ଜୟଲଳିତାଙ୍କ ମୃତ୍ୟୁର ସିବିଆଇ ତଦନ୍ତ ଦାବି ଆବେଦନ ଖାରଜ

0

ଚେନ୍ନଇ : ତାମିଲନାଡ଼ୁର ଦିବଂଗତ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ମୃତ୍ୟୁର ସିବିଆଇ ତଦନ୍ତ ଦାବି ସଂକ୍ରାନ୍ତ ମାମଲାକୁ ମାଡ୍ରାସ ହାଇକୋର୍ଟ ଖାରଜ କରିଦେଇଛନ୍ତି। ଜୟଲଳିତାଙ୍କ ମୃତ୍ୟୁର ତଦନ୍ତ ପାଇଁ ଜଣେ ଅବସରପ୍ରାପ୍ତ ହାଇକୋର୍ଟ ବିଚାରପତିଙ୍କ ଅଧ୍ୟକ୍ଷତାରେ ଏକ କମିଶନ ଗଠନ କରାଯାଇଛି।; ତେଣୁ ସିବିଆଇ ତଦନ୍ତର ଆବଶ୍ୟକତା ନାହିଁ ବୋଲି ହାଇକୋର୍ଟ କହିଛନ୍ତି। ଏଥିସହିତ ମାମଲା ପରିଚାଳନା ବାବଦ ଖର୍ଚ୍ଚ ୫୦ହଜାର ଟଙ୍କା ଆବେଦନକାରୀ ଏମ୍‍. ରାମନାଥନ୍‍ଙ୍କଠାରୁ ଅସୁଲ କରିବା ପାଇଁ ନିର୍ଦେଶ ଦେଇଛନ୍ତି। ଏହି ଅର୍ଥ ଆଇନ ସେବା କର୍ତ୍ତୃପକ୍ଷଙ୍କୁ ପ୍ରଦାନ ରାଯିବା ପାଇଁ ନିର୍ଦେଶ ହୋଇଛି।

Leave A Reply