www.samajalive.in
Monday, December 15, 2025
24.1 C
Bhubaneswar

ଭାଇଭଉଣୀଙ୍କୁ ବିକାଶ ଦିଶୁନି… ନାଁ ନ ନେଇ ରାହୁଲ, ପ୍ରିୟଙ୍କାଙ୍କୁ ସମାଲୋଚନା କଲେ ନଡ୍ଡା

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସକୁ କଡ଼ା ସମାଲୋଚନା କରିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା। ବିଜେପି ସଦସ୍ୟତା ଅଭିଯାନରେ ଯୋଗଦେଇ ନଡ୍ଡା କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଏବଂ ତାଙ୍କ ଭଉଣୀ ତଥା କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀଙ୍କୁ କଟାକ୍ଷ କରିଥିଲେ। ରାହୁଲ ଓ ପ୍ରିୟଙ୍କାଙ୍କ ନାଁ ନ ନେଇ ବର୍ଷିଥିଲେ ନଡ୍ଡା। ନଡ୍ଡା କହିଥିଲେ, ମୋଦୀଙ୍କ ନେତୃତ୍ଵରେ ଭାରତର ବିକାଶ ହୋଇଛି। ଦେଶର ଅର୍ଥନିତୀ ସୁଦୃଢ଼ ହୋଇଛି। ଭାରତ ବିଶ୍ଵର ୫ମ ବୃହତ୍ତମ ଅର୍ଥନୀତି ଭାବେ ଉଭା ହୋଇଥିବାବେଳେ ଖୁବଶୀଘ୍ର ୩ୟ ବୃହତ ଅର୍ଥନୀତିରେ ପରିଣତ ହେବାକୁ ଯାଉଛି। କିନ୍ତୁ ଭାଇଭଉଣୀଙ୍କ ଦେଶର ବିକାଶ ଦେଖାଯାଉନାହିଁ। ସେମାନେ ସବୁବେଳେ ପୁରୁଣା ଢଙ୍ଗରେ ବେକାରୀ, ଗରିବ ସମସ୍ୟାକୁ ପ୍ରସଙ୍ଗ କରୁଛନ୍ତି।

ନଡ୍ଡା ଆହୁରି କହିଥିଲେ, ପାକିସ୍ତାନ, ଇରାନ ଏବଂ ବାଂଲାଦେଶ ଭଳି ରାଷ୍ଟ୍ରରେ ତିନି ତଲାକ ବ୍ୟବସ୍ଥା ନାହିଁ। କିନ୍ତୁ ଭାରତରେ ଧର୍ମନିରପେକ୍ଷତା ନାଁରେ ଦୀର୍ଘବର୍ଷ ଧରି ତିନି ତଲାକ ଚାଲିଆସିଥିଲା। ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦୀ ଦାୟିତ୍ଵ ନେବା ପରେ ମୁସଲମାନ ଭାଇଭଉଣୀଙ୍କ ସମସ୍ୟା ସମାଧାନ ହୋଇଛି। ତିନି ତଲାକ ବ୍ୟବସ୍ଥା ଉଚ୍ଛେଦ କରାଯାଇଛି।

Hot this week

ମାଲକାନଗିରିରେ ସ୍ଵାଭାବିକ ହେଲା ଇଣ୍ଟରନେଟ୍

ମାଲକାନଗିରି: ମାଲକାନଗିରିରେ ହିଂସାର ୮ ଦିନ ପରେ ସ୍ଵାଭାବିକ ହେଲା...

ବୈଜୟନ୍ତ ପଣ୍ଡାଙ୍କୁ ଆସାମ ନିର୍ବାଚନ ଦାୟିତ୍ଵ

ସମାଜ ଲାଇଭ ଡ଼େସ୍କ : କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ପୁଣି...

କେନାଲ ଖୋଳକୁ ନେଇ ଉତ୍ତେଜନା: ପୁଲିସ ସହ ଧସ୍ତାଧସ୍ତି

ବ୍ରହ୍ମଗିରି: ବ୍ରହ୍ମଗିରି ହରିଦାସ ଗାଁରେ କେନାଲ ଖୋଳାକୁ ନେଇ ପ୍ରବଳ ଉତ୍ତେଜନା...

ନିଷ୍ପତ୍ତି ଉପରେ ଆଉ ଥରେ ବିଚାର କରିବା ଉଚିତ- ନରସିଂହ ମିଶ୍ର

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ ବହିଷ୍କୃତ...

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

Related Articles

Popular Categories