ବିଜେପି-ବିଜେଡି ସମର୍ଥକ ମୁହାଁମୁହିଁ, ଖୁଣ୍ଟୁଣି ଥାନା ସାମ୍ନା ଜାତୀୟ ରାଜପଥ ପାଲଟିଲା ରଣକ୍ଷେତ୍ର
ଆଠଗଡ଼: ଆଜି ଖୁଣ୍ଟୁଣି ଥାନା ସମ୍ମୁଖରେ ନିର୍ବାଚନ ହିଂସା ଦେଖିବାକୁ ମିଳିଛି। ଏଥିରେ ବିଜେପି ଓ ବିଜେଡି ସମର୍ଥକ ମୁହାଁମୁହିଁ ହୋଇଥିବାବେଳେ ପରସ୍ପରକୁ ଢେଲାମାଡ଼ କରିଛନ୍ତି। ପୁଲିସ ଉପସ୍ଥିତିରେ ଖୁଣ୍ଟୁଣି ଥାନା ସାମ୍ନା ଜାତୀୟ ରାଜପଥ ରଣକ୍ଷେତ୍ର ପାଲଟିଛି। ଢେଲାପଥର ମାଡ଼ ସହ ଲାଠି ମାଡ଼ ମଧ୍ୟ ହୋଇଛି। ଏହି ଗଣ୍ଡଗୋଳରେ ସାମିଲ ଥିବା ଉତ୍ୟକ୍ତ ଲୋକେ ୫ଟି ବାଇକ ଭାଙ୍ଗି ଦେଇଛନ୍ତି।
ଏଠାରେ ସୂଚନା ଯୋଗ୍ୟ ଯେ ଆଜି ୩ ନମ୍ବର ଜୋନ ଅନନ୍ତପୁରରେ ଶୋଭାଯାତ୍ରାବେଳେ ବିଜେଡି ଓ ବିଜେପି ମଧ୍ୟରେ ବିବାଦ ଦେଖାଦେଇଥିଲା। ବିଜେପି ସମର୍ଥକଙ୍କୁ ବିଜେଡି କର୍ମୀମାନେ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା। ସମର୍ଥକଙ୍କୁ ଆକ୍ରମଣ ପ୍ରତିବାଦରେ ଥାନା ଘେରିଥିଲା ବିଜେପି। ପୁଲିସର ପ୍ରତିଶ୍ରୁତି ପରେ ଧାରଣାରେ ହଟିଥିଲେ ବିଜେପି ସମର୍ଥକ। ତେବେ ଧାରଣାରୁ ହଟିବା ପରେ ବିଜେଡି ସମର୍ଥକ ଆସିବାରୁ ଉଭୟ ଗୋଷ୍ଠୀ ମଧ୍ୟରେ ପୁଣି ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା।
Comments are closed.