www.samajalive.in
Thursday, December 11, 2025
18.1 C
Bhubaneswar

ବିଜେପି ଦଳ  ଓଡ଼ିଶାକୁ ୨୫ ବର୍ଷ ପଛକୁ ନେବାକୁ ପ୍ରଚେଷ୍ଟା କରୁଛି-ପାଣ୍ଡିଆନ

ଭୁବନେଶ୍ବର/କଳାପଥର(ବାଙ୍କୀ):୨୦୨୪ ସାଧାରଣ ନିର୍ବାଚନ ପାଇଁ ବିଜେଡି ପ୍ରାର୍ଥୀଙ୍କ ପାଇଁ ପ୍ରଚାରକୁ ଜୋରଦାର କରିଛନ୍ତି ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ। ବାଙ୍କୀ ନିର୍ବାଚନ ମଣ୍ଡଳୀରେ ମଙ୍ଗଳବାର ଆୟୋଜିତ ସାଧାରଣ ସଭାରେ କଟକ ଲୋକସେଭା କ୍ଷେତ୍ରରେ ବିଜେଡି ସାଂସଦ ପ୍ରାର୍ଥୀ ସଂତୃପ୍ତ ମିଶ୍ର ଓ ବିଧାୟକ ପ୍ରାର୍ଥୀ ଦେବୀ ରଞ୍ଜନ ତ୍ରିପାଠୀଙ୍କ ପାଇଁ ପ୍ରଚାର କରିଥିଲେ। ସଭାରେ ଜନତାଙ୍କୁ ସମ୍ବୋଧନ କରି ବିଜେଡି ନେତା କାର୍ତ୍ତିକ କହିଥିଲେ ଯେ  ଓଡ଼ିଶାକୁ ୧୦୦ ବର୍ଷ ଆଗକୁ ନେବା ପାଇଁ ମୁଖ୍ୟମନ୍ତ୍ରୀ ଦିନରାତି କାମ କରୁଛନ୍ତି।ନୂଆ ଓଡ଼ିଶାରେ ବାଙ୍କୀରେ ହେବ ମେଟ୍ରୋ ରେଳ, ଏ ମାଟିର ପରିଚୟ ଉଜ୍ୱଳ ହେବ। ବିଜେପି ଦଳ  ଓଡ଼ିଶାକୁ ୨୫ ବର୍ଷ ପଛକୁ ନେବାକୁ ପ୍ରଚେଷ୍ଟା କରୁଛି। ପ୍ରଭାତ ତ୍ରିପାଠୀ ଏ ଅଞ୍ଚଳର ବହୁତ ସମ୍ମାନିତ ନେତା, ମୁଁ ତାଙ୍କୁ ବହୁତ ସମ୍ମାନ ଦିଏ। ଦଳର ସଙ୍କଟ ସମୟରେ ସେ ଦଳ ପାଇଁ ଖୁବ୍‍ କାମ କରିଛନ୍ତି। ଦଳ ପାଇଁ ବହୁ ସହାୟତା ପ୍ରଦାନ  କରିଛନ୍ତି। ଆପଣଙ୍କ ସାଂସଦ ପ୍ରାର୍ଥୀ ସଂତୃପ୍ତ ମିଶ୍ର ବଡ଼ ଚାକିରି ଛାଡ଼ି  କେବଳ ସେବା କରିବା ପାଇଁ ଆସିଛନ୍ତି। ଆପଣଙ୍କ ସେବା କରିବେ, ଏ ଅଞ୍ଚଳକୁ ପୁଞ୍ଜି ଆଣିବେ, ଯୁବପୀଢ଼ିଙ୍କୁ ରୋଜଗାର ଦେବେ ବୋଲି ଶ୍ରୀ ପାଣ୍ଡିଆନ କହିଥିଲେ।
ସେ ଆହୁରି ମଧ୍ୟ କହିଥିଲେ ଯେ  ଦେବୀ ରଞ୍ଜନ ତ୍ରିପାଠୀ ଛାତ୍ର ସମାଜର ସେନାପତି, ସେ ଆପଣଙ୍କ ଅଞ୍ଚଳର ଯୁବ ସମାଜର ନେତୃତ୍ୱ ନେଇଛନ୍ତି। ଛାତ୍ର ବିଜେଡି ସଭାପତି ଭାବେ ରାଜ୍ୟରେ କାମ କରୁଛନ୍ତି।  ଏ ଦୁଇ ସେନାପତିଙ୍କୁ ଆପଣମାନେ ବିଜୟୀ କରନ୍ତୁ। ୨୫ ତାରିଖରେ ୫୦ ହଜାର ଭୋଟରେ ଉଭୟଙ୍କୁ ଜିତାନ୍ତୁ। ଆପଣଙ୍କର ପ୍ରିୟ ମୁଖ୍ୟମନ୍ତ୍ରୀ ଜୁନ୍‌ ୯ ତାରିଖରେ ଦାୟିତ୍ୱ ନେବେ ପ୍ରଥମ ଦସ୍ତଖତରେ ଆପଣଙ୍କ ବିଜୁଳି ବିଲ୍‍ ଛାଡ କରିବେ। ଜୁଲାଇ ମାସରୁ ବିଜୁଳି ବିଲ୍‍ ଆସିବ ନାହିଁ, ୯୦ ପ୍ରତିଶତ ପରିବାର ଉପକାର ପାଇବେ। ମୁଖ୍ୟମନ୍ତ୍ରୀଙ୍କ ବିଜୁଳି ବିଲ ଛାଡ ଗ୍ୟାରେଣ୍ଟି ବିଜେପି ଦଳକୁ ସକ୍‍ ଦେଇଛି। ତେଣୁ ସେମାନେ ମଧ୍ୟ ସୋଲାର ପ୍ୟାନେଲ ଜରିଆରେ ମାଗଣା ବିଜୁଳି ଦେବେ ବୋଲି କହୁଛନ୍ତି। ଆପଣ ଜାଣିଛନ୍ତି ? ଏଥିପାଇଁ ଆପଣଙ୍କୁ ୫୦ ହଜାର ଟଙ୍କା ଜମା କରିବାକୁ ପଡ଼ିବ, ତା’ପରେ ଆପଣ ସୂର୍ଯ୍ୟକିରଣରୁ ପାଇବେ ବିଜୁଳି, ବିଜେପି ଆପଣଙ୍କୁ ଦିନରେ ଲଣ୍ଠନ ଦେଖାଉଛି। ବିଜେପି ଦଳ ୧୦ ବର୍ଷ କ୍ଷମତାରେ ରହିଲେ,ଏଲପିଜି, ପେଟ୍ରୋଲ, ଡିଜେଲ ଦର ବଢ଼ି ଚାଲିଲା। ଏଲ୍‍ପିଜି ଦର ଯୋଗୁଁ ମା’ମାନେ କାନ୍ଦୁଛନ୍ତି, ସେମାନେ କିଛି ଶୁଣିଲେ କି ? କିଛି କଲେ କି  ବୋଲି କାର୍ତ୍ତିକ ପ୍ରଶ୍ନ କରିଥିଲେ। ଉଭୟ ବିଧାୟକ ଓ ସାଂସଦ ପ୍ରାର୍ଥୀଙ୍କୁ ଶଙ୍ଖ ଚିହ୍ନ‌େ‌ର ଭୋଟ ଦେବାକୁ ଲୋକଙ୍କୁ ନିବେଦନ କରିଥିଲେ।

Hot this week

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

Related Articles

Popular Categories