ପାକିସ୍ତାନକୁ ଗୁପ୍ତ ତଥ୍ୟ ଦେଉଥିଲେ; ଗିରଫ ହେଲେ ଆଇଟିଆର ବରିଷ୍ଠ ଅଧିକାରୀ

ବାଲେଶ୍ୱର: ପୁଣି ଲିକ୍‌ ହେଲା ସମ୍ବେଦନଶୀଳ ପ୍ରତିରକ୍ଷା ତଥ୍ୟ। ପାକିସ୍ତାନକୁ ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ରର ଗୁପ୍ତ ତଥ୍ୟ ଦେବା ଅଭିଯୋଗରେ ଜଣଙ୍କୁ ଗିରଫ କରିଛି ବାଲେଶ୍ବର ପୁଲିସ। ଗିରଫ ବ୍ୟକ୍ତି ସଂସ୍ଥାର ଜଣେ ବରିଷ୍ଠ ଟେକ୍ନିକାଲ ଅଧିକାରୀ ବୋଲି ଜଣାପଡ଼ିଛି। ଏନେଇ ଆଇଜି ହିମାଂଶୁ ଲାଲ ଓ ଏସପି ସାଗରିକା ନାଥ ଶୁକ୍ରବାର ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ଦେଇଛନ୍ତି। ଅଭିଯୁକ୍ତ ଜଣକ ଦୀର୍ଘ ବର୍ଷେ ପର୍ଯ୍ୟନ୍ତ ଭାରତର ପ୍ରତିରକ୍ଷା ସମ୍ପର୍କୀତ ତଥ୍ୟ ପାକିସ୍ତାନକୁ ଯୋଗାଇଥିଲା। ମୋବାଇଲ୍ ମାଧ୍ୟମରେ ସେ ତଥ୍ୟ ଲିକ୍ କରିଥିଲା। ହନିଟ୍ରାପ୍‌ ଜରିଆରେ ରାଓ୍ବଲପିଣ୍ଡିରୁ ଗୁପ୍ତ ତଥ୍ୟ ଆଦାୟ କରୁଥିଲା ପାକିସ୍ତାନ।

ସୂଚନାଯୋଗ୍ୟ, ଏହା ପୂର୍ବରୁ ୨୦୨୧ରେ ହନିଟ୍ରାପ ଜରିଆରେ ତଥ୍ୟ ପ୍ରଘଟ ମାଲଲାରେ ୫ ଜଣଙ୍କୁ ଗିରଫ କରିଥିଲା ପୁଲିସ।

Comments are closed.