଉତ୍ସବ ପାଳନ ନିମନ୍ତେ ମଧ୍ୟ ଆଜି ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ସୂଚନା ଯୋଗ୍ୟ ଯେ, ସନାତନ ଧର୍ମ ସଂସ୍ଥାପନ, ଦୁଷ୍କୃତ ନାଶନ ଓ ଜୀବ ପରିତ୍ରାଣ ଲକ୍ଷ୍ୟ ନେଇ ଗହଣ ଦଳ ଅବିରତ ଭାବେ ତାର ପଦକ୍ଷେପ ଗ୍ରହଣ କରିଆସିଛି ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories