ନୂଆଦିଲ୍ଲୀ: କରୋନା ମୁକାବିଲା ପାଇଁ ଟିକା ପ୍ରସ୍ତୁତିରେ ବିଭିନ୍ନ ଦେଶର ବୖଜ୍ଞାନିକ ଲାଗିପଡିଥିବା ବେଳେ ଇସ୍ରାଏଲ ଏଥିରେ ସଫଳ ହୋଇଥିବା ଦାବି କରିଛି। ଦେଶର ପ୍ରତିରାକ୍ଷା ମନ୍ତ୍ରୀ ନାଫତାଲି ବେନେଟ ଏହି ସୂଚନା ଦେଇଛନ୍ତି। ଇସ୍ରାଏଲ ଇନିଷ୍ଟିଚ୍ୟୁଟ ଅଫ ବାୟୋଲୋଜିକାଲ ରିଚର୍ସ (ଆଇଆଇବିଆର) ଏହି ଆଣ୍ଟିବଡି ଭାକ୍ସିନ ପ୍ରସ୍ତୁତି କରିଛି। ଯାହା ଶରୀରରେ କରୋନା ଭାଇରସକୁ ମାରିଦେବ ବୋଲି ସୂଚନା ଦିଆଯାଇଛି। ଭାକ୍ସିନ ଉତ୍ପାଦନ ପାଇଁ ୟେରୁହାମ ସହରରେ ପ୍ରତିଷ୍ଠାନ କରାଯାଉଛି। ଆଇଆଇବିଆର ସହ ଇଣ୍ଟରନ୍ୟାସନାଲ ଫାର୍ମାସ୍ୟୁଟିକାଲ କମ୍ପାନୀ ମିଳିତ ଭାବେ ଭାକ୍ସିନ ଉତ୍ପାଦନ କରିବେ ବୋଲି କୁହାଯାଇଛି।
ଅନ୍ୟପକ୍ଷରେ ଆଉ ଗୋଟିଏ ଆନ୍ତର୍ଜାତୀୟ କମ୍ପାନୀ ଏହି ପ୍ରକ୍ରିୟାରେ ସାମିଲ ହେବେ ବୋଲି ଆଶା କରାଯାଉଛି। ଯେଉଁଥିରେ ଆମେରିକା ଓ ଭାରତର କମ୍ପାନୀ ରହିଛନ୍ତି। ସରକାରଙ୍କ ଅନୁମୋଦନ ପରେ ଉତ୍ପାଦନ ଆରମ୍ଭ ହୋଇଯିବ ବୋଲି ଆଇଆଇବିଆର ଆଶା ପ୍ରକଟ କରିଛି।



