www.samajalive.in
Monday, December 15, 2025
24.1 C
Bhubaneswar

ଆଇପିଏଲ୍‌: ମୁଲାନ୍‌ପୁରରେ ପ୍ରଥମ ୨ଟି ପ୍ଲେଅଫ୍; ଅହମ୍ମଦାବାଦରେ ଫାଇନାଲ ମ୍ୟାଚ୍

ମୁମ୍ବାଇ: ମଙ୍ଗଳବାର ଚିସିସିଆଇ ଆଇପିଏଲ୍‌ର ୪ଟି ପ୍ଲେଅଫ୍ ମ୍ୟାଚର ସ୍ଥାନ ଘୋଷଣା କରିଛି । ମୁଲାନ୍‌ପୁର ବା ନ୍ୟୁ ଚଣ୍ଡିଗଡ଼ ଓ ଅହମ୍ମଦାବାଦରେ ଏହି ୪ଟି ପ୍ଲେଅଫ୍ ମ୍ୟାଚ୍ ଖେଳାଯିବ। ଚଳିତମାସରେ ଭାରତ-ପାକ୍ ସାମରିକ ଉତ୍ତେଜନା ଯୋଗୁଁ ୮ ଦିନ ଲାଗି ଆଇପିଏଲ୍‌ ସ୍ଥଗିତ ହେବା ପରେ ଘୋଷିତ ଖେଳସୂଚୀରେ ୪ଟି ପ୍ଲେଅଫ୍ ମ୍ୟାନ୍‌ର ସ୍ଥାନ ଘୋଷଣା କରା ଯାଇନଥିଲା ।

ବିସିସିଆଇ ଘୋଷଣା କରିଛି ଯେ ଚଳିତମାସ ୨୯ରେ ମୁଲାନ୍‌ପୁରରେ କ୍ୱାଲିଫାୟର-୧ ମୁକାବିଲା ହେବ। ୩୦ରେ ମୁଲାନ୍‌ପୁରରେ ହିଁ ଏଲିମିନେଟର ମ୍ୟାଚ୍ ଖେଳାଯିବ। ଜୁନ୍ ୧ରେ ଅହମ୍ମଦାବାଦରେ କ୍ୱାଲିଫାୟର-୨ ଏବଂ ଜୁନ୍ ୩ରେ ଅହମ୍ମଦାବାଦରେ ଫାଇନାଲ ମ୍ୟାଚ୍ ଖେଳାଯିବ।

- Advertisement -

ପୂର୍ବରୁ ବିସିସିଆଇ ଘୋଷଣା କରିଥିଲା ଯେ କଲକାତାର ଇଡେନ୍ ଗାର୍ଡେନ୍‌ସରେ ଫାଇନାଲ ମ୍ୟାଚ୍ ଖେଳାଯିବ । ପୁଣି ପୂର୍ବ ଖେଳସୂଚୀରେ ହାଇଦରାବାଦରେ କ୍ୱାଲିଫାୟର-୧ ଓ ଏଲିମିନେଟର ଖେଳାଯିବ ବୋଲି ଘୋଷଣା କରାଯାଇଥିଲା । ଏହି ୨ଟି ମ୍ୟାଚ୍ ମୁଲାନ୍‌ପୁରକୁ ମିଳିଛି । ପୁଣି ବିସିସିଆଇ ମଧ୍ୟସ୍ଥ ଆଉ ଏକ ସୂତ୍ରରୁ ପ୍ରକାଶ ଯେ ହାଇଦରାବାଦର ଘରୋଇ ଦଳ ସନ୍‌ରାଇଜର୍ସ ସନ୍‌ରାଇଜର୍ସ ଓ କଲକାତାର ଘରୋଇ ଦଳ କେକେଆର୍ ପ୍ଲେଅଫରେ ପହଞ୍ଚି ନାହାନ୍ତି । ଅନ୍ୟପକ୍ଷରେ ମୁଳାନ୍‌ପୁରର ଘରୋଇ ଦଳ ପଞ୍ଜାବ କିଙ୍ଗସ ଓ ଅହମ୍ମଦାବାଦର ଘରୋଇ ଦଳ ଗୁଜରାଟ ଟାଇଟାନ୍ସ ପ୍ଲେଅଫ୍ ଖେଳିବାର ଥିବାରୁ ଉଭୟ ସହରକୁ ପ୍ଲେଅଫର ଆୟୋଜକ ଭାବେ ବଛାଯାଇଛି।

ଏଣେ ମେ’ ୨୩ରେ ହେବାକୁ ଥିବା ରୟାଲ ଚ୍ୟାଲେଞ୍ଜର୍ସ ଦେଙ୍ଗାଲୁରୁ (ଆର୍‌ସିବି) ର ଚୂଡ଼ାନ୍ତ ଘରୋଇ ମ୍ୟାଚ୍ ବର୍ଷା ଆଶଙ୍କା ଯୋଗୁଁ ଲକ୍ଷ୍ନୌକୁ ସ୍ଥାନାନ୍ତର କରାଯାଇଛି । ସନ୍‌ରାଇଜର୍ସ ହାଇଦରାବାଦ ବିପକ୍ଷରେ ଏହି ମ୍ୟାଚ୍ ଲକ୍ଷ୍ନୌରେ ଖେଳାଯିବ। ମେ’ ୨୭ରେ ଆର୍‌ସିବି ଓ ଲକ୍ଷ୍ନୌ ସୁପରେ ଜାଏଣ୍ଟ୍‌ସ ମଧ୍ୟରେ ମ୍ୟାଚ୍ ମଧ୍ୟ ଲକ୍ଷ୍ନୌରେ ଖେଳାଯିବ। ଗତ ଏକ ସପ୍ତାହ ହେଲା ବେଙ୍ଗାଳୁରୁରେ ପ୍ରବଳ ବର୍ଷା ହେଉଛି । ଗତ ୧୭ରେ ଏଠାରେ ବଳକାତା ନାଇଟ୍ ରାଉଜର୍ସ ବିପକ୍ଷରେ ଆସିବିର ମ୍ୟାଚ୍ ବର୍ଷା ଯୋଗୁଁ ସମ୍ପୂର୍ଣ୍ଣ ଧୋଇ ଯାଇଥିଲା ।

ବେଙ୍ଗାଲୁରୁରେ ଆଉ ୪/୫ ଦିନ ବର୍ଷା ହେବାର ପୂର୍ବାନୁମାନ କରାଯାଇଛି । ଏହାକୁ ଦୃଷ୍ଟିରେ ରଖ୍ ଆର୍‌ସିବି-ସନ୍‌ରାଇଜର୍ସ ମ୍ୟାଚ୍ ଲକ୍ଷ୍ନୌକୁ ସ୍ଥାନାନ୍ତର କରାଯାଉଛି । ବେଙ୍ଗାଳୁରୁ ଏହି ନିଷ୍ପତ୍ତିକୁ ସ୍ଵାଗତ ରଖୁଛି । ଶେଷ ୨ଟି ମ୍ୟାଚ୍ ଜିତି ଟେବୁଲର ପ୍ରଥମ ୨ଟି ସ୍ଥାନରେ ରହିବାକୁ ଆରସିବି ଲକ୍ଷ୍ୟ ରଖୁଛି । ୨୩ର ମ୍ୟାଚ୍ ବର୍ଷା ଯୋଗୁଁ ବାତିଲ ହୋଇଥିଲେ ଆରସିବି କ୍ଷତି ସହିଥାଆନ୍ତା।

Hot this week

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

ସମ୍ପାଦକୀୟ : ସଲ୍ଟଲେକ୍‌ ଦୁଃଖ

ନିୟମ ସମସ୍ତଙ୍କ ପାଇଁ ସମାନ କଲକାତାର ସଲ୍ଟଲେକ୍ ଷ୍ଟାଡିୟମରେ ବିଶ୍ୱର ମହାନ ଫୁଟବଲ...

ରାତିରେ ସ୍ଵେଟର କିମ୍ବା ଜ୍ୟାକେଟ୍ ପିନ୍ଧି ଶୋଉଛନ୍ତି କି….

ନୂଆଦିଲ୍ଲୀ: ବର୍ତ୍ତମାନ୍ ଶୀତ ଦିନ ଚାଲିଛି। ସାରା ଦେଶରେ ଶୀତ ଲହରୀ...

Related Articles

Popular Categories