ବାହାନଗା ଟ୍ରେନ ଦୁର୍ଘଟଣା ଆହତଙ୍କ ଚିକିତ୍ସା ପାଇଁ ୧୮୨ ୟୁନିଟ ରକ୍ତ ସଂଗ୍ରହ, ରକ୍ତଦାତାଙ୍କ ମହତ ଉଦ୍ୟମକୁ ପ୍ରଶଂସା
ଯାଜପୁର : ବାହାନଗା ଟ୍ରେନ ଦୁର୍ଘଟଣାରେ ଆହତଙ୍କ ଚିକିତ୍ସା ପାଇଁ ବିପୁଳ ପରିମାଣର ରକ୍ତର ଆବଶ୍ୟକତା ଦେଖା ଦେଇଛି। ଏହି ପରିପେକ୍ଷୀରେ ସୁକିନ୍ଦା ବିଧାୟକ ତଥା ଗ୍ରାମ୍ୟ ଉନ୍ନୟନ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼ାଇ ନିଜ ନିର୍ବାଚନ ମଣ୍ଡଳୀର ଜନସାଧାରଣଙ୍କୁ ରକ୍ତଦାନ ପାଇଁ ନିବେଦନ କରିଥିଲେ। ଆଜି ତାଙ୍କ ନେତୃତ୍ୱରେ ଡୁବୁରୀ ଏବଂ ମାନତିରା କଲେଜରେ ଏକ ମେଗା ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ଏହି ଅବସରରେ ୧୮୨ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା। ୧୮୨ ଜଣ ରକ୍ତଦାତା ମାନବିକତାର ପରିଚୟ ଦେଇ ୧୮୨ ୟୁନିଟ ରକ୍ତଦାନ କରିଥିଲେ।
କାର୍ଯ୍ୟକ୍ରମର ସଫଳତାକୁ ନେଇ ମନ୍ତ୍ରୀ ଶ୍ରୀ ଘଡାଇ ସମସ୍ତ ରକ୍ତଦାତା ଓ ସହଯୋଗୀମାନଙ୍କୁ କୃତଜ୍ଞତା ଜଣାଇଥିଲେ। ଏଭଳି ଦାରୁଣ ବିପଦ ସମୟରେ ରକ୍ତଦାନ କରି ଆହତମାନଙ୍କ ଚିକିତ୍ସାରେ ସହାୟତା ଓ ସହଯୋଗର ହାତବଢ଼ାଇଥିବା ପ୍ରତ୍ୟେକ ରକ୍ତଦାତାଙ୍କ ମହତ ଉଦ୍ୟମକୁ ପ୍ରଶଂସା କରିଥିଲେ।
Comments are closed.