www.samajalive.in
Monday, December 15, 2025
16.1 C
Bhubaneswar

ଭାରତରେ ପରୀକ୍ଷଣ ପର୍ଯ୍ୟାୟରେ କରୋନା ଟିକା

ନୂଆଦିଲ୍ଲୀ: ମହାମାରୀ କରୋନାର ମୁକାବିଲା ପାଇଁ ବିଶ୍ୱର ଅଧିକାଂଶ ଦେଶ ଟିକା ପ୍ରସ୍ତୁତି ଚେଷ୍ଟାରେ ଲାଗି ପଡିଥିବା ବେଳେ ଭାରତ ମଧ୍ୟ ଏଥିରେ ପଛରେ ପଡିନି। ଭରତରେ ବିଭିନ୍ନ ସଂସ୍ଥା ପକ୍ଷରୁ ଏ ନେଇ ପ୍ରସ୍ତୁତି ଚାଲିଛି। କିଛି ସଂସ୍ଥାର ଟିକା ପରୀକ୍ଷଣ ପର୍ଯ୍ୟାୟରେ ପହଞ୍ଚିଛି ବୋଲି ଜଣାପଡିଛି। ଏ ନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। କରୋନା ଟିକା ପ୍ରସ୍ତୁତି ପାଇଁ ଗଠନ କରାଯାଇଥିବା ଟାସ୍କଫୋର୍ସ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଧ୍ୟକ୍ଷତା କରି ସ୍ଥିତି ସମୀକ୍ଷା କରିଥିଲେ। ଟିକା ଉପରେ ଗବେଷଣା, ପ୍ରସ୍ତୁତି ତଥା କେତେକ କ୍ଷେତ୍ରରେ ପରୀକ୍ଷଣ ପର୍ଯ୍ୟାୟରେ ଥିବା ବୈଠକରେ ସୂଚନା ଦିଆଯାଇଛି।

- Advertisement -

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଦ୍ୱାରା ପ୍ରକାଶିତ ଏକ ବିବୃତ୍ତି ଅନୁଯାୟୀ, ଭାରତୀୟ ଟିକା କମ୍ପାନୀଗୁଡିକ ପ୍ରାରମ୍ଭିକ ପର୍ଯ୍ୟାୟ ଟିକା ବିକାଶ ଅନୁସନ୍ଧାନରେ ସଫଳ ଭାବରେ ଆଗକୁ ଆସିଛନ୍ତି। ଏବେ ୩୦ରୁ ଅଧିକ ଭାରତୀୟ ଟିକା ବିକାଶ ପର୍ଯ୍ୟାୟରେ ଅଛି ଏବଂ ସେଥିମଧ୍ୟରୁ ଅଳ୍ପ କେତୋଟି ପ୍ରାଥମିକ ପରୀକ୍ଷା ପର୍ଯ୍ୟାୟକୁ ଯାଉଛି। ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତୀୟ ବୈଜ୍ଞାନିକମାନେ ମୌଳିକତା ଠାରୁ ଆରମ୍ଭ କରି ପ୍ରାୟୋଗିକ ବିଜ୍ଞାନ ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ଏକାଠି ହୋଇଛନ୍ତି ଏବଂ ଏହି ଉଦ୍ଦେଶ୍ୟ ଆମକୁ ନିଶ୍ଚୟ ଆଗକୁ ନେବ।

Hot this week

ଧର୍ମଶାଳା ଗଣ୍ଡଗୋଳ ; କାର୍ଯ୍ୟାନୁଷ୍ଠାନ ଦାବି କଲେ ନବୀନ

ସମାଜ ଲାଇଭ ଡ଼େସ୍କ : ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ...

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

Related Articles

Popular Categories