www.samajalive.in
Monday, December 15, 2025
24.1 C
Bhubaneswar

କୋହଲିଙ୍କ ୯୦ ରନ୍, ଚେନ୍ନଇକୁ ହରାଇଲା ବାଙ୍ଗାଲୋର

ଦୁବାଇ: ଚଳିତ ଆଇପିଏଲର ଶନିବାର ଅନୁଷ୍ଠିତ ୨ୟ ମ୍ୟାଚରେ ବିଜୟୀ ହୋଇଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର। ଅଧିନାୟକ ବିରାଟ କୋହଲିଙ୍କ ଦର୍ଶନୀୟ ଅପରାଜିତ ୯୦ ବଳରେ ମହେନ୍ଦ୍ର ସିଂହ ଧୋନିଙ୍କ ଚେନ୍ନଇ ସୁପର କିଙ୍ଗ୍ସକୁ ୩୭ ରନରେ ଆର୍ସିବି ପରାସ୍ତ କରିଛି। କୋହଲିଙ୍କ ଇନିଂସ ବଳରେ ପ୍ରଥମେ ବ୍ୟାଟିଂ କରିଥିବା ଆର୍ସିବି ୪ ୱିକେଟ ହରାଇ ୧୬୯ ରନ୍ କରି ପାରିଥିଲା। ୧୭୦ ରନ୍ ଲକ୍ଷ୍ୟରେ ସିଏସ୍କେ ୮ ୱିକେଟ୍ ହରାଇ ୧୩୨ ରନ୍ କରି ପାରିଥିଲା। ଏହି ବିଜୟ ସହ ଆର୍ସିବି ୬ଷ୍ଠ ମ୍ୟାଚରେ ୪ର୍ଥ ବିଜୟ ହାସଲ କରିଛି। ଅନ୍ୟ ପକ୍ଷରେ ୭ମ ମ୍ୟାଚରେ ସିଏସ୍କେ ୫ମ ପରାଜୟ ଭୋଗିଛି।

ଟସ୍ ଜିତି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବ୍ୟାଟିଂ କରିଥିଲା। ଆର୍ସିବି ସହଳ ତା’ର ଓପ୍ନର ଆରୋନ୍ ଫିଞ୍ଚ୍ (୨)ଙ୍କୁ ହରାଇଥିଲା। ୬ ଓଭରର ପାୱରପ୍ଲେରେ ଆର୍ସିବି ୩୬ ରନ୍ କରିଥିଲା। ପରେ ଓପ୍ନର ଦେବଦତ୍ତ ପାଡିକଲ ଓ ଅଧିନାୟକ ବିରାଟ କୋହଲି ଚମତ୍କାର ଭାଗିଦାରୀ କରିଥିଲେ। ଦୁହେଁ ୨ୟ ୱିକେଟ ପାଇଁ ୫୩ ରନ୍ ଯୋଡ଼ିବା ପରେ ପାଡିକଲ ଆଉଟ ହୋଇଥିଲେ। ବାମହାତି ପାଡିକଲ ୩୪ ବଲରୁ ଗୋଟିଏ ଛକା ଓ ୨ଟି ଚୌକା ସହ ୩୩ ରନ୍ କରିଥିଲେ। ତାରକା ବ୍ୟାଟ୍ସମ୍ୟାନ୍ ଏବି ଡି’ଭିଲିଅର୍ସ ବିନା ସ୍କୋରରେ ଆଉଟ ହୋଇଥିଲେ। ୱାଶିଂଟନ୍ ସୁନ୍ଦର ୧୦ ବଲରେ ୧୦ ରନ୍ କରିଥିଲେ। ପରେ ଶିବମ୍ ଦୁବେଙ୍କ ସହ ମିଶି ଆକ୍ରମଣ କରିଥିଲେ ବିରାଟ କୋହଲି। ୩୯ଟି ବଲରେ କୋହଲି ଚଳିତ ସଂସ୍କରଣରେ ତାଙ୍କର ୨ୟ ଅର୍ଦ୍ଧଶତକ ପୂରଣ କରିଥିଲେ। ୧୬ ଓଭରରେ ଆର୍ସିବି ୧୦୩ ରନ୍ କରିଥିବା ବେଳେ ଶେଷ ୪ ଓଭରରୁ ୬୬ ରନ୍ ଆସିଥିଲା। ୩୫ ବଲରୁ ୪୪ ରନ୍ କରିଥିବା କୋହଲି ତାଙ୍କର ଶେଷ ୧୭ ବଲରୁ ୪୬ ରନ୍ ନେଇଥିଲେ। କୋହଲି ୫୨ ବଲରେ ୪ଟି ଲେଖାଏଁ ଛକା ଓ ଚୌକା ସହ ୯୦ ରନ କରି ଅପରାଜିତ ଥିଲେ। ଶିବମ୍ ଦୁବେ ୧୪ ବଲରେ ଗୋଟିଏ ଛକା ଓ ୨ଟି ଚୌକା ସହ ୨୨ ରନ କରି ଅପରାଜିତ ଥିଲେ। ସାର୍ଦ୍ଦୁଳ ଠାକୁର ୨ଟି ୱିକେଟ ପାଇଥିଲେ।

- Advertisement -

୧୭୦ ରନ୍ ଲକ୍ଷ୍ୟରେ ଚେନ୍ନଇ ସୁପର କିଙ୍ଗ୍ସ ବିପର୍ୟ୍ୟୟ ସହ ଇନିଂସ ଆରମ୍ଭ କରିଥିଲା। ୬ଷ୍ଠ ଓଭରରେ ସ୍କୋର୍ ୨୫ ରନ୍ ହୋଇଥିବା ବେଳେ ସିଏସ୍କେ ତା’ର ଦୁଇ ସଫଳ ଓପ୍ନରଙ୍କୁ ହରାଇଥିଲା। ଫାଫ୍ ଡୁ ପ୍ଲେସି ୮ ଓ ସେନ୍ ୱାଟ୍ସନ ୧୪ ରନରେ ଆଉଟ ହୋଇଥିଲେ। ପରେ ଅମ୍ବତି ରାୟୁଡୁ ଓ ନବାଗତ ଏନ୍. ଜଗଦ୍ଦୀଶନ୍ ଜଗିରଖି ଖେଳିଥିଲେ। ଫଳରେ ୧୨ ଓଭରରେ ମାତ୍ର ୬୩ ରନ୍ ହୋଇଥିବା ବେଳେ ଶେଷ ୮ ଓଭରରୁ ୧୦୭ ରନ୍ ଆବଶ୍ୟକ ଥିଲା। ୩ୟ ୱିକେଟ ପାଇଁ ୬୪ ରନର ଭାଗିଦାରୀ ପରେ ଜଗଦ୍ଦୀଶନ୍ ଆଉଟ ହୋଇଥିଲେ। ତାମିଲନାଡ଼ୁର ଜଗଦ୍ଦୀଶନ୍ ୨୮ ବଲରେ ୪ଟି ଚୌକା ସହ ୩୩ ରନ୍ କରିଥିଲେ। ଚେନ୍ନଇ ପାଇଁ ଶକ୍ତ ଧକ୍କା ଥିଲା ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଜଲ୍ଦି ଆଉଟ ହୋଇଯିବା। ଧୋନି ୬ ବଲରେ ୧୦ ରନ୍ କରିଥିଲେ। ସାମ୍ କରନ୍ ପ୍ରଥମ ବଲରେ ଆଉଟ ହୋଇଥିଲେ। ଅମ୍ବତି ରାୟୁଡୁ ୧୮ଶ ଓଭରରେ ଆଉଟ ହେବା ସିଏସ୍କେ ପାଇଁ ବଡ଼ ଧକ୍କା ଥିଲା। ରାୟୁଡୁ ୪୦ ବଲ୍ରୁ ୪ଟି ଚୌକା ସହ ୪୨ ରନ୍ କରିଥିଲେ। ଡ୍ୱେନ୍ ବ୍ରାଭୋ ଓ ରବୀନ୍ଦ୍ର ଜାଡ଼େଜା ୭ ରନ୍ ଲେଖାଏଁ କରିଥିଲେ। କ୍ରିସ୍ ମରିସ୍ ୩ଟି ଓ ୱାଶିଂଟନ ସୁନ୍ଦର ୨ଟି ୱିକେଟ ନେଇଥିଲେ।

Hot this week

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

ସମ୍ପାଦକୀୟ : ସଲ୍ଟଲେକ୍‌ ଦୁଃଖ

ନିୟମ ସମସ୍ତଙ୍କ ପାଇଁ ସମାନ କଲକାତାର ସଲ୍ଟଲେକ୍ ଷ୍ଟାଡିୟମରେ ବିଶ୍ୱର ମହାନ ଫୁଟବଲ...

ରାତିରେ ସ୍ଵେଟର କିମ୍ବା ଜ୍ୟାକେଟ୍ ପିନ୍ଧି ଶୋଉଛନ୍ତି କି….

ନୂଆଦିଲ୍ଲୀ: ବର୍ତ୍ତମାନ୍ ଶୀତ ଦିନ ଚାଲିଛି। ସାରା ଦେଶରେ ଶୀତ ଲହରୀ...

ଶୁକ୍ର ନକ୍ଷତ୍ର ପରିବର୍ତ୍ତନ: ବର୍ଷ ଶେଷରେ ତିନି ରାଶି ହେବେ ମାଲାମାଲ

ସମାଜ ଡିଜିଟାଲ ଡେସ୍କ: ସବୁଗ୍ରହ ମାନଙ୍କ ମଧ୍ୟରେ ଶୁକ୍ର ଗ୍ରହ ହେଉଛନ୍ତି...

Related Articles

Popular Categories