ଡାକ୍ତରଖାନାରେ ଜିଲା ପ୍ରଶାସନର ରାତି ଅଧିଆ ଗସ୍ତ

ଯାଜପୁର : ଯାଜପୁର ଜିଲା ସଦରମହକୁମା ଡାକ୍ତରଖାନାରେ ଜିଲା ପ୍ରଶାସନର ଶୁକ୍ରବାର ରାତି ଅଧିଆ ଗସ୍ତ କରିଥିଲା । ଭାରପ୍ରାପ୍ତ ଜିଲାପାଳ ମିହିର ପ୍ରସାଦ ମହାନ୍ତିଙ୍କ ନେତୃତ୍ୱରେ ଯାଜପୁର ଏସପି ଚରଣ ସିଂ ମିନା ଡାକ୍ତରଖାନାର ବିଭିନ୍ନ ୱାର୍ଡର ଯାଞ୍ଚ କରିଥିଲେ । ରୋଗୀ ମାନଙ୍କୁ ଯୋଗାଇ ଦିଆଯାଉଥିବା ବିଭିନ୍ନ ସେବା ସମ୍ପର୍କରେ ରୋଗୀ ଓ ସେମାନଙ୍କ ସମ୍ପର୍କୀୟଙ୍କ ଠାରୁ ପଚାରି ବୁଝିଥିଲେ। ଏହି ସମୟରେ ଡାକ୍ତରଖାନାରେ ହେଉଥିବା ଏକ୍ସରେ ଏବଂ ଅଲଟ୍ରାସାଉଣ୍ଡ ସମୟସୀମାକୁ ଅଧିକ କରିବାକୁ ରୋଗୀ ମାନେ ନିବେଦନ କରିଥିଲେ । ଅଳ୍ପ ସମୟ ପାଇଁ ଡାକ୍ତରଖାନାରେ ଏହି ସୁବିଧା ରହୁଥିବାରୁ ରୋଗୀ ମାନେ ବାଧ୍ୟ ହୋଇ ଡାକ୍ତରଖାନା ବାହାରେ ଅଧିକ ଟଙ୍କା ଦେଇ ଏହି ସୁବିଧା ପାଉଛନ୍ତି । ସେହିପରି ଆଶା କର୍ମୀ ମାନେ ଠିକ୍ ଭାବେ ଡ୍ୟୁଟି କରୁନଥିବା ଅଭିଯୋଗ ହେବାରୁ ପ୍ରତ୍ୟେକ ଆଶା ରୁମରେ ସିସି ଟିଭି ଲଗାଇବାକୁ ଭାରପ୍ରାପ୍ତ ଜିଲାପାଳ ନିର୍ଦ୍ଧେଶ ଦେଇଥିଲେ। କର୍ତ୍ତବ୍ୟରେ ଅବହେଳା କରୁଥିବା କର୍ମଚାରୀ ମାନଙ୍କ ବିରୋଧରେ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ଭାରପ୍ରାପ୍ତ ଜିଲାପାଳ ସୂଚନା ଦେଇଥିଲେ ।

Comments are closed.