www.samajalive.in
Tuesday, December 9, 2025
23.1 C
Bhubaneswar

ଧାର୍ମିକ ସ୍ଥାନକୁ ଯାତ୍ରା କରିବାର ଶାରୀରିକ ଲାଭ

ଅଧିକ ଲୋକ ଧାର୍ମିକ ସ୍ଥାନକୁ ଯାତ୍ରା ପଛରେ ପାପରୁ ମୁକ୍ତି ଓ ଦାନ-ପୁଣ୍ୟ କରିବା ମୁଖ୍ୟ କାରଣ ବୋଲି ଭାବିଥାଆନ୍ତି। କିନ୍ତୁ ବାସ୍ତବରେ ଧାର୍ମିକ ସ୍ଥାନକୁ ଯାତ୍ରା କରିବା ଦ୍ବାରା ଅନେକ ଲାଭ ମିଳିଥାଏ। ଦେଖିବାକୁ ଗଲେ ଧାର୍ମିକ ସ୍ଥାନ କିମ୍ବା ତୀର୍ଥ ଯାତ୍ରା ଯିବାର ପରମ୍ପରା ରାମାୟଣ ଓ ମହାଭାରତ ଯୁଗରୁ ରହିଛି। ସାଧାରଣ ଲୋକଙ୍କ ତୀର୍ଥ ଯାତ୍ରା ପାଇଁ ଶଙ୍କରାଚାର୍ଯ୍ୟ କିଛି ନିୟମ କହିଛନ୍ତି। ତୀର୍ଥ ଯାତ୍ରା କରିବା ଦ୍ବାରା ଅନେକ ଲାଭ ପ୍ରାପ୍ତି ହୋଇଥାଏ। ତେବେ ଆସନ୍ତୁ ଜାଣିବା ସେହି ଲାଭ ବିଷୟରେ ..

ଧାର୍ମିକ ସ୍ଥାନ ଯାତ୍ରା କରିବାର ଲାଭ :

- Advertisement -

ଶକ୍ତି :

ଧାର୍ମିକ ସ୍ଥାନ ଓ ତୀର୍ଥ ସ୍ଥାନକୁ ଶକ୍ତିର କେନ୍ଦ୍ର ବୋଲି କୁହାଯାଏ। କୁହାଯାଇଛି ଯେ, ଯେଉଁ ଶକ୍ତି ଧାର୍ମିକ ସ୍ଥାନ ଓ ତୀର୍ଥ ସ୍ଥାନରେ ଯେଉଁ ଶକ୍ତି ରହିଛି ତାହା ଅନ୍ୟ କେଉଁ ଠାରେ ମିଳି ନ ଥାଏ। ସେହି କାରଣରୁ ମନ୍ଦିର ଓ ତୀର୍ଥ ସ୍ଥାନ ଯାଇ ବ୍ୟକ୍ତିଙ୍କ ମନ ଶାନ୍ତ ଓ ଶକ୍ତିବାନ ହୋଇଥାଏ। ଏହି ସ୍ଥାନକୁ ଯିବା ଦ୍ବାରା ବ୍ୟକ୍ତି ସର୍ବଦା ଶକ୍ତିଶାଳୀ ଓ ସକାରାତ୍ମକ ଚିନ୍ତାର ଅଧିକାରୀ ହୋଇଥାଆନ୍ତି।

ସ୍ବାସ୍ଥ୍ୟ :

ଧାର୍ମିକ ସ୍ଥଳକୁ ଯାତ୍ରା କରିବା ଦ୍ବାର ଶରୀର ସୁସ୍ଥ ରହିଥାଏ। କାରଣ ଧାର୍ମିକ ସ୍ଥଳର ବାତାବରଣ ଶୁଦ୍ଧ ରହିଥାଏ। ଯେଉଁ ଧାର୍ମିକ ସ୍ଥଳରେ ସିଡି ରହିଥାଏ ସେଠାରେ ଚଢିବା ଓ ଓହ୍ଲାଇବା ବେଳେ ଭଜନ-କୀର୍ତ୍ତନ କରି ଯିବା ଉଚିତ। ଏହାଦ୍ବାରା ଆପଣଙ୍କ ହାତ ଓ ପାଦରେ ଚାପ ପଡିଥାଏ। ଏହା ଆକ୍ୟୁପ୍ରେସର ପରି କାର୍ଯ୍ୟ କରିଥାଏ।

କିଛି ନୂଆ ଅନୁଭୂତି ମିଳିଥାଏ :

ତୀର୍ଥ ଯାତ୍ରା କରିବା ଦ୍ବାରା ଆମର ଆଧ୍ୟାତ୍ମିକ ଜ୍ଞାନ, ଭୌଗୋଳିକ ଓ ଐତିହାସିକ ଜ୍ଞାନ ବଢିଥାଏ। ଯାତ୍ରା ଦ୍ବାରା ଅନେକ ସ୍ଥାନର ଇତିହାସ ଓ ମହତ୍ତ୍ବ ବିଷୟରେ ଜାଣିବା ପାଇଁ ଶ୍ରଦ୍ଧାଳୁଙ୍କ ମନରେ ଇଚ୍ଛା ଜାଗୃତ ହୋଇଥାଏ। ଏହାସହ ସେହି ସ୍ଥାନ ସହ ଜଡିତ କଳା, ସଂସ୍କୃତି ଓ ପରମ୍ପରା ଇତ୍ୟାଦି ସମ୍ପର୍କରେ ମଧ୍ୟ ଜ୍ଞାନ ମିଳିଥାଏ।

ନୂଆ ସମ୍ପର୍କ ଗଢିବା :

ତୀର୍ଥ ଯାତ୍ରା ସମୟରେ ନିଜ ଘର ପରିବାର ସଦସ୍ୟଙ୍କ ବ୍ୟତୀତ ଅନେକ ବ୍ୟକ୍ତିଙ୍କ ସମ୍ପର୍କରେ ଆସିବାର ସୁଯୋଗ ମିଳିଥାଏ। ଏହାଦ୍ବାରା ଅନେକ ବ୍ୟକ୍ତିଙ୍କ ମଧ୍ୟରେ ସମ୍ପର୍କ ସ୍ଥାପନ ହୋଇଥାଏ। ଏହି କାରଣରୁ ଆମକୁ ଅନେକ ସଂସ୍କୃତି, ରିତି-ନୀତି, ଖାଦ୍ୟ-ପାନୀୟ ଇତ୍ୟାଦି ବିଷୟରେ ଜାଣିବାର ସୁଯୋଗ ମିଳିଥାଏ। ଏହାସହ ମନୁଷ୍ୟ ପ୍ରତ୍ୟେକ ପରିସ୍ଥିତିରେ ରହିବା ଓ ଅନ୍ୟଙ୍କୁ ନିଜର କରିବାର ଭାବନା ଉତ୍ପନ୍ନ ହୋଇଥାଏ।

Hot this week

ବଢିବ ବିଧାୟକ ଓ ମନ୍ତ୍ରୀଙ୍କ ଦରମା: ଆଜି ଗୁରୁତ୍ୱପୂର୍ଣ୍ଣ ବିଲ୍‌ ଉପସ୍ଥାପନ

ଭୁବନେଶ୍ୱର: ବଢିବ ବିଧାୟକ ଓ ମନ୍ତ୍ରୀଙ୍କ ଦରମା । ପୂର୍ବତନ ବିଧାୟକଙ୍କ...

ଜନଗଣନା ପାଇଁ ଜାନୁଆରୀ ୧୫ ସୁଦ୍ଧା ହେବେ କାର୍ଯ୍ୟକର୍ତ୍ତା ନିଯୁକ୍ତି

ସମାଜ ଲାଇଭ ଡ଼େସ୍କ : ୨୦୨୭ ଜନଗଣନା ପାଇଁ ଆଗାମୀ ଜାନୁଆରୀ...

ସ୍ମୃତି-ପଲାଶଙ୍କ କାହିଁକି ଭାଙ୍ଗିଲା ସମ୍ପର୍କ; ସାଥୀଙ୍କ ଏହି ଭୁଲକୁ ଝିଅମାନେ କେବେ କ୍ଷମା କରନ୍ତି ନାହିଁ

ସମାଜ ଡିଜିଟାଲ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପ-ଅଧିନାୟିକା ସ୍ମୃତି...

ନର୍ମାଲ ଡେଲିଭରୀ ପାଇଁ ସରକାରୀ ହସ୍ପିଟାଲ ବାଛନ୍ତୁ-ମନ୍ତ୍ରୀ

ଭୁବନେଶ୍ୱର: ଘରୋଇ ହସ୍ପିଟାଲରେ ଅଧିକ ହେଉଛି ସିଜେରିଆନ ଡେଲିଭରୀ । ଗତ...

ଫାଟିଲା ଗ୍ୟାସ ସିଲିଣ୍ଡର : ଅଳ୍ପକେ ବର୍ତ୍ତିଗଲେ ପରିବାର

ସମାଜ ଲାଇଭ ଡ଼େସ୍କ : ଦେବଗଡ଼ରେ ଫାଟିଲା ଗ୍ୟାସ ସିଲିଣ୍ଡର ।...

Related Articles

Popular Categories