www.samajalive.in
Sunday, December 7, 2025
23.1 C
Bhubaneswar

ଝାରସୁଗୁଡ଼ାରେ ବେଦାନ୍ତ ଆଲୁମିନିୟମ ପକ୍ଷରୁ ଅଂଶୁଘାତ ସଚେତନତା

ଝାରସୁଗୁଡ଼ା : ବେଦାନ୍ତ ଆଲୁମିନିୟମ ପକ୍ଷରୁ ସପ୍ତାହବ୍ୟାପୀ ଗ୍ରୀଷ୍ମ ପ୍ରଭାବ ଜନିତ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏହିକ୍ରମରେ ବଢେଇମୁଣ୍ଡା ଛକ, ଘରୋଇ ବସଷ୍ଟାଣ୍ଡ, ରେଳ ଷ୍ଟେସନ, ସରବାହାଲ ଛକ, ବିଟିଏମ ଛକ ସହିତ ୨୮ ଟି ଗ୍ରାମରେ ଲୋକମାନଙ୍କୁ ଭିନ୍ନ ଭିନ୍ନ ପ୍ରକାରେ ସଚେତନ କରାଯାଇଛି। ବିଶେଷଜ୍ଞଙ୍କ ଦ୍ବାରା ସଚେତନତା ସୃଷ୍ଟି ସହିତ ଲିଫଲେଟ ବଣ୍ଟନ ଓ ଓଆରଏସ ପାଉଡର ବିତରଣ ମାଧ୍ୟମରେ ପାରିପାର୍ଶ୍ବିକ ଅଞ୍ଚଳର ୬୫୦୦ରୁ ଅଧିକ ଲୋକଙ୍କୁ ସଚେତନ କରାଯାଇଥିବା କମ୍ପାନୀ ପକ୍ଷରୁ କୁହାଯାଇଛି। ସଂପ୍ରତି ଝାରସୁଗୁଡ଼ାର ଲୋକମାନଙ୍କୁ ଗ୍ରୀଷ୍ମ ପ୍ରବାହରୁ ସୁରକ୍ଷା ଦେବା ପାଇଁ କମ୍ପାନୀ ପକ୍ଷରୁ ଜଳ ସେବା ଶିବିର ଆୟୋଜନ କରାଯାଇ ବାସିନ୍ଦା ତଥା ଯାତ୍ରୀମାନଙ୍କୁ ମାଗଣା ଜଳ, ଓଆରଏସ, ଲେମ୍ବୁପାଣି ଓ ଘୋଳ ଦହି ଆଦି ଯୋଗାଇ ଦିଆ ଯାଇଥିଲା ।

ଝାରସୁଗୁଡ଼ାର ୧୧ଟି ୱାର୍ଡ଼ର ୧୭ଟି ସ୍ଥାନରେ ଗୋଷ୍ଠୀକୁ ପାନୀୟ ଜଳ ଯୋଗାଇବା ପାଇଁ କମ୍ପାନୀ ପାଣି ଟାଙ୍କି ବ୍ୟବସ୍ଥା କରିଥିବାରୁ ୨୫,୦୦୦ ଲୋକ ବିଶୁଦ୍ଧ ପାଣି ପାଇ ପାରୁଛନ୍ତି । କମ୍ପାନୀ ପକ୍ଷରୁ ଆଉ କେତେକ ପଦକ୍ଷେପ ଜରିଆରେ ବର୍ଷା ଜଳ ଅମଳ ପାଇଁ ପ୍ରସ୍ତୁତି, ପୋଖରୀ, ନଳକୂପର ପୁନରୁଦ୍ଧାର, ପାଶ୍ୱବର୍ତ୍ତି ଗ୍ରାମ ଗୁଡ଼ିକରେ ଜଳ ଭିତ୍ତିଭୂମିର ବିକାଶ ଆଦି କାର୍ଯ୍ୟ ଜାରି ରହିଛି ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। ଗୋଷ୍ଠୀ ସ୍ବାସ୍ଥ୍ୟ ଉନ୍ନତି ଲାଗି କମ୍ପାନୀ ପକ୍ଷରୁ ଗ୍ରହଣ କରାଯାଇଥିବା ଏହି ପଦକ୍ଷେପ ଗୁଡ଼ିକୁ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ଡୋଲାମଣି ପଟେଲ ସ୍ବାଗତ କରିବା ସହ ଅଂଶୁଘାତ ସଂକ୍ରାନ୍ତରେ ଲୋକଙ୍କୁ ପ୍ରାଥମିକ ପର୍ଯ୍ୟାୟରେ ସଚେତନ କରାଇ ଆମେ ବିପଦକୁ ସଫଳତାର ସହ ମୁକାବିଲା କରିପାରିବା ବୋଲି କହିଛନ୍ତି।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories