ଅଟକ ବ୍ରିଟିଶ ଜାହାଜରୁ ୯ ଭାରତୀୟ ମୁକ୍ତ
ନୂଆଦିଲ୍ଲୀ: ଇରାନ ଦ୍ବାରା ଅଟକ ବ୍ରିଟିଶ ଜାହାଜରୁ ୯ଜଣ ଭାରତୀୟ ମୁକ୍ତ ହୋଇଛନ୍ତି। ଏମ୍ଟି ରିୟା ନାମକ ଜାହାଜରେ ଥିବା ୧୨ଜଣଙ୍କ ମଧ୍ୟରୁ ଏହି ୯ଜଣ ମୁକ୍ତ ହୋଇଥିବାବେଳେ ଷ୍ଟୋନା ଇମ୍ପେରୋ ଜାହାଜରେ ଥିବା ୧୮ ଭାରତୀୟଙ୍କୁ ମିଶାଇ ଆହୁରି ୨୧ଜଣ ମୁକ୍ତି ଅପେକ୍ଷାରେ ରହିଛନ୍ତି। ତେହେରାନ୍ସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ ସେମାନଙ୍କ ସହିତ ଯୋଗାଯୋଗ କରାଯାଇଥିବା ଗୁରୁବାର ବେଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ରବିଶ କୁମାର ସୂଚନା ଦେଇଥିଲେ।
ଇରାନ୍ ସେନା ‘ରିଭୋଲୁସନାରି ଗାର୍ଡ’ର ଯବାନମାନେ ଆନ୍ତର୍ଜାତିକ ଜଳସୀମା ଉଲ୍ଲଙ୍ଘନ ଅଭିଯୋଗରେ ହର୍ମୋଜ ପ୍ରଣାଳୀରୁ ଗତ ସପ୍ତାହରେ ସେହି ବ୍ରିଟିଶ ଜାହାଜକୁ ଜବତ କରିଥିଲେ। ସ୍ପେନ୍ ଉପକୂଳରେ ବ୍ରିଟିଶ ଓ ଜିବ୍ରାଲଟର ପୁଲିସ ଦ୍ବାରା ଅଟକଥିବା ଇରାନର ତୈଳବାହୀ ଜାହାଜ ‘ଗ୍ରେସ୍-୧’ରେ ୨୪ ଭାରତୀୟ ରହିଥିବା ସ୍ଥାନୀୟ ପୁଲିସ ସୂଚନା ଦେଇଛି। ସେମାନଙ୍କ ଉଦ୍ଧାର ପାଇଁ ଭାରତ ସରକାର ସମସ୍ତ ପ୍ରଯତ୍ନ କରୁଥିବା ରବିଶ କୁମାର କହିଛନ୍ତି।
Comments are closed.