www.samajalive.in
Tuesday, December 9, 2025
15.1 C
Bhubaneswar

୧୨୨ଟି ସହର ହେବ ପ୍ରଦୂଷଣ ମୁକ୍ତ

ପରିବେଶ ମନ୍ତ୍ରୀ ପ୍ରକାଶ ଜାଭଡେକର ପ୍ରଥମ ଥର ଲାଗି ଆନ୍ତର୍ଜାତିକ ନୀଳ ଆକାଶ ପାଇଁ ସ୍ୱଚ୍ଛ ବାୟୁ ଦିବସ ଅବସରରେ ଅନୁଷ୍ଠିତ ୱେବିନାରରେ ଅଧ୍ୟକ୍ଷତା କରି କହିଛନ୍ତି, ସରକାର ୧୨୨ଟି ପ୍ରଦୂଷିତ ସହରରେ ବାୟୁ ପ୍ରଦୂଷଣ ମାତ୍ରାକୁ ହ୍ରାସ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ। ସେ କହିଛନ୍ତି, ଜନସଂଖ୍ୟା, ଶିଳ୍ପ, ଯାନବାହନ, ବର୍ଜ୍ୟବସ୍ତୁ ଏବଂ ଧୂଳିର ମାତ୍ରା ବୃଦ୍ଧି ପାଇବା ଦ୍ୱାରା ପ୍ରଦୂଷଣ ବଢ଼ିବାରେ ଲାଗିଛି। ଜାଭଡେକର କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚଳିତ ବର୍ଷ ସ୍ୱାଧୀନତା ଦିବସ ଅବସରରେ ଲାଲ୍‍କିଲାରୁ ଉଦବୋଧନ ଦେଇ ୧୦୦ଟି ସହରରେ ବାୟୁର ଗୁଣବତ୍ତା ବୃଦ୍ଧି କରିବା ଉପରେ ଆଲୋକପାତ କରିଥିଲେ। ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ନିଜେ ଏହି ପରିବର୍ତ୍ତନ ଆଣିବା ପାଇଁ ପ୍ରତିବଦ୍ଧ।

ଏହି ଅବସରରେ ଜାଭଡେକର କହିଛନ୍ତି, ସରକାର ଦେଶରୁ ପ୍ରଦୂଷଣ ହ୍ରାସ କରିବା ପାଇଁ ଗତ କିଛି ବର୍ଷ ହେବ ବିଭିନ୍ନ ପଦକ୍ଷେପ ହାତକୁ ନେଇଛନ୍ତି। ଏଥିମଧ୍ୟରେ ଜାତୀୟ ସ୍ୱଚ୍ଛ ବାୟୁ କାର୍ଯ୍ୟକ୍ରମ, ଜାତୀୟ ଏୟାର୍‍ କ୍ୱାଲିଟି ଇଣ୍ଡେକ୍ସ, ବି.ଏସ୍‍.-୬ ଇନ୍ଧନର ବ୍ୟବହାର, କାରଖାନାରୁ ନିର୍ଗତ ହେଉଥିବା ବର୍ଜ୍ୟବସ୍ତୁର ମାତ୍ରା ହ୍ରାସ, ରାସ୍ତାଘାଟ ନିର୍ମାଣ ଏବଂ ଇ-ଯାନର ବ୍ୟବହାର ଆଦି ଅନ୍ତର୍ଭୁକ୍ତ। ରାଜ୍ୟଗୁଡ଼ିକ ନିଜ ସହର ଅନୁଯାୟୀ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ପ୍ରସ୍ତୁତ କରି ପ୍ରଦୂଷଣର ମାତ୍ରା ହ୍ରାସ କରିବା ପାଇଁ ପରିବେଶ ମନ୍ତ୍ରୀ ଆହ୍ୱାନ ଦେବା ସହ ଇଲେକ୍ଟ୍ରୋନିକ୍‍ ଯାନର ବ୍ୟବହାର ବୃଦ୍ଧି କରିବା ପାଇଁ ଉତ୍ସାହିତ କରିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories