ଚୀନ୍‌ରେ ଅଧିକ ବଲିଉଡ୍‌ ସିନେମା ପ୍ରଦର୍ଶନ ଚାହାନ୍ତି ଜିନ୍‌ପିଙ୍ଗ୍‌

0

ବେଜିଂ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଚୀନ୍‌ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ୍‌ଙ୍କ ମଧ୍ୟରେ ଅନୁଷ୍ଠିତ ଅନୌପଚାରିକ ସମ୍ମିଳନୀ ବେଳେ ହିନ୍ଦି ଚଳଚ୍ଚିତ୍ର ‘ୟେ ବାଦା ରାହା’ର ସଙ୍ଗୀତ ‘ତୁ, ତୁ ହୈ ବହି, ଦିଲ୍‌ ନେ ଯିଶେ ଅପନା କାହା…’ ପରିବେଷଣ କରାଯାଇଥିଲା। ହିନ୍ଦୀ ସିନେମାକୁ ପସନ୍ଦ କରୁଥିବା ଜିନ୍‌ପିଙ୍ଗ୍‌ ନିଜେ ଅନେକ ବଲିଉଡ୍‌ ଏବଂ ଆଞ୍ଚଳିକ ଚଳଚ୍ଚିତ୍ର ଦେଖିଛନ୍ତି। ଚୀନ୍‌ରେ ଅଧିକରୁ ଅଧିକ ସଂଖ୍ୟକ ବଲିଉଡ୍‌ ଚଳଚ୍ଚିତ୍ର ପ୍ରଦର୍ଶନ କରାଯିବା ଉଚିତ ବୋଲି ସେ ମତ ଦେଇଛନ୍ତି। ଆଧ୍ୟାତ୍ମିକ, ବାଣିଜ୍ୟ, ପ୍ରାଦ୍ୟୋଗିକ, ପରମ୍ପରା ଏବଂ ଚଳଚ୍ଚିତ୍ର ସମେତ ମନୋରଞ୍ଜନ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗିତା ବୃଦ୍ଧି କରିବାକୁ ଦୁଇ ନେତାଙ୍କ ମଧ୍ୟରେ ଆଲୋଚନା ହୋଇଥିବା ଭାରତର ବୈଦେଶିକ ସଚିବ ବିଜୟ ଗୋଏଲ କହିଛନ୍ତି।

Leave A Reply