ରାଜଧାନୀରେ ରାଜନୈତିକ ହିଂସା, କ୍ୟାପିଟାଲ ଥାନାରେ ଅଭିଯୋଗ କଲେ ବିଜେପି ବିଧାୟକ ପ୍ରାର୍ଥୀ
ଭୁବନେଶ୍ବର: ବିଜେପିର ପ୍ରଚାରବେଳେ ମରଣାନ୍ତକ ଆକ୍ରମଣ ହୋଇଥିବା ସୂଚନା ମିଳିଛି। ୟୁନିଟ ୬ ଅନ୍ତର୍ଗତ ୪୬ ନମ୍ବର ୱାର୍ଡ ଆଖଣ୍ଡଳମଣି ବସ୍ତିରେ ହିଂସା ଦେଖାଦେଇଛି। ବିଜେଡି କର୍ମୀମାନେ ଆକ୍ରମଣ କରିଥିବା ନେଇ ବିଜେପି ଅଭିଯୋଗ କରିଛି। ବିଜେପି ସମର୍ଥକଙ୍କୁ ବିଜେଡି କର୍ମୀମାନେ ଆକ୍ରମଣ କରିଥିବାବେଳେ କ୍ୟାପିଟାଲ ଥାନାରେ ବିଜେପି ବିଧାୟକ ପ୍ରାର୍ଥୀ ଜଗନ୍ନାଥ ପ୍ରଧାନ ଅଭିଯୋଗ କରିଛନ୍ତି।
Comments are closed.