ସମ୍ବଲପୁର: ସମ୍ବଲପୁର ଟାଉନ ଥାନାର ପୂର୍ବତନ ଆଇଆଇସି ସମେତ ୨ଜଣ ପୁଲିସ ଅଧିକାରୀଙ୍କୁ ନିଲମ୍ବନ କରାଯାଇଛି। ସମ୍ବଲପୁର ଟାଉନଥାନାର ପୂର୍ବତନ ଆଇଆଇସି ରଞ୍ଜନ ବିଶ୍ୱାଳଙ୍କୁ ନିଲମ୍ବନ କରାଯାଇଛି।
ସେହିପରି ସବ ଇନିସପେକ୍ଟର ଅଭିଷେକ ପ୍ରଧାନଙ୍କୁ ନିଲମ୍ବନ ପାଇଁ ପୁଲିସ ମହାନିର୍ଦେଶକ ନିର୍ଦେଶ ଦେଇଛନ୍ତି। ବିଲ୍ଡରଙ୍କଠାରୁ ୩୦ଲକ୍ଷ ଟଙ୍କା ନେବା ଅଭିଯୋଗରେ ଉଭୟଙ୍କୁ ନିଲମ୍ବନ କରାଯାଇଥିବା ସୂଚନା ମିଳିଛି।



