www.samajalive.in
Sunday, December 7, 2025
23.1 C
Bhubaneswar

ଆଜି ଦିଲ୍ଲୀ କ୍ୟାପିଟାଲ୍ସ-ରାଜସ୍ଥାନ ରୟାଲ୍ସ ଟକ୍କର

ନୂଆଦିଲ୍ଲୀ : ମଙ୍ଗଳବାର ୫୬ତମ ଆଇପିଏଲ ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ ଓ ରାଜସ୍ଥାନ ରୟାଲ୍ସ ମୁହାଁମୁହିଁ ହେବେ।  ୧୦ଟି ମ୍ୟାଚ୍‌ରୁ ୮ଟି ଜିତି ପଏଣ୍ଟ ଟେବୁଲର ୨ୟ ସ୍ଥାନରେ ଥିବା ରାଜସ୍ଥାନ ପ୍ରାୟତଃ ପ୍ଲେଅଫ୍‌ରେ ପହଞ୍ଚି ସାରିଛି। ତେବେ ଏଲିମିନେଟର ଖେଳିବା ଏଡ଼ାଇବା ପାଇଁ ରାଜସ୍ଥାନ ବାକି ୪ଟିରୁ ଅତିକମ୍‌ରେ ୨ଟି ମ୍ୟାଚ୍‌ ଜିତିବାର ପ୍ରୟାସ କରିବ। ଅନ୍ୟପକ୍ଷରେ ଟୁର୍ଣ୍ଣାମେଣ୍ଟର ସବୁଠାରୁ ପ୍ରଭାବଶାଳୀ ଦଳ ରାଜସ୍ଥାନକୁ ରୋକିବା ଲକ୍ଷ୍ୟରେ ଅଛି ଦିଲ୍ଲୀ। ୧୧ଟି ମ୍ୟାଚ୍‌ରୁ ମାତ୍ର ୫ଟି ଜିତିଥିବା ଦିଲ୍ଲୀ ପାଇଁ ଏହି ମ୍ୟାଚ୍‌ ଜିତିବା ଅତ୍ୟନ୍ତ ଜରୁରୀ ହୋଇପଡ଼ିଛି। ତେଣୁ ରାଜସ୍ଥାନ ଅପେକ୍ଷା ଦିଲ୍ଲୀ ଏହି ମ୍ୟାଚ୍‌ରେ ଚାପରେ ରହିବ। ମାର୍ଚ୍ଚ ୨୮ରେ ଉଭୟ ଦଳଙ୍କ ମଧ୍ୟରେ ଖେଳା ଯାଇଥିବା ମ୍ୟାଚ୍‌ରେ ୧୨ ରନ୍‌ରେ ରାଜସ୍ଥାନ ଜିତିଥିଲା। ରିୟାନ୍ ପରାଗ ଏହି ମ୍ୟାଚ୍‌ରେ ବିସ୍ଫୋରକ ଅପରାଜିତ ୮୪ ରନ୍‌ କରିଥିଲେ। ଉକ୍ତ ପରାଜୟର ପ୍ରତିଶୋଧ ନେଇ ପଏଣ୍ଟ ଟେବୁଲ୍‌ରେ ଉପରକୁ ଉଠିବା ଲକ୍ଷ୍ୟରେ ଦିଲ୍ଲୀ ଏହି ମାଚ୍‌ରେ ଖେଳିବ।

Hot this week

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

Related Articles

Popular Categories