www.samajalive.in
Thursday, December 11, 2025
27.1 C
Bhubaneswar

ପାଞ୍ଚ ଉପ-ମୁଖ୍ୟମନ୍ତ୍ରୀ

ଗଣତାନ୍ତ୍ରିକ ବ୍ୟବସ୍ଥାରେ ଶାସନ କେବଳ ଦକ୍ଷ ଓ ଉତ୍ତରଦାୟୀ ନୁହେଁ; ଏହା ସମାବେଶୀ ଏବଂ ସବୁବର୍ଗର ପ୍ରତିନିଧିତ୍ବ କରିବା ଉପରେ ଗୁରୁତ୍ବ ଦିଏ। ପ୍ରଧାନମନ୍ତ୍ରୀ ହୁଅନ୍ତୁ ବା ମୁଖ୍ୟମନ୍ତ୍ରୀ, ରାଜନୈତିକ ସମୀକରଣ ଓ ବାସ୍ତବତାକୁ ବିଚାରକୁ ନେଇ ନିଜନିଜର ମନ୍ତ୍ରିମଣ୍ଡଳରେ ବିଭିନ୍ନ ସମୟରେ ‘ଉପ’ ପଦ ସୃଷ୍ଟି କରିଥାନ୍ତି। ସମ୍ବିଧାନରେ ନିର୍ଦିଷ୍ଟଭାବେ ଉପ-ମୁଖ୍ୟମନ୍ତ୍ରୀ ବା ଉପ-ପ୍ରଧାନମନ୍ତ୍ରୀ ପଦର ବ୍ୟବସ୍ଥା ନାହିଁ। ଏହି ପଦରେ ଯିଏ ଶପଥଗ୍ରହଣ କରନ୍ତି ସେମାନେ କେବଳ ମନ୍ତ୍ରୀଭାବେ ଶପଥପାଠ କରିଥାନ୍ତି। ତେଣୁ ଉପ-ମୁଖ୍ୟମନ୍ତ୍ରୀ ବା ଉପ- ପ୍ରଧାନମନ୍ତ୍ରୀ ପଦ ଏକ ରାଜନୈତିକ ଥଇଥାନର ଚତୁର ପ୍ରୟାସ, ଯାହା ଦଳ ବା ସରକାରର ଭାରସାମ୍ୟ ରକ୍ଷାରେ ସହାୟକ ହେବାସହ ଭୋଟ ରଣନୀତିକୁ କ୍ରିୟାନ୍ବିତ କରିଥାଏ।
ଆନ୍ଧ୍ର ପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀ ଜଗନ୍‌ମୋହନ ରେଡ୍ଡୀ ତାଙ୍କ ସରକାରରେ ପାଞ୍ଚଜଣ ଉପ-ମୁଖ୍ୟମନ୍ତ୍ରୀ ପଦ ସୃଷ୍ଟିକରି ଦେଶର ଇତିହାସରେ ଏକ ରେକର୍ଡ ସୃଷ୍ଟି କରିଛନ୍ତି। ଯେଉଁ ସବୁବର୍ଗ ଐତିହାସିକ ଓ ଅନ୍ୟାନ୍ୟ କାରଣରୁ ଅନଗ୍ରସର, ପଛୁଆ, ସଂଖ୍ୟାଲଘୁ ଏବଂ ସଂରକ୍ଷିତ ବର୍ଗର ଅଥବା ସ୍ବତନ୍ତ୍ର ରାଜନୈତିକ ମର୍ଯ୍ୟାଦା ଦାବି କରୁଛନ୍ତି ସେମାନଙ୍କୁ ସନ୍ତୁଷ୍ଟ କରିବାକୁ ଜଗନ୍‌ ଏଭଳି ପ୍ରୟାସ କରିଛନ୍ତି। ବିଧାନସଭାର ମୋଟ ୧୭୫ ଆସନ ମଧ୍ୟରୁ ଜଗନ୍‌ଙ୍କ ୱାଇଏସ୍‌ଆର୍‌ କଂଗ୍ରେସ ଦଳକୁ ୧୫୧ ଆସନ ମିଳିଛି। ତାଙ୍କୁ ବିଭିନ୍ନ ବର୍ଗ ଓ ଅଞ୍ଚଳରୁ ଯେଉଁ ବିପୁୁଳ ଜନାଦେଶ ମିଳିଛି ତାହାକୁ ସମ୍ମାନ ଜଣାଇ ସେ ବିିଭିନ୍ନବର୍ଗଙ୍କ ପାଇଁ ପାଞ୍ଚଟି ଉପ-ମୁଖ୍ୟମନ୍ତ୍ରୀ ପଦ ସୃଷ୍ଟି କରିଛନ୍ତି। ଅନ୍ୟ ବିଚାରରୁ ଦେଖିଲେ ଜଣେଜଣେ ଉପ-ମୁଖ୍ୟମନ୍ତ୍ରୀଙ୍କ ଦାୟିତ୍ବରେ ୩୦ଜଣ ବିଧାୟକ ରହିବେ ଏବଂ ସେମାନଙ୍କ ଆପତ୍ତି ଅଭିଯୋଗ ଓ ଅସନ୍ତୋଷ ସହଜରେ ଦୂର ହୋଇପାରିବ। ବିଧାୟକଙ୍କ ମଧ୍ୟରେ ଅସନ୍ତୋଷ ଦୂରକରିବା ପାଇଁ ଏହା ଏକ ଭଲ କୌଶଳ।
ଜଗନ୍‌ଙ୍କ ଦ୍ବିତୀୟ ପ୍ରୟାସଟି ହେଲା ମନ୍ତ୍ରୀମାନଙ୍କ କାର୍ଯ୍ୟକାଳ ଅଢ଼େଇବର୍ଷିଆ କରିବା। ଏହାର ଅର୍ଥ ଆଶାୟୀ ବିଧାୟକମାନଙ୍କୁ ମନ୍ତ୍ରୀ ପଦ ମିଳିପାରିବ ଓ ସେମାନେ ଥଇଥାନ ହେବେ। ଏହା ମଧ୍ୟ ଏକ ‘ଗାଜର ଓ ଠେଙ୍ଗା’ ନୀତି। ଆମ ବ୍ୟବସ୍ଥାରେ ମନ୍ତ୍ରୀ ପଦ ବିଧାୟକମାନଙ୍କ ପାଇଁ ସବୁଠୁ ବଡ଼ ଆକର୍ଷଣ। ଆହୁରି ବଡ଼ ଆକର୍ଷଣ ହେଲା ଉପ-ମୁଖ୍ୟମନ୍ତ୍ରୀ ପଦ ପାଇବା। ତେଣୁ ସେ ନିଜର ବିଧାୟକମାନଙ୍କୁୁ ଉତ୍ତମରୂପରେ ବାନ୍ଧି ରଖିବାକୁ ଏହି ନୂଆ କୌଶଳ ଅବଲମ୍ବନ କରିଥିବା ସ୍ପଷ୍ଟ। ରାଜନୀତି ଭଳି ସରକାର ଗଠନ ଓ ଦଳ ପରିଚାଳନାରେ ବୁଦ୍ଧି ଏବଂ କୌଶଳର ଯଥେଷ୍ଟ ଆବଶ୍ୟକତା ରହିଛି। ଅାଳଙ୍କାରିକ ପଦ, ପାହ୍ୟା ଅନେକ ଲୋକପ୍ରତିନିଧିଙ୍କ ପାଇଁ ବଡ଼ ଆକର୍ଷଣ। ଏହାକୁ ନେଇ ସେମାନେ ଖୁସି ହୁଅନ୍ତି ଏବଂ ସେମାନଙ୍କ ନିର୍ବାଚକମାନେ ଗର୍ବ ଅନୁଭବ କରନ୍ତି। ତେବେ ସବୁଠୁ ବଡ଼କଥା ହେଉଛି ଶୁଖିଲା, କ୍ଷମତାହୀନ ଉପ-ମୁଖ୍ୟମନ୍ତ୍ରୀ ପଦରେ ନିର୍ଦିଷ୍ଟ ବର୍ଗ, ସମୁଦାୟ ଓ ଅଞ୍ଚଳର ଆଶା ଆକାଙ୍‌କ୍ଷା ବାସ୍ତବରେ ପୂରଣ ହେବ ତ? ଏହାକୁ ଲଲିପପ୍‌ ରାଜନୀତି କହିଲେ ଭୁଲ୍‌ ହେବନାହିଁ।

Hot this week

ଆଇନଶୃଙ୍ଖଳା ବଜାୟ ରଖ: କେଭି

ମାଲକାନଗିରି : ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ବୈଠକ ଶେଷ ହୋଇଛି। ପର୍ଯ୍ୟାୟକ୍ରମେ ଦୁଇ...

ପାକିସ୍ତାନକୁ ଏଫ-୧୬ ଯୁଦ୍ଧ ବିମାନର ପ୍ରଯୁକ୍ତିବିଦ୍ୟା ବିକିବ ଆମେରିକା

ସମାଜ ଲାଇଭ ଡ଼େସ୍କ : ଯୁକ୍ତରାଷ୍ଟ୍ର ଆମେରିକା ପାକିସ୍ତାନକୁ ଏଫ-୧୬ ଯୁଦ୍ଧ...

ଥରୁଛି ସାରା ଓଡିଶା : ୧୦ ଡିଗ୍ରୀ ତଳେ ୧୬ ସହର

ଭୁବନେଶ୍ଵର : ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ୧୦ ଡିଗ୍ରୀ...

ବସ୍‌-ବାଇକ୍ ଧକ୍କା : ଦୁଇ ଛାତ୍ର ମୃତ

ପଦ୍ମପୁର: ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ପାଲୁପାଇ ନିକଟରେ ବସ୍- ବାଇକ୍...

ଗୋଆ ଅଗ୍ନିକାଣ୍ଡ : ମାଲିକ ଲୁଥ୍ରା ଭ୍ରାତାଙ୍କୁ ଅଟକ ରଖିଛି ଥାଇଲାଣ୍ଡ ପୁଲିସ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories