www.samajalive.in
Tuesday, December 9, 2025
15.1 C
Bhubaneswar

ଦରିଦ୍ର ଜନର ଦରଦୀ ବନ୍ଧୁ – ଜନ କଲ୍ୟାଣ ସେବା ଟ୍ରଷ୍ଟ

ରେଙ୍ଗାଲିକେମ୍ପ : “ମାନବ ସେବା ହିଁ ମାଧବ ସେବା” ର ମହାନ ଉଦ୍ଦେଶ୍ୟ ଏବଂ ସାମ୍ପ୍ରତିକ ପରିସ୍ଥିତିରେ ଜନ ସେବାର ଆବଶ୍ୟକତାକୁ ହୃଦୟଙ୍ଗମ କରି ଗଢି ଉଠିଛି ଜନ ସେବା କଲ୍ୟାଣ ଟ୍ରଷ୍ଟ। ଓଡ଼ିଶାରେ କାହିଁକି ସାରା ଭାରତରେ ସେବା କ୍ଷେତ୍ରରେ ଏକ ଭିନ୍ନ ପରିଚୟ ନେଇ ଆଜି ଏହି ଜନ ସେବା କଲ୍ୟାଣ ଟ୍ରଷ୍ଟ ଆଗେଇ ଚାଲିଛି ତାର ଲକ୍ଷ୍ୟ ପଥରେ। ଆଜିର ଦୁନିଆରେ ଭାଷାବୀର ତ ଅନେକ ରହିଛନ୍ତି କିନ୍ତୁ ସମାଜର ବିକାଶ ପାଇଁ ଭାଷାବୀର ଅପେକ୍ଷା କର୍ମବୀରର ଅଧିକ ଆବଶ୍ୟକତା ରହିଛି । ତେଣୁ ଏହି ଅନୁଷ୍ଠାନ ସେହି କର୍ମବୀରମାନଙ୍କ ଅନ୍ୱେଷଣ କରୁଛି ଯେଉଁମାନେ ସେବା କର୍ମରେ ନିଜର ସୁଖ ଆନନ୍ଦ ଖୋଜନ୍ତି। ତେଣୁ ଏମିତି ପ୍ରତିଭା ମାନଙ୍କୁ ଖୋଜି ତାଙ୍କୁ ତାଙ୍କର କର୍ମକ୍ଷେତ୍ରରେ ଆଗେଇଯିବାର ଉତ୍ସାହ, ପ୍ରେରଣା ଦେବା ପାଇଁ ତାଙ୍କୁ ଟ୍ରଷ୍ଟ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଉଛି। ସେଇ ଉଦ୍ଦେଶ୍ୟରେ ନିଜର ସବୁକିଛି ସମର୍ପିତ କରି ମାନବ ସେବାରେ ନିଜକୁ ବ୍ରତୀ କରିଥିବା ଏହି ଟ୍ରଷ୍ଟର ପ୍ରତିଷ୍ଠାତା ଶ୍ରୀ ମୁକୁନ୍ଦ ଦାସଙ୍କ ଅଧ୍ୟକ୍ଷତାରେ ଆଜି ଅତାବିରା ବ୍ଲକ ଲାଦେରପାଳି ରାମଚଣ୍ଡୀ ମନ୍ଦିରଠାରେ ଏକ ପ୍ରତିଭା ସମ୍ମାନ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ସମ୍ବଲପୁରର ବରିଷ୍ଠ ସାମ୍ବାଦିକ ରମାକାନ୍ତ ବିଶ୍ଵାଳ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିବା ବେଳେ ଟ୍ରଷ୍ଟର ମୁଖ୍ୟ ପ୍ରଶାସନିକ ଅଧିକାରୀ କୈଳାସ ମହାରଣା, ସଂଯୋଜକ ସାମ୍ବାଦିକ ହୃଷୀକେଶ ଖମାରୀ, ଉପ ସଭାପତି ଧର୍ମରା୍ଜ ପ୍ରଧାନ ପ୍ରମୁଖ ମଞ୍ଚାଷୀନ ଥିଲେ।

ଟ୍ରଷ୍ଟର ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଡଃ ଅଜିତ କୁମାର ନାଥ କାର୍ୟ୍ୟକ୍ରମକୁ ପରିଚାଳନା କରିଥିଲେ। ଅଞ୍ଚଳରେ ବିଭିନ୍ନ ପ୍ରକାର ର ସେବା ମୂଳକ କାର୍ୟ୍ୟରେ ନିଜକୁ ନିୟୋଜିତ କରି ଅନନ୍ୟ ପ୍ରତିଭା ହାସଲ କରିଥିବା ତଥା ସମାଜ ପାଇଁ ଅଂଶ ହେଉ ବା ଅର୍ଥ ଦାନ କରିବାର ଦୃଢ଼ ଇଚ୍ଛା ରଖୁଥିବା ବିନୋଦ ଅଗ୍ରୱାଲ, ସ୍ମିତା ଅଗ୍ରୱାଲ, ସୁଶାନ୍ତ କର, ଅନୁସୂୟା ଦେବତା,ସୁରଭି ପ୍ରଧାନ, ସୁଷମା ସାହୁ, ପଦ୍ମିନୀ ବେହେରା, ସୁବାସ ପ୍ରଧାନ ଆଦି ୮ଜଣଙ୍କୁ ଟ୍ରଷ୍ଟରେ ଆଜୀବନ ସଦସ୍ୟ ରୂପେ ସାମିଲ କରି ତାଙ୍କୁ ଉପଢୌକନ ସହ ଆଜୀବନ ସଦସ୍ୟତା ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ସେମାନଙ୍କ ମଧ୍ୟରୁ ସ୍ମିତା ଅଗ୍ରୱାଲ, ଅନୁସୂୟା ଦେବତା,ସୁଷମା ସାହୁ କରୋନା ମହାମାରୀ ର ଭୟଙ୍କର ପରିସ୍ଥିତି ରେ ଲୋକେ ଘର ଭିତରେ ଆବଦ୍ଧ ରହି ନିଜକୁ ସୁରକ୍ଷିତ ରଖିଥିବା ବେଳେ ମୃତ୍ୟୁକୁ ହାତ ମୁଠାରେ ରଖି ଘର ଘର ଗାଆଁ ଗାଆଁ ବୁଲି ଲୋକଙ୍କୁ ସେବା ଯୋଗାଉଥିବା ଯୋଗୁଁ ତାଙ୍କୁ କରୋନା ଯୋଦ୍ଧା ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଅବସରରେ ଟ୍ରଷ୍ଟର ପ୍ରତିଷ୍ଠାତା ଶ୍ରୀ ଦାସ ଝିଲିମିଣ୍ଡାରେ ରହୁଥିବା ଏକ ଅସହାୟ ଗରିବ ପରିବାର, ଯାହାଙ୍କ ବିଷୟରେ ଆଗରୁ ସମାଜ ଓ ଧରିତ୍ରୀ ଖବର କାଗଜରେ ପ୍ରକାଶିତ ହୋଇଥିଲା, ତାଙ୍କ ପାଇଁ ୬ମାସ ଧରି ଟ୍ରଷ୍ଟ ପକ୍ଷରୁ ଖାଉଟି ସାମଗ୍ରୀ ଯୋଗାଇ ଦେବା ପାଇଁ ସଂକଳ୍ପ କରିଥିଲେ। ଏହା ବ୍ୟତୀତ ମାଗଣାରେ ମହିଳାମାନଙ୍କୁ ସିଲେଇ ଶିକ୍ଷା ଦିଆଯିବାର ଉଦ୍ୟମ ଜାରି ରହିଛି। ଏମିତି ଅନେକ ସେବାମୂଳକ କାର୍ୟ୍ୟକ୍ରମ ହାତକୁ ନେଇ ଏହି ଜନ ସେବା କଲ୍ୟାଣ ଟ୍ରଷ୍ଟ ତାର ଆଗାମୀ କାର୍ୟ୍ୟପନ୍ଥା ନିର୍ଦ୍ଧାରଣ କରିଚାଲିଛି । ତେବେ ଏଭଳି ଏକ ମହାନ ସଂଗଠନରେ ଅଧିକରୁ ଅଧିକ ଲୋକ ସାମିଲ ହୋଇ ସମାଜରେ ତଥା ଦେଶରେ ଅସହାୟ ଗରିବଙ୍କ ଦରଦୀ ବନ୍ଧୁ ସଜିବା ପାଇଁ ଟ୍ରଷ୍ଟ ପକ୍ଷରୁ ଆହ୍ବାନ ଦିଆଯାଇଥିଲା ।ଶେଷରେ ସାମ୍ବାଦିକ ହୃଷୀକେଶ ଖମାରୀ ଧନ୍ୟବାଦ ଦେଇଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories