ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ : ଏକ ଅବଲୋକନ

0

ହିନ୍ଦୁ ଧର୍ମର ସମସ୍ତ ପର୍ବ ମଧ୍ୟରେ କୃଷ୍ଣ ଜନ୍ମାଷ୍ଟମୀକୁ ସମଗ୍ର ଦେଶରେ ଖୁବ୍‍ ଧୁମ୍‍ଧାମ୍‍ ଓ ଉତ୍ସାହର ସହକାରେ ପାଳନ କରଯାଇଥାଏ। ହିନ୍ଦୁମାନଙ୍କର ଏହା ଏକ ପ୍ରମୁଖ ପର୍ବ, କାରଣ ଏହି ଦିନ ଭଗବାନ ଶ୍ରୀକୃଷ୍ଣ ଜନ୍ମ ହୋଇଥିଲେ। କୃଷ୍ଣ ଜନ୍ମାଷ୍ଟମୀକୁ ଗୋକୁଳାଷ୍ଟମୀ, କୃଷ୍ଣାଷ୍ଟମୀ ଓ ଶ୍ରୀଜୟନ୍ତୀ ନାମରେ ମଧ୍ୟ ବିବେଚନା କରାଯାଏ।

ଏହି ଦିନରେ ଭାରତର ସମସ୍ତ ମନ୍ଦିରରେ ପ୍ରଭୁ ଶ୍ରୀକୃଷ୍ଣଙ୍କ ମୂର୍ତ୍ତିକୁ ସୁନ୍ଦର ଭାବେ ସଜା ଯାଇଥାଏ। ସାରା ଦେଶରେ ନାନା ପ୍ରକାରର ଶୋଭାଯାତ୍ରା ବାହାରିଥାଏ। ଏଥିରେ ଆବାଳ ବୃଦ୍ଧ ବନୀତା ସମସ୍ତେ ଅତି ଆନନ୍ଦର ସହକାରେ ଭାଗ ନେଇଥାଆନ୍ତି। ମଥୁରା, ବୃନ୍ଦାବନ, ତଥା ଦେଶର ବିଭିନ୍ନ ସ୍ଥାନରେ ଏହି ଦିନରେ ଦହି ହାଣ୍ଡି ଭାଙ୍ଗିବାର ପ୍ରତିଯୋଗିତା ଅନୁଷ୍ଠିତ ହୋଇଥାଏ। ଏଥିରେ ଦହି କିମ୍ବା ଲହୁଣୀ ଭର୍ତ୍ତି ହାଣ୍ଡିକୁ ଉଚ୍ଚରେ ଟଙ୍ଗା ଯାଇଥାଏ ଓ ଏହାକୁ ଭାଙ୍ଗୁଥିବା ଲୋକକୁ ପୁରସ୍କାର ଦିଆଯାଇଥାଏ।

prayash

ଏହି ପର୍ବ ଦିନ ହିନ୍ଦୁ ପରିବାର ମାନଙ୍କରେ କିଛି ଲୋକ ବ୍ରତ ରଖି ଥାଆନ୍ତି। ମନ୍ଦିର ମାନଙ୍କରେ ଜନ୍ମାଷ୍ଟମୀ ଦିନ ଲଡ଼ୁର ପ୍ରସାଦ ତିଆରି ହୋଇଥାଏ। ଏହି ଲଡ଼ୁକୁ କୃଷ୍ଣ ଭଗବାନଙ୍କୁ ଅର୍ପଣ କରିବା ପରେ ମନ୍ଦିରକୁ ଆସୁଥିବା ଭକ୍ତ ମାନଙ୍କୁ ବାଣ୍ଟି ଦିଆଯାଇଥାଏ।

କୃଷ୍ଣଙ୍କର ଅନେକ ମହିମା ଥିଲା । କଂସର କାରାଗାରରେ ଜନ୍ମ ଗ୍ରହଣ କରିବା ପରେ ଗୋପପୁରରେ ଯୋଶଦାଙ୍କ ନିକଟରେ ବଢିଥିଲେ । ରାଜକୁମାର ହୋଇ ସାଧାରଣ ଲୋକଙ୍କ ପରି ଗୋପାଳମାନଙ୍କ ମଧ୍ୟରେ ବାଲ୍ୟାକାଳ କଟିଥିଲା । ସଦା ସର୍ବଦା ବିପଦରେ ପଡିଥିବା ସାଧାରଣ ଜନତାଙ୍କୁ ରକ୍ଷା କରୁଥିଲେ । ଦୁଷ୍ଟମାନଙ୍କ ବଧ କରି ସମାଜର ମଙ୍ଗଳ କରୁଥିଲେ । ଦୌର୍ପଦୀଙ୍କର ଲଜ୍ୟା ନିବାରଣ , ଅର୍ଜୁନଙ୍କୁ ବନ୍ଧୁ ଭାବେ ସାହାଯ୍ୟ  ଏହିପରି ଅନେକ ମହାନ କାର୍ଯ୍ୟ ପୁରାଣରେ ବର୍ଣ୍ଣିତ । କେବଳ ସେତିକି ନୁହେଁ  ସେ ହେଉଛନ୍ତି ଯୋଗୀରାଜ । ଭକ୍ତଙ୍କୁ ସଦା ସର୍ବଦା ରକ୍ଷା କରିଥାଆନ୍ତି  । ଏଥିଯୋଗୁଁ ଜନ୍ମାଷ୍ଟମୀରେ ସମସ୍ତ କୃଷ୍ଣନାମ ଭଜିଥାଆନ୍ତି ।

kalyan agarbati
Leave A Reply