ଜିଗ୍ନେଶ ମେଭାନୀଙ୍କୁ ହତ୍ୟା ଧମକ

0

ଅହମଦାବାଦ : ଗୁଜରାଟ ଭାଡ଼ଗାମ ବିଧାୟକ ତଥା ଦଳିତ ନେତା ଜିଗ୍ନେଶ ମେଭାନୀଙ୍କୁ ହତ୍ୟା ଧମକ ଦିଆଯାଉଥିବା ସେ ଅଭିଯୋଗ କରିଛନ୍ତି। ମେଭାନୀ କହିଛନ୍ତି ଯେ ବୁଧବାର ଦ୍ୱିପହରେ ମୋବାଇଲ ଫୋନ୍‍ ଯୋଗେ ତାଙ୍କ ସହଯୋଗୀ କୌଶିକ୍‍ ପରମାରଙ୍କୁ ଏହି ଧମକ ମିଳିଛି। ପରମାର ଏନେଇ ବନାସକାଂଠା ଜିଲା ଭାଡ଼ଗାମ ଥାନାରେ ଏତଲା ଦାଏର କରିଛନ୍ତି। ପୁଲିସ୍‍ ଏସ୍‍ଆଇ ଆର.ପି ଜାଲା ସୂଚନା ଦେଇଛନ୍ତି ଯେ ଭାଡ଼ଗାମରେ ମେଭାନୀଙ୍କ କାର୍ଯ୍ୟାଳୟକୁ ପରମାର ସମ୍ଭାଳନ୍ତି। ତାଙ୍କ ଅଭିଯୋଗ କ୍ରମେ ଧମକ ପୂର୍ଣ୍ଣ କଲ ନେଇ ମାମଲା ରୁଚୁ କରାଯାଇଛି। କଲ୍‍ କରିଥିବା ବ୍ୟକ୍ତିଙ୍କ ପରିଚୟ ରାଜବୀର ମିଶ୍ରା ବୋଲି ଚିହ୍ନଟ କରାଯାଇଛି। ମିଶ୍ରା ପରମାରଙ୍କୁ ଫୋନ୍‍ କରି ମେଭାନୀଙ୍କୁ ଗୁଳି ମାରି ହତ୍ୟା କରିବ ବୋଲି ଧମକ୍‍ ଦେଇଥିଲା। ଆଇପିସି ଧାରା ୫୦୭ରେ ପୁଲିସ୍‍ ମାମଲା ରୁଜୁ କରି ତଦନ୍ତ ଚଳାଇଛି।

Leave A Reply