www.samajalive.in
Monday, December 8, 2025
14.1 C
Bhubaneswar

ଆଇପିଏଲ୍‌-୨୦୨୧ : ଆଜି ବାଙ୍ଗାଲୋର ଓ କଲକାତା ମଧ୍ୟରେ ମୁକାବିଲା

ଅହମ୍ମଦାବାଦ୍‌ : ଆଇପିଏଲ୍‌ରେ ସୋମବାର ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ କଲକାତା ନାଇଟ୍‌ ରାଇଡର୍ସ ମୁହାଁମୁହିଁ ହେବେ। ଇଓନ ମୋର୍ଗାନଙ୍କ ନେତୃତ୍ବାଧିନ କଲକାତା ନାଇଟ୍‌ ରାଇଡର୍ସ ପ୍ରଥମ ରାଉଣ୍ଡ ମ୍ୟାଚରେ ବାଙ୍ଗାଲୋର ନିକଟରୁ ପରାଜିତ ହୋଇଥିବା ବେଳେ ୨ୟ ରାଉଣ୍ଡରେ ଏହାର ପ୍ରତିଶୋଧ ଲକ୍ଷ୍ୟ ରଖିଛି। ଅନ୍ୟପକ୍ଷରେ ଶେଷ ମ୍ୟାଚରେ ପରାଜିତ ହୋଇଥିବା ବିରାଟ କୋହଲିଙ୍କ ନେତୃତ୍ବାଧିନ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିଜୟଧାରାକୁ ଫେରିବାର ଲକ୍ଷ୍ୟ ରଖିଛି।
କଲକାତା ନାଇଟ୍‌ ରାଇଡର୍ସ ୭ଟି ମ୍ୟାଚରୁ ୨ଟି ବିଜୟ ଓ ୫ଟି ପରାଜୟ ସହ ୪ ପଏଣ୍ଟ ପାଇଥିବାବେଳେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ସମାନ ସଂଖ୍ୟକ ମ୍ୟାଚ୍‌ ଖେଳି ୫ଟି ବିଜୟ ଓ ୨ଟି ପରାଜୟ ସହ ୧୦ ପଏଣ୍ଟ ପାଇଛି। ଉଭୟ ଦଳ ମଧ୍ୟରେ ପ୍ରଥମ ରାଉଣ୍ଡ ମ୍ୟାଚରେ ବାଙ୍ଗାଲୋର ୩୮ ରନରେ ବିଜୟୀ ହୋଇଥିଲା। ଏବି ଡି’ଭିଲିଅର୍ସ ଓ ଗ୍ଲେନ୍‌ ମ୍ୟାକ୍ସୱେଲଙ୍କ ଅର୍ଦ୍ଧଶତକ ବଳରେ ବାଙ୍ଗାଲୋର ବିଶାଳ ୨୦୪ ରନ କରିଥିଲା। କଲକାତା ୧୬୬ ରନ କରିବାକୁ ସକ୍ଷମ ହୋଇଥିଲା। ଉକ୍ତ ମ୍ୟାଚରେ କଲକାତା ଉଭୟ ବ୍ୟାଟିଂ ଓ ବୋଲିଂରେ ବିଫଳ ହୋଇଥିଲା। ବାଙ୍ଗାଲୋର ଶେଷ ମ୍ୟାଚରେ ପଞ୍ଜାବ କିଙ୍ଗ୍‌ସ ନିକଟରୁ ପରାଜିତ ହୋଇଥିଲା। ଓପନର ଦେବଦତ୍ତ ପାଡ଼ିକଲ, ବିରାଟ କୋହଲି, ରଜତ ପଟିଦାର, ଗ୍ଲେନ ମ୍ୟାକ୍ସୱେଲ ଓ ଏବି ଡି’ଭିଲିଅର୍ସଙ୍କ ଉପରେ ବ୍ୟାଟିଂ ନିର୍ଭର କରୁଥିବାବେଳେ ବୋଲିଂ ବିଭାଗରେ ହର୍ଷଲ ପଟେଲ, ମହମ୍ମଦ ସିରାଜ୍‌ ଓ ଯୁଜୁବେନ୍ଦ୍ର ଚହଲ ଦାୟିତ୍ବ ସମ୍ଭାଳୁଛନ୍ତି। ୨ୟ ରାଉଣ୍ଡରେ ଦଳ ବ୍ୟାଟିଂ ଓ ବୋଲିଂ ବିଭାଗକୁ ସୁଧାରି ବିଜୟଧାରାକୁ ଫେରିବା ନେଇ ଲକ୍ଷ୍ୟରଖିଛି। ଅନ୍ୟପକ୍ଷରେ କଲକାତା ନାଇଟ୍‌ ରାଇଡର୍ସ ପ୍ରଥମ ପର୍ଯ୍ୟାୟରେ ଦୟନୀୟ ପ୍ରଦର୍ଶନ କରିଛି। ପ୍ଲେଅଫ୍‌କୁ ଉନ୍ନୀତ ହେବାକୁ ହେଲେ ଦଳକୁ ୨ୟ ରାଉଣ୍ଡରେ ଭଲ ପ୍ରଦର୍ଶନର ଆବଶ୍ୟକତା ରହିଛି। ବ୍ୟାଟିଂରେ ନୀତୀଶ ରାଣା, ଶୁବମାନ ଗିଲ୍‌, ଇଓନ ମୋର୍ଗାନ, ଦିନେଶ କାର୍ତ୍ତିକ, ରାହୁଲ ତ୍ରିପାଠୀ ରହିଛନ୍ତି। ରସେଲ ମଧ୍ୟ ବଡ ଇନିଂସ ଖେଳିବାରେ ଏପର୍ୟ୍ୟନ୍ତ ବିଫଳ ହୋଇଛନ୍ତି। ବୋଲିଂ ବିଭାଗରେ ମଧ୍ୟ ପ୍ୟାଟ୍‌ କମିନ୍‌ସ, ଶିବମ୍‌ ମାଭି, ବରୁଣ ଚକ୍ରବର୍ତ୍ତୀ, ପ୍ରସିଦ୍ଧ କ୍ରିଷ୍ଣା ପ୍ରଭାବୀ ପ୍ରଦର୍ଶନ କରିବାରେ ବିଫଳ ହେଉଛନ୍ତି। ଶେଷ ମ୍ୟାଚରେ ଦଳ ଦିଲ୍ଲୀ କ୍ୟାପିଟାଲ୍‌ସ ନିକଟରୁ ୭ ୱିକେଟରେ ପରାଜିତ ହୋଇଥିଲା। ତେଣୁ ବିଜୟର ଲକ୍ଷ୍ୟରଖିଛି ମୋର୍ଗାନ ବାହିନୀ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories