ଓଡ଼ିଶାରେ ପରିବର୍ତ୍ତନ ହେବାକୁ ଯାଉଛି, ଲୋକେ ପରିବର୍ତ୍ତନ ଚାହୁଁଛନ୍ତି-ଓମ ବିର୍ଲା
ଭୁବନେଶ୍ବର:ଆଜି ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ବରରେ ଲୋକସଭା ବାଚସ୍ପତି ଓମ ବିର୍ଲା ପହଞ୍ଚିଛନ୍ତି। ତାଙ୍କୁ ବିମାନବନ୍ଦରରେ ବିଜେପିର କର୍ମକର୍ତ୍ତା ଭବ୍ୟ ସ୍ବାଗତ କରିଛନ୍ତି। ବିମାନବନ୍ଦରରେ ପହଞ୍ଚିବା ପରେ ଓମ ବିର୍ଲା ପ୍ରତିକ୍ରିୟା ରଖି କହଛନ୍ତି ଯେ ଓଡ଼ିଶାରେ ପରିବର୍ତ୍ତନ ହେବାକୁ ଯାଉଛି, ଲୋକେ ପରିବର୍ତ୍ତନ ଚାହୁଁଛନ୍ତି। ଲୋକେ ରାଜ୍ୟ ଓ କେନ୍ଦ୍ରରେ ଗୋଟିଏ ଦଳର ସରକାର ଚାହୁଁଛନ୍ତି। ଏଥର ଲାଗୁଛି ପରିବର୍ତ୍ତନ ହେବ, ରାଜ୍ୟରେ ବି ବିଜେପି ସରକାର ଗଢ଼ିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଦେଶବାସୀ ତୃତୀୟ ଥର ପ୍ରଧାନମନ୍ତ୍ରୀ କରିବେ ବୋଲି ବାଚସ୍ପତି ଓମ ବିର୍ଲା ପ୍ରକାଶ କରିଛନ୍ତି।
Comments are closed.